ETV Bharat / state

ନିର୍ବାଚନକୁ ଅସ୍ତ୍ର କରି ମାତିଛନ୍ତି ସାଇବର ଠକ, ସଚେତନ କରାଇଲେ ଭୁବନେଶ୍ୱର ଡିସିପି - Aware on cyber fraud

author img

By ETV Bharat Odisha Team

Published : May 14, 2024, 6:52 PM IST

Bhubaneswar DCP on scam alert: ନିର୍ବାଚନକୁ ମୁଦ୍ଦା କରି ନୂଆନୂଆ କୌଶଳ ଆପଣାଉଛନ୍ତି ସାଇବର ଠକ । ଏନେଇ ସଚେତନ ରହିବା ପାଇଁ ଅପିଲ କଲେ ଭୁବନେଶ୍ବର ଡିସିପି । ଅଧିକ ପଢନ୍ତୁ

Bhubaneswar DCP on scam alert
Bhubaneswar DCP on scam alert (ETV Bharat Odisha)

ଭୁବନେଶ୍ବର: ସାଇବର ଠକଙ୍କ ନିର୍ବାଚନୀ ଚାଲ୍ । ଠକାମି ପାଇଁ ବାଛିଛନ୍ତି ଭିନ୍ନ ଉପାୟ । ନିର୍ବାଚନ ସମୟରେ ଭୋଟ ମାହୋଲ । ଭୋଟର ଲିଷ୍ଟ ନା ନଥିବା ଲୋକ ବ୍ୟାକୁଳ । ଏହାକୁ ମୁଦ୍ଦା କରି ଅର୍ଥାତ ଭୋଟର କାର୍ଡ ଅପଡେଟ କରିବା ନେଇ କରୁଛନ୍ତି ଫ୍ରଡ କଲ୍ । ଏହାପରେ ସବୁ ଡଟା ନେଇ ଠକୁଛନ୍ତି ଟଙ୍କା । ଏନେଇ ଆଜି ସଚେତନ କରାଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ସେ କହିଛନ୍ତି, "ଏପରିକି ନିର୍ବାଚନ ମାହୋଲ ସମୟରେ ଭୋଟରଙ୍କୁ ପ୍ରଭାବିତ ଆଳରେ ଅନଲାଇନ ହ୍ବାଟସପ ବା ଟେଲିଗ୍ରାମରେ ରିଚାର୍ଜ ମେସେଜ ପଠାଉଛନ୍ତି ଠକ । ଅର୍ଥାତ ବିଭିନ୍ନ ରାଜନୈତିକ ଦଳର ନାନେଇ ଟେଲିକମ ଅପରେଟର ରିଚାର୍ଜ କରିଦେବ କହି ଲିଙ୍କ ଉପରେ ପଠାଇ ବା ସେୟାର କଲେ ହେବ କହି ପ୍ରଲୋଭିତ କରୁଛନ୍ତି । ଏନେଇ ଭୋଟ ସମୟରେ କେହି ଏହି ଠକଙ୍କ ଚାଲରେ ପଡିଲେ ଆର୍ଥିକ କ୍ଷତି ହେବାର ସମ୍ଭାବନା କମ୍ ରହୁଛି । କାରଣ ସେମାନେ ଆପଣଙ୍କୁ ଅନଲାଇନ ଠକେଇ ପାଇଁ ବିଭିନ୍ନ ବାଟ ବାଛୁଛନ୍ତି ।" ଏନେଇ ଭୁବନେଶ୍ୱର ଡିସିପି ଏ ଦିଗରେ ସଚେତନ ପାଇଁ କେଉଁ କେଉଁ ଫ୍ରଡ କଲ୍‌ ଏବେ ନିର୍ବାଚନ ଆଳରେ ଆସୁଛି ସେ ନେଇ ସଚେତନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସାଇବର ଠକଙ୍କ ନିର୍ବାଚନୀ ଚାଲ, ଏମିତି ଉପାୟରେ ମାଗୁଛନ୍ତି ଟଙ୍କା - cyber fraud

