ETV Bharat / state

ସମ୍ବଲପୁରର ନାଟ୍ୟକାର ବିନୋଦ କୁମାର ପଶାୟତଙ୍କୁ ମିଳିବ ପଦ୍ମଶ୍ରୀ

author img

By ETV Bharat Odisha Team

Published : Jan 26, 2024, 7:19 AM IST

Binod Pasayat to receive Padma Shri
ବିନୋଦ କୁମାର ପଶାୟତଙ୍କୁ ମିଳିବ ପଦ୍ମଶ୍ରୀ

Binod Pasayat to receive Padma Shri: ସମ୍ବଲପୁରର ବିଶିଷ୍ଟ ନାଟ୍ୟକାର ବିନୋଦ କୁମାର ପଶାୟତଙ୍କୁ ମିଶିବ ପଦ୍ମଶ୍ରୀ ସମ୍ମାନ । କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଲେ ନାଟ୍ୟକାର । ଅଧିକ ପଢନ୍ତୁ

ବିନୋଦ କୁମାର ପଶାୟତଙ୍କୁ ମିଳିବ ପଦ୍ମଶ୍ରୀ

ସମ୍ବଲପୁର: କଳାକ୍ଷେତ୍ରରେ ଓଡ଼ିଶାରୁ ୪ ଜଣଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର । ସେଥିମଧ୍ୟରେ ରହିଛନ୍ତି ସମ୍ବଲପୁରର ବିଶିଷ୍ଟ ଗୀତିକାର ତଥା ନାଟ୍ୟକର ବିନୋଦ କୁମାର ପଶାୟତ । ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି l ଏହି ସୂଚନା ପାଇବା ପରେ ବିନୋଦ ପଶାୟତ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହି ସମ୍ମାନ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l ସେ ବିଶେଷଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ନିଜର ପ୍ରିୟ ନେତା ବୋଲି କହିଛନ୍ତି l ଏଥିସହ ସମ୍ବଲପୁରବାସୀଙ୍କ ସ୍ନେହ ପ୍ରେମ ଓ ମା' ସମଲେଶ୍ବରୀଙ୍କ ଆଶୀର୍ବାଦରୁ ସେ ଏହି ସଫଳତା ଲାଭ କରିଥିବା ପ୍ରକାଶ କରିଛନ୍ତି ।

ଏତେ ସରକାର ଆସିଲେ ଆଉ ଗଲେ, କେହି ତାଙ୍କୁ ପଚାରି ନଥିଲେ । କିନ୍ତୁ ମୋଦି ସରକାର ତାଙ୍କୁ ଏହି ସମ୍ମାନ ଦେଇଥିବାରୁ ବିନୋଦ କୁମାର ପଶାୟତ କେନ୍ଦ୍ର ସରକାରଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି l କବି ତଥା ନାଟ୍ୟକାର ବିନୋଦ ପଶାୟତଙ୍କ ଘର ସମ୍ବଲପୁର ସେନ ପାର୍କ ନିକଟରେ ଅବସ୍ଥିତ l ସେ ସମ୍ବଲପୁରୀ ଭାଷା ସାହିତ୍ୟରେ ଅନେକ ଗୀତ ଓ ନାଟକ ରଚନା କରିଛନ୍ତି l କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବାକୁ ଯାଉଛି l

ଏହା ମଧ୍ୟ ପଢନ୍ତୁ: 2 ମରଣୋତ୍ତରଙ୍କ ସମେତ 1132 ଜଣଙ୍କୁ ସାହସିକତା ଓ ସେବା ପୁରସ୍କାର


ବିନୋଦ ପଶାୟତଙ୍କ ଜନ୍ମ ୧୯୩୫ ମସିହା ବଲାଙ୍ଗୀର ସହରର ଟିକରାପଡ଼ାଠାରେ ହୋଇଥିଲା l ୧୯୫୩ ମସିହାରେ ସେ ସମ୍ବଲପୁର ଆସି ଏହିଠାରେ ରହି ଯାଇଥିଲେ l ପଶାୟତ ଅଲ ଇଣ୍ଡିଆ ରେଡ଼ିଓ ଓ ଦୂରଦର୍ଶନର ଜଣେ ସ୍ବୀକୃତିପ୍ରାପ୍ତ କଳାକାର ଥିଲେ l ଏଠାରୁ ସେ ପରିଚୟ ଓ଼ ପ୍ରସିଦ୍ଧି ପାଇଥିବା କହିଛନ୍ତି l "ହାଏ କୃଷ୍ଣ ହାଏ କୃଷ୍ଣ " ସମ୍ବଲପୁରୀ ଭଜନ ରଚନା କରି ସେ ଖୁବ୍ ଖ୍ୟାତିଅର୍ଜନ କରିଥିଲେ । ଏହି ଭଜନ ତାଙ୍କୁ ବେଶ୍ ପ୍ରସିଦ୍ଧି ଦେଇଥିଲା l ଏହି ସଫଳତାକୁ ସେ ସମଲେଶ୍ବରୀଙ୍କ ଆଶୀର୍ବାଦ ବୋଲି କହିଛନ୍ତି l

୭୫ତମ ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । କଳାକ୍ଷେତ୍ରରେ ଓଡ଼ିଶାରୁ ୪ ଜଣ କୃଷ୍ଣଲୀଳା ଗାୟକ ଗୁରୁ ଗୋପୀନାଥ ସ୍ବାଇଁ, ଲୋକନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନ, ନାଟ୍ୟକାର ବିନୋଦ ପଶାୟତ ଓ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.