ETV Bharat / bharat

2 ମରଣୋତ୍ତରଙ୍କ ସମେତ 1132 ଜଣଙ୍କୁ ସାହସିକତା ଓ ସେବା ପୁରସ୍କାର

author img

By ETV Bharat Odisha Team

Published : Jan 25, 2024, 9:48 PM IST

Gallantry Awards and Service Medals:2 ମରଣୋତ୍ତରଙ୍କ ସମେତ 1,132 ଜଣଙ୍କୁ ସାହସିକତା ଓ ସେବା ପୁରସ୍କାର । ଘୋଷଣା କଲା କେନ୍ଦ୍ର ଗୃହମନ୍ତ୍ରଣାଳୟ । ଅଧିକ ପଢନ୍ତୁ

1,132ଙ୍କୁ ମିଳିବ ସାହସିକତା ଓ ସେବା ପୁରସ୍କାର
1,132ଙ୍କୁ ମିଳିବ ସାହସିକତା ଓ ସେବା ପୁରସ୍କାର

ନୂଆଦିଲ୍ଲୀ: 75ତମ ସାଧାରଣତନ୍ତ୍ର ଦିବସ ଅବସରରେ 1,132 ଅଧିକାରୀ ଓ ପ୍ରତିରକ୍ଷା କର୍ମଚାରୀ ସାହସିକତା ଓ ସେବା ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଜଣ ମରଣୋତ୍ତର ଭାବେ ମଧ୍ୟ ସାମ୍ମାନିତ ହେବେ । ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ହେଡ କନେଷ୍ଟବଳ ସନୱାଲା ରାମ ବିଷ୍ଣୁ ଓ ଶିଶୁ ପାଲ ସିଂଙ୍କୁ ମରଣୋତ୍ତର ଭାବେ ରାଷ୍ଟ୍ରପତି ସାହସିକତା ପଦକ ପ୍ରଦାନ କରାଯିବ । ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ମିଳିତ ଜାତିସଂଘର ଶାନ୍ତି ମିଶନର ଅଂଶ ଭାବରେ ଭାରତୀୟ ସୀମା ସୁରକ୍ଷାବଳର ଏହି ଦୁଇ ଅଧିକାରୀ ନିୟୋଜିତ ଥିଲେ ।

ପୋଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ ଡିଫେନ୍ସ ସେବା ବିଭାଗରେ ଦେଶରେ ମୋଟ 1,132 ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । 2ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପୁରସ୍କାର (PGM) ପୁରସ୍କାର ପ୍ରଦାନ କରାଯିବ ଓ 275 ଜଣଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରେ ସର୍ବାଧିକ 72 ଜଣ ଜମ୍ମୁ କାଶ୍ମୀର ପୋଲିସ କର୍ମଚାରୀ ରହଛନ୍ତି । ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର 18 ଜଣ, ଛତିଶଗଡର 26 ଜଣ, ଝାରଖଣ୍ଡର 23 ଜଣ, ଓଡିଶାରୁ 15 ଜଣ, ଦିଲ୍ଲୀରୁ 15 ଜଣ, ସିଆରପିଏଫର 65 ଜଣ, ଏସଏସବି-ସିଏପିଓଫ ଓ ଅନ୍ୟାନ୍ୟ ରାଜ୍ୟ ଏବଂ କ୍ରେନ୍ଦ୍ରଶାସିତ ଅଞ୍ଚଳର 21 ଜଣଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରାଯିବ ।

ଏହା ମଧ୍ୟ ପଢନ୍ତୁ:- ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ରାମ ମନ୍ଦିର ପ୍ରତିଷ୍ଠା ନ୍ୟାୟିକ ବ୍ୟବସ୍ଥାରେ ଦେଶବାସୀଙ୍କ ବିଶ୍ବାସର ପ୍ରତୀକ

ସାହସିକତା ପୁରସ୍କାର ମଧ୍ୟରେ ସର୍ବାଧିକ 72 ଗ୍ୟାଲେଣ୍ଟ୍ରି ପଦକ କାଶ୍ମୀର ପୋଲିସ ଗ୍ରହଣ କରିବ । ତା’ପରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (CRPF)ର 65 ଟି ଗ୍ୟାଲେଣ୍ଟ୍ରି ପଦକ, ମହାରାଷ୍ଟ୍ରର 18 ଜଣ, ଛତିଶଗଡରୁ 26, ଝାଡଖଣ୍ଡରୁ 23, ଓଡିଶାରୁ 8, ଦିଲ୍ଲୀ ପୋଲିସକୁ 8ଟି ପଦକ ପ୍ରଦାନ କରାଯାଇଛି । ସେହିପରି ସୀମା ସଶସ୍ତ୍ର ବଳ (SSB) କୁ 21 ଟି ସାହସିକତା ପଦକ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ଦେଶ 75 ତମ ସାଧାରଣତନ୍ତ୍ର ଦିବସ ପାଲନ କରିବାକୁ ଯାଉଛି । ଏହା ପୂର୍ବରୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି । ଆସନ୍ତକାଲି କାର୍ଯ୍ୟକ୍ରମରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.