ETV Bharat / state

ରୁଚିକା ମୃତ୍ୟୁ ଘଟଣାରୁ ୧ ବର୍ଷ, ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିବାଦ

author img

By

Published : Jul 2, 2023, 5:22 PM IST

Updated : Jul 2, 2023, 5:51 PM IST

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ୧ ବର୍ଷ ପୁରିଛି । ତୁରନ୍ତ ନ୍ୟାୟ ଦାବି କରି ବିଜେବି କଲେଜ ସମ୍ମୁଖରେ ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିବାଦ । ଅଧିକ ପଢ଼ନ୍ତୁ

bjp student ruchika death case
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣା

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣା

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ୧ ବର୍ଷ ପୁରିଛି । ହେଲେ ଆଜିବି ନ୍ୟାୟ ଅପେକ୍ଷାରେ ପରିବାର ଲୋକେ । ଏହି ପରିପ୍ରେକ୍ଷୀରେ ରୁଚିକାଙ୍କ ନ୍ୟାୟ ଦାବି କରି ବିଜେବି କଲେଜ ସମ୍ମୁଖରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପ୍ରତିବାଦ କରିଛି । ଆଜି ଦିନରେ ରୁଚିକା କଲେଜର ହଷ୍ଟେଲରେ ଜୀବନ ହାରିଥିଲେ । ହେଲେ ଏପର୍ଯ୍ୟନ୍ତ ମୃତ୍ୟୁର ରହସ୍ୟ ସାମ୍ନାକୁ ଆସିନାହିଁ । ମୃତ୍ୟୁ ପଛରେ କାହାର ହାତ ଥିଲା ସେ ସମ୍ବନ୍ଧରେ ପୋଲିସ ପାଖରେ କୌଣସି ତଥ୍ୟ ନାହିଁ ।

ଆଜି ବି ରୁଚିକା ମୃତ୍ୟୁ ମାମଲାର ତଦନ୍ତରେ ପୋଲିସର ହାତ ଖାଲି । ମୃତଦେହ ଉଦ୍ଧାର ହେବା ସମୟରେ ତାଙ୍କ ନିକଟର ଏକ ଚିଠି ଜବତ ହୋଇଥିଲା । ମାତ୍ର ପୋଲିସ ସଠିକ ଢଙ୍ଗରେ ତଦନ୍ତ କରୁନଥିବା ନବନିର୍ମାଣ ଯୁବଛାତ୍ର ସଂଗଠନ ଅଭିଯୋଗ କରିଛି । ଏଥିପାଇଁ ସରକାରଙ୍କୁ ଟାର୍ଗେଟ କରି ସମାଲୋଚନା କରିଛି ଯୁବଛାତ୍ର ସଂଗଠନ । ତେଣୁ ପୁଣି ଥରେ ରୁଚିକାଙ୍କୁ ନ୍ୟାୟ ଦେବା ଦାବିରେ ସଂଗଠନ ବିଜେବି କଲେଜ ଆଗରେ ଧାରଣା ଓ ପ୍ରତିବାଦ କରିଛି । ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଏହି ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ନବନିର୍ମାଣ ଯୁବଛାତ୍ର ସଂଗଠନ ସଭାପତି ମନୱର ପ୍ରତିକ୍ରିୟା ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ରୁଚିକା ଆତ୍ମହତ୍ୟା ଘଟଣା: ବିଧାନସଭାକୁ ଧସେଇ ପଶିବାକୁ ମାଆଙ୍କ ଉଦ୍ୟମ

ଏନେଇ ନବନିର୍ମାଣ ଯୁବଛାତ୍ର ସଂଗଠନ ସଭାପତି ମନୱର କହିଛନ୍ତି," ରୁଚିକାଙ୍କୁ ନ୍ୟାୟ ଦେବା ପାଇଁ ୧୧ ଦିନ ବିଜେବି କଲେଜ ଗେଟ ଆଗରେ ଉପବାସ ଅନଶନ କରିଥିଲା ନବନିର୍ମାଣ ଯୁବଛାତ୍ର ସଂଗଠନ । ନ୍ୟାୟିକ ବିଳମ୍ୱ ପାଇଁ ଓଡିଶା ବନ୍ଦ ଡାକରା ଦେଇଥିଲେ । ରାଜ୍ୟରେ ମହିଳାଙ୍କୁ ନ୍ୟାୟ ଦେବାରେ କିଭଳି ପୋଲିସ ଓ ସରକାର ଫେଲ ମାରିଛନ୍ତି, ସେନେଇ ପ୍ରତିବାଦ କରିଛନ୍ତି । ହେଲା ସରକାର ଘଟଣାକୁ ଚାପିଦେଲେ କିନ୍ତୁ ନ୍ୟାୟ ଦେଇ ପାରିଲେ ନାହିଁ । ଯାହା ରାଜ୍ୟର ନ୍ୟାୟିକ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନ । ନାରୀକୁ ସମ୍ମାନ ଆମ ସରକାରଙ୍କ ବଡ ବାର୍ତ୍ତା ହୋଇଥିବା ବେଳେ ଜଣେ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ସରକାର ସମ୍ପୂର୍ଣ୍ଣ ଫେଲ ହୋଇଛନ୍ତି ।" ଘଟଣାକୁ ବର୍ଷେ ପୁରିଥିଲେ ବି ପୋଲିସ ଏଯାଏଁ କୌଣସି ପଦକ୍ଷେପ ନେଇନାହିଁ । ଆଉ ଆଜି ବି ରୁଚିକାଙ୍କ ମାଆ ନ୍ୟାୟ ଅପେକ୍ଷାରେ ରହିଛନ୍ତି । ତେଣୁ ପୋଲିସ ଏ ଦିଗରେ ଶୀଘ୍ର ତଦନ୍ତ କରି ରୁଚିକାଙ୍କୁ ନ୍ୟାୟ ଦେବାରେ ସରକାର ନିଜର ତତ୍ପରତା ଦେଖନ୍ତୁ ବୋଲି ସଂଗଠନ ଦାବି କରିଛି ।"

ଇଟିଭି ଭାରତ, ଭୁୁବନେଶ୍ବର

Last Updated :Jul 2, 2023, 5:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.