ETV Bharat / state

ପାଣ୍ଡିଆନଙ୍କଠୁ ଆଶୀର୍ବାଦ ନେବାର ଫଟୋ ଭାଇରାଲ, ପ୍ରତିକ୍ରିୟା ରଖିଲେ ରଣେନ୍ଦ୍ର - Ranendra Swains Fake Photo

author img

By ETV Bharat Odisha Team

Published : May 14, 2024, 9:37 PM IST

Ranendra Pratap Swains Fake Photo Gose Viral: ସୋସିଆଲ ମିଡିଆରେ ଭାଇରାଲ ଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଫେକ୍‌ ଫଟୋ ଭାଇରାଲ । ପ୍ରତିକ୍ରିୟା ରଖିଲେ ରଣେନ୍ଦ୍ର । ଅଧିକ ପଢ଼ନ୍ତୁ

ଦାମ ରାଉତଙ୍କ ସ୍ଥାନରେ ପାଣ୍ଡିଆନଙ୍କ ଫଟୋ, ସୋସିଆଲ ମିଡିଆରେ ଭାଇରାଲ ରଣେନ୍ଦ୍ରଙ୍କ ଫେକ୍‌ ଫଟୋ
ଦାମ ରାଉତଙ୍କ ସ୍ଥାନରେ ପାଣ୍ଡିଆନଙ୍କ ଫଟୋ, ସୋସିଆଲ ମିଡିଆରେ ଭାଇରାଲ ରଣେନ୍ଦ୍ରଙ୍କ ଫେକ୍‌ ଫଟୋ (ETV Bharat Odisha)

ଭୁବନେଶ୍ବର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନାଁରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଫେକ୍ ଫଟୋ । ପାଣ୍ଡିଆନଙ୍କ ଆଗରେ ରଣେନ୍ଦ୍ର ମୁଣ୍ଡ ନୁଆଇଁ ଥିବା ଫଟୋ ଏବେ ଭାଇରାଲ ହେଉଛି । ଯାହାକୁ ନେଇ ନିଜେ ରଣେନ୍ଦ୍ର ସୋସିଆଲ ମିଡିଆ X (ପୂର୍ବର ଟ୍ବିଟର)ରେ ସୂଚନା ଦେଇଛନ୍ତି । ତେବେ ଭାଇରାଲ ହେଉଥିବା ଫେକ୍‌ ଫଟୋର ଅରିଜିନାଲ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ରଣେନ୍ଦ୍ର । ଏନେଇ ସେ ECIଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ତେବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ରଣେନ୍ଦ୍ରଙ୍କ ମୁଣ୍ଡ ଉପରେ ହାତ ରଖି ତାଙ୍କୁ ଆଶୀର୍ବାଦ କରୁଥିବାର ଦେଖିବାକୁ ମିଳିଥିଲା । ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏନେଇ ଜବାବ ରଖିଛନ୍ତି ରଣେନ୍ଦ୍ର । ତେବେ ଭାଇରାଲ ଫଟୋଟି ଫେକ୍‌ ହୋଇଥିବା ଦର୍ଶାଇଛନ୍ତି ରଣେନ୍ଦ୍ର । ନିଜ ସୋସିଆଲ ମିଡିଆ Xରେ 2ଟି ଫଟୋ ସେୟାର କରିଛନ୍ତି । ଗୋଟିଏ ହେଉଛି ଦିବଙ୍ଗତ ନେତା ଦାମ ରାଉତଙ୍କ ଠାରୁ ରଣେନ୍ଦ୍ର ଆଶୀର୍ବାଦ ନେଉଛନ୍ତି । ଯାହା ଅରିଜିନାଲ । ଅନ୍ୟଟି ରଣେନ୍ଦ୍ର ପାଣ୍ଡିଆନଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି, ଯାହା ଫେକ୍‌ ଫଟୋ । ଉଭୟ ଅରିଜିନାଲ ଓ ଫେକ୍‌ ଫଟୋକୁ ସୋସିଆଲ ମିଡିଆ Xରେ ସାୟାର କରିଛନ୍ତି ରଣେନ୍ଦ୍ର ।

ଫଟୋରେ ପାଣ୍ଡିଅନଙ୍କ ଆଗରେ ରଣେନ୍ଦ୍ର ମୁଣ୍ଡ ନୁଆଇଁ ଥିବା ଫଟୋଟି ସମ୍ପୂର୍ଣ୍ଣ ଭାବେ ଏଡିଟ କରଯାଇଛି । କାରଣ ଅରିଜିନାଲ ଫଟୋରେ ଦାମ ରାଉତଙ୍କ ଆଗରେ ମୁଣ୍ଡ ନୁଆଁଇଥିବା ଫଟୋ ରହିଛି । ଯାହାକୁ ଏଡିଟ କରି କେହି ଏପରି ଫଟୋ ଭାଇରାଲ କରିଛି । ଯେଉଁଠି ଦାମ ରାଉତଙ୍କ ସ୍ଥାନରେ ପାଣ୍ଡିଆନଙ୍କ ଫଟୋ ରଖି ସେହି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ନାଁରେ ଫେକ୍ ଫଟୋ ଭାଇରାଲ କରିଛି । ଏନେଇ ଟ୍ବିଟ କରି ଜଣାଇଛନ୍ତି ରଣେନ୍ଦ୍ର ସ୍ୱାଇଁ । ଭାଇରାଲ ଭିଡିଓରେ ଥିବା ତଥ୍ୟ ଭୁଲ ବୋଲି କହିଛନ୍ତି ରଣେନ୍ଦ୍ର । ଏହାର କୌଣସି ସତ୍ୟତା ନାହିଁ ବରଂ ଏହାକୁ ଫରୱାର୍ଡ ନ କରିବାକୁ ସେ Xରେ ଅନୁରୋଧ କରିଛନ୍ତି ରଣେନ୍ଦ୍ର ।

ଏହା ମଧ୍ୟ ପଢ଼ନ୍ତୁ...ଅକ୍ଷୟ ତୃତୀୟାରେ କେନ୍ଦ୍ର ସରକାରଙ୍କୁ କୃଷିମନ୍ତ୍ରୀଙ୍କ ଟାର୍ଗେଟ୍, 'MSPର ଜବାବ ଦେବେ ଚାଷୀ' - Akshaya Tritiya

ତେବେ ଏଭଳି ମିଥ୍ୟା ଖବର ଓ ଅପପ୍ରଚାର କରୁଥିବା ଫଟୋଗୁଡିକୁ କ୍ରାଇମବ୍ରାଞ୍ଚ ସୋସିଆଲ ମିଡ଼ିଆ ମନିଟରିଂ ଟିମ୍ ମନିଟରିଂ କରୁଛି । ବିଶେଷ କରି ନିର୍ବାଚନ ସମୟରେ ଏଭଳି ସୋସିଆଲ ମିଡିଆ ଫଟୋ ଉପରେ ନଜର ରଖାଯାଉଛି । ଏନେଇ ପୋଷ୍ଟ ଓ ଫରୱାର୍ଡ କଲେ ସେସବୁ ସାଇଟ୍କୁ ବ୍ଲକ ବା ହଟାଯାଇପାରେ । କାରଣ ପୂର୍ବରୁ ଏଭଳି ୨୦୦ରୁ ଊର୍ଦ୍ଧ୍ବ ପୋଷ୍ଟକୁ ସୋସିଆଲ ମିଡିଆ ହଟାଯାଇଛି । ଏପରିକି ଡିପଫେକ୍ ଭିଡିଓ କରି ନିର୍ବାଚନରେ ବ୍ୟବହାର କଲେ ନିର୍ବାଚନ ଆୟୋଗ କଠିନ ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ କ୍ରାଇମବ୍ରାଞ୍ଚ IG ସଫିନ ଅହମଦଙ୍କ ନେତୃତ୍ୱରେ ଏକ ଷ୍ଟେଟ ଲେଭଲ ମନିଟରିଂ ସେଲ ଲଗାତାର ଏଦିଗରେ କାମ କରୁଛି । ଏନେଇ ଟିମ୍ 300ରୁ ଅଧିକ ଆପତ୍ତିଜନକ ପୋଷ୍ଟ ହଟାଇବା ସହ ଜଣଙ୍କୁ ଗିରଫ କରାଯାଇଥିବା ନେଇ ନିର୍ବାଚନ ସମ୍ପର୍କିତ ତଥ୍ୟ ରଖି କହିଛନ୍ତି ପୋଲିସ ଡିଜି । ଏପରିକି ନିର୍ବାଚନରେ ହେଟ ସ୍ପିଚ, ଡିପଫେକ୍ ଭିଡିଓ, ଆପତ୍ତିଜନକ ମନ୍ତବ୍ୟ ଓ ମେମେ ଭଳି ୬୦୦ରୁ ଅଧିକ ପୋଷ୍ଟ ଉପରେ ଏବେ ରାଜ୍ୟସ୍ତରୀୟ ମନିଟରିଂ ସେଲ ନଜର ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.