ଡିସିପି ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି, "ବିଭିନ୍ନ ପ୍ରକାର ଫ୍ରଡ କଲ ସାମ୍ନାକୁ ଆସୁଛି । କିଛି ସାଇବର ଠକ ନିର୍ବାଚନ ସମୟରେ ଫୋନ କରୁଛନ୍ତି । ଆପଣଙ୍କର ଭୋଟିଂ କାର୍ଡ ଅପଡେଟ ହୋଇନାହିଁ କହୁଛନ୍ତି । ଯଦି ଆପଣମାନେ ଭୋଟିଂ କାର୍ଡ ଅପଡେଟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କର ତଥ୍ୟ ଦିଅନ୍ତୁ ଅନଲାଇନରେ ଭୋଟିଂ କାର୍ଡ ଡିଟେଲ ଅପଡେଟ କରିଦେବେ । ଏଥିପାଇଁ କିଛି‌‌ ଫିସ୍ ଚାର୍ଜ ମଧ୍ୟ ଦାବି କରୁଛନ୍ତି କାହି ଠକାମି କରୁଛନ୍ତି। କିମ୍ବା ଲୋକଙ୍କୁ ମେସେଜ ଆସୁଛି ଯେ ଆପଣଙ୍କୁ କିଛି ରାଜନୈତିକ ଦଳ ଫୋନ ରିଚାର୍ଜ ହେବାକୁ ଚାହୁଁଛି ଏଥିପାଇଁ ଅନଲାଇନ ଲିଙ୍କ ପଠାଯାଉଛି । ଯଦି ଏଭଳି କଲ୍ ପାଉଛନ୍ତି ତେବେ ସତର୍କ ହୁଅନ୍ତୁ ସେଭଳି ଠକଙ୍କ ଠାରୁ ଦୁରରେ ରୁହନ୍ତୁ । ନ୍ୟାସନାଲ ଭୋଟର ସର୍ଭିସ ପୋର୍ଟାଲ୍ ଯାଇକି ଚେକ୍ କରନ୍ତୁ ଆପଣଙ୍କ ଵୋଟର ଡିଜେଲ ଚେକ୍ କରନ୍ତୁ ସଠିକ ଅଛି କି ନାହିଁ । ଯଦି ମୋବାଇଲ ରିଚାର୍ଜ ପାଇଁ ଲିଙ୍କ ପାଉଛନ୍ତି ତାକୁ ବିଶ୍ବାସ କରନ୍ତୁ ନାହିଁ । ଯଦି ଏଭଳି କିଛି କଲ ବା ଲିଙ୍କ ଆସୁଛି ତୁରନ୍ତ ସଞ୍ଚାର ସାଥି ଆପକୁ ଯାଇ ଚକ୍ଷୁ ପୋର୍ଟାଲରେ ତୁରନ୍ତୁ ସେସବୁ ଠକଙ୍କ ସମ୍ପର୍କରେ ସୁଚନା ଦିଅନ୍ତୁ । "

ଯଦି କୌଣସି ପ୍ରକାରେ ଠକାମୀର ଶିକାର ହୋଇଛନ୍ତି ତେବେ ୧୯୩୦ରେହକଲ କରନ୍ତୁ । କଦାପି ଅନଭେରିଫାଏଡ ଲିଙ୍କକୁ କ୍ଲିକ କରନ୍ତୁ ନାହିଁ ଏବଂ କୋୖଣସି ଲୋଭ ବଶବର୍ତ୍ତି ହୋଇ ଆପଣଙ୍କ ଗୋପନିୟ ତଥ୍ୟ ବା ବ୍ୟାଙ୍କ ସମ୍ପର୍କିତ ତଥ୍ୟ ବା ଓଟିପି ଦିଅନ୍ତୁ ନାହିଁ । କଲ୍ ଆସିଲେ ଭରଷା କରନ୍ତୁ ନାହିଁ ସଚେତନ ରୁହନ୍ତୁ ବୋଲି କହିଛନ୍ତି ଡିସିପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.