ETV Bharat / state

ସାଇବର ଠକଙ୍କ ନିର୍ବାଚନୀ ଚାଲ, ଏମିତି ଉପାୟରେ ମାଗୁଛନ୍ତି ଟଙ୍କା - cyber fraud

author img

By ETV Bharat Odisha Team

Published : Apr 24, 2024, 8:34 PM IST

ସାଇବର ଠକଙ୍କ ନିର୍ବାଚନି ଚାଲ୍ , ନକଲି 'ଇ ଚାଲାଣ' ପଠାଇ ମାଗୁଛନ୍ତି ଟଙ୍କା
ସାଇବର ଠକଙ୍କ ନିର୍ବାଚନି ଚାଲ୍ , ନକଲି 'ଇ ଚାଲାଣ' ପଠାଇ ମାଗୁଛନ୍ତି ଟଙ୍କା

E CHALAN CYBER FRAUD: ଆପଣଙ୍କୁ କୌଣସି 'ଇ ଚାଲାଣ' ମେସେଜ ଆସିଛି କି ? ହୋଇଯାଆନ୍ତୁ ସାବଧାନ, ହୋଇପାରନ୍ତି ଠକାମୀର ଶିକାର । ଅଧିକ ପଢନ୍ତୁ

ସାଇବର ଠକଙ୍କ ନିର୍ବାଚନି ଚାଲ୍ , ନକଲି 'ଇ ଚାଲାଣ' ପଠାଇ ମାଗୁଛନ୍ତି ଟଙ୍କା

ଭୁବନେଶ୍ବର: ଦେଶବ୍ୟାପୀ ନିର୍ବାଚନର ମାହୋଲ । ହେଲେ ଅନଲାଇନରେ ମାତିଛନ୍ତି ଠକ । ନୂଆ ନୂଆ ଢଙ୍ଗରେ ଠକେଇ ପାଇଁ ରହୁଛନ୍ତି ପ୍ଲାନ୍ ।ଏଥର ନକଲି 'ଇ ଚାଲାଣ' ପଠାଇ ମାଗୁଛନ୍ତି ଟଙ୍କା । ଏନେଇ ସତର୍କ କରାଇଲା କେନ୍ଦ୍ରୀକ ବୈଦ୍ୟୁତିକ ବୈଷୟିକ ମନ୍ତ୍ରଣାଳୟ ।ସାରା ଦେଶବ୍ୟାପି ନିର୍ବାଚନ ମାହୋଲ ରହିଛି । ଏନେଇ ଚେକିଂ ଓ ଧରପଗଡ ମଧ୍ୟ ଚାରିଆଡ଼େ ଜାରି ରହିଛି । ଏହାରି ଭିତରେ ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କୁ ଚାଲାଣ କଟୁଛି । ଏହି ନିର୍ବାଚନୀ ମାହୋଲରେ ସାଇବର୍ ଠକ କିନ୍ତୁ ନୂଆ ଉପାୟ ଆପଣାଇଛନ୍ତି ।

'ଇ ଚାଲାଣ' ପରି ଅବିକଳ ମେସେଜ ହ୍ବାଟସପରେ ପଠାଇ ଠକାମୀ ପାଇ ଉପାୟ ବାଛିଛନ୍ତି । ଅର୍ଥାତ୍ ଗାଡି ନମ୍ବର ସହ ଗାଡି ମାଲିକକୁ ମେସେଜ ପଠାଇ ତୁରନ୍ତ ଚାଲାଣ ଭରିବାକୁ ମେସେଜ ଦେଉଛନ୍ତି । ଯାହାକି ଯେକେହି ବି ଦେଖି ତୁରନ୍ତ କେଉଁଠି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ରହିଥିବା ଭାବି ତାକୁ ପୈଠ କରୁଛନ୍ତି । ଯେଉଁ ମେସେଜରେ ଲିଙ୍କ୍ ପଠାଉଛନ୍ତି ତାକୁ କ୍ଲିକ୍ କଲେ ସାଇବର‌୍ ଠକ ନିଜର ମନ ଇଚ୍ଛା ଟଙ୍କା କାଟି ନେଉଛନ୍ତି । ଏପରି ଅନେକ ଅଭିଯୋଗ ଆସିବା ପରେ ଏନେଇ ସାଇବର ସେଲ୍ ପକ୍ଷରୁ କେନ୍ଦ୍ରୀୟ ବେଷୟିକ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସାଇବର ଠକଙ୍କ ନିର୍ବାଚନି ଚାଲ୍ , ନକଲି 'ଇ ଚାଲାଣ' ପଠାଇ ମାଗୁଛନ୍ତି ଟଙ୍କା
ସାଇବର ଠକଙ୍କ ନିର୍ବାଚନି ଚାଲ୍ , ନକଲି 'ଇ ଚାଲାଣ' ପଠାଇ ମାଗୁଛନ୍ତି ଟଙ୍କା

ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ କହିଛନ୍ତି ଯେ, ଏଭଳି 'ଇ ଚାଲାଣ' ଠକେଇ ଏବେ ନୂଆ ଟ୍ରେଣ୍ଡ ଚାଲୁଛି । ଧିରେ ଧିରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟର ଲୋକଙ୍କୁ ଏପରି ଠକାମୀ ପାଇଁ ଉପାୟ ବାଛୁଛନ୍ତି । ତେବେ ସାଇବର ଠକ ପଡ଼ୁଥିବା ଚାଲାଣ ସମ୍ପୂର୍ଣ୍ଣ ମିଛ । ଯାହାକି କେବେ ବି ହ୍ବାଟସପ୍ ଯୋଗେ ଆସେ ନାହିଁ । ଅନ୍ୟତମ ଯେଉଁ ମେସେଜ୍ ଆସୁଛି ତାକୁ ସଠିକ ଭାବେ ଯାଞ୍ଚ କରନ୍ତୁ । ଗାଡ଼ିର ନମ୍ବର ଓ ଦିଆଯାଇଥିବା ଚାଲାଣରେ ସରକାରୀ ଓ୍ବେବସାଇଟ ସଠିକ ରହିଛି କି ନାହିଁ । ସରକାରୀ ସାଇଟର୍ ତଥ୍ୟ ଦିଆଯାଇଛି ନା କିଛି ସନ୍ଦେହଜନକ ରହିଛି । ଏନେଇ ଭଲ ଭାବେ ତର୍ଜମା କରିବା ପରେ ଟଙ୍କା ପୈଠ କଥା ଚିନ୍ତା କରନ୍ତୁ ।

ଏହା ମଧ୍ୟ ପଢନ୍ତୁ....ଭିିଡିଓ କଲରେ ମହିଳା ଆଇନଜୀବୀଙ୍କୁ ଯୌନ ନିର୍ଯାତନା, 15 ଲକ୍ଷ ଠକି ନେଲେ ସାଇବର ଠକ - Fraud From A Female Lawyer

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଚାଲାଣରେ ଏପରି କୋୖଣସି ଲିଙ୍କ୍ ଯାହାକି (APK) ବା କୋଣସି ଆପର ଲିଙ୍କ୍ ଦେଉଛନ୍ତି । ତେବେ ସତର୍କ ହୋଇଯାନ୍ତୁ ୫୦୦ଟଙ୍କାର ଚାଲାଣ ଦର୍ଶାଇ ଆପଣଙ୍କୁ ଲିଙ୍କ୍ ପଠାଇ ଆପଣଙ୍କ ମୋବାଇଲକୁ ସ୍କ୍ରିନ ସେୟାର ବା ଓଟିପି ହାତେଇ ଠକାମି କରୁଛନ୍ତି । ତେଣୁ ଠକଙ୍କ ନୂଆ ନୂଆ ଟ୍ରିକ ପୁର୍ବରୁ ଲୋକଙ୍କ ସତର୍କ ହେବା ନିହାତି ଆବଶ୍ୟକ ।

ସାଇବର କ୍ରାଇମ ସଚେତନତା ନେଇ ସୋସିଆଲ ମିଡ଼ିଆ ଓ ସ୍କୁଲ ଓ କଲେଜରେ ଯାଇ ସଚେତନ କରୁଛନ୍ତି ଅଫିସର । ତାସହ ଯଦି ସେଭଳି କିଛି ଠକାମୀ ଓ ଠକେଇର ଶିକାର ହୁଅନ୍ତି । ତେବେ ତୁରନ୍ତ ପୋଲିସକୁ ବା ସାଇବର ଥାନାକୁ ଜଣାଇବାକୁ କୁହାଯାଇଛି ଓ ସଚେତନତା କରାଯାଉଛି । ନିର୍ବାଚନ ମାହୋଲ ଥିବାରୁ ଅନେକ ଲୋକ ରାଲି ବା ରାଜନୈତିକ କାର୍ଯ୍ୟକ୍ରମରେ ଯାଉଛନ୍ତି । କେହି ହେଲମେଟ ପିନ୍ଧୁନଥିବା ବେଳେ କେଉଁଠି ଗାଡିରେ ତିନି ଜଣିଆ ଡ୍ରାଇଭ୍ କରୁଛନ୍ତି ଓ କେଉଁଠି ନିୟମ ଭାଙ୍ଗୁଛନ୍ତି ।

ସେପଟେ ଚାଲାଣ କାଟିବାର ମିଛ ମେସେଜ ପଠାଇ ସାଇବର ଠକ ଯେ ଚାଲ