ETV Bharat / state

ରୁଚିକା ମୃତ୍ୟୁ ପଛରେ ଅଛି କି ବିଜେଡି ବିଧାୟକଙ୍କ ଲିଙ୍କ୍‌, DCPଙ୍କୁ ପ୍ରମାଣ ଦେଲା ଯୁବ କଂଗ୍ରେସ - Ruchika Mohanty Death Case

author img

By ETV Bharat Odisha Team

Published : Apr 4, 2024, 12:29 PM IST

Ruchika Mohanty Death Case
Ruchika Mohanty Death Case

Ruchika Mohanty Death Case: ରୁଚିକା ମୃତ୍ୟୁ ମାମଲାରେ ବିଜେଡି ବିଧାୟକଙ୍କ ହାତ ଥିବା ଅଭିଯୋଗ ଆଣିଛି ଯୁବ କଂଗ୍ରେସ । ତଥ୍ୟ ପ୍ରମାଣ ଆଧାରରେ ଯୁବ କଂଗ୍ରେସ ଡିସିପିଙ୍କୁ ଭେଟିଛି । ଅଧିକ ପଢନ୍ତୁ

Ruchika Mohanty Death Case

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମୃତ୍ୟୁ ମାମଲା । ଜଣେ ବିଜେଡି ବିଧାୟକଙ୍କ ହାତ ଥିବା ଅଭିଯୋଗ ଆଣିଛି ଯୁବ କଂଗ୍ରେସ । ଏନେଇ ତଥ୍ୟ ପ୍ରମାଣ ଆଧାରରେ ଡିସିପିଙ୍କୁ ଭେଟିଛି ଯୁବ କଂଗ୍ରେସ । ବିଧାୟକଙ୍କ ଭାଇରାଲ ଅଡିଓ କ୍ଲିପକୁ ଡିସିପି ଅଫିସରେ ଦାଖଲ କରି ଯୁବ କଂଗ୍ରେସ ତଦନ୍ତ ଦାବି କରିଛି ।

ଏନେଇ ଯୁବ କଂଗ୍ରେସର ସଭାପତି ରଞ୍ଜିତ ପାତ୍ର କହିଛନ୍ତି, ୭ ଦିନ ତଳେ ଯୁବ କଂଗ୍ରେସ ପକ୍ଷରୁ ଭାଇରାଲ ଅଡିଓକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ରୁଚିକା ମୃତ୍ୟୁ ମାମଲାର ତଦନ୍ତ କଣ ହୋଇଛି ଏପର୍ଯ୍ୟନ୍ତ କିଛି ଜଣାପଡିନି । ଏହି ଅଡିଓରେ ଜଣାପଡୁଛି ଯେ ଏଥିରେ ଭୁବନେଶ୍ବରର ଜଣେ ସ୍ଥାନୀୟ ବିଧାୟକ ସମ୍ପୃକ୍ତ ଅଛନ୍ତି । ଏନେଇ ଆମେ ଡିସିପିଙ୍କ ପାଖକୁ ଅଭିଯୋଗ ନେଇ ଆସିଥିଲୁ । ହେଲେ ୭ ଦିନ ଭିତରେ କୌଣସି ସୁଫଳ ପାଇଲୁନି ଏନେଇ ଆଉଥରେ ଡିସିପିଙ୍କ ପାଖକୁ ଆସିଥିଲୁ ତଦନ୍ତ ଦାବି ନେଇ । ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ରୁଚିକା ମୃତ୍ୟୁ ଘଟଣାରୁ ୧ ବର୍ଷ, ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିବାଦ

ଏହା ମଧ୍ୟ ପଢନ୍ତୁ- ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା, ବିଜେଡି ବିଧାୟକଙ୍କ ହାତ ଥିବା ଅଭିଯୋଗ କଲା ଯୁବ କଂଗ୍ରେସ

ତେବେ ରୁଚିକା ମୃତ୍ୟୁ ନେଇ ଇତି ମଧ୍ୟରେ ଅନେକ ଦିନ ବିତିଛି । ନ୍ୟାୟ ପାଇବା ପାଇଁ ରୁଚିକାର ମାଆ ଓ ପରିବାର ଦୀର୍ଘଦିନ ଧରି ବିଜେବି ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଘଟଣା ପଛରେ କିଛି ହାଇ ପ୍ରୋଫାଇଲ୍ ଲିଙ୍କ ଥିବା ସନ୍ଦେହ କରି ଚାପି ଦିଆଯାଇଛି ‌ବୋଲି ସେତେବେଳେ ଅଭିଯୋଗ ଉଠାଇଥିଲେ । ତେବେ ଏହି ଘଟଣାର ଏବେ ଏକ ଅଡିଓ କ୍ଲିପ୍ ସହ ରୁଚିକା ମୃତ୍ୟୁର କନେକ୍ସନ ଥିବା ଦାବି କରୁଥିବା ଯୁବ କଂଗ୍ରେସ ଏନେଇ ପ୍ରସଙ୍ଗ କରି ରାଜନୈତିକ ମାହୋଲକୁ ସରଗରମ କରିଛି । ଯେହେତୁ ମୁଣ୍ଡ ଉପରେ ନିର୍ବାଚନ ରହିଛି । ଏହା ପଛରେ ଜଣେ ବିଧାୟକଙ୍କ ଲିଙ୍କ ଥିବା ଦାବି କରି ତଦନ୍ତ ଦାବି କରିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.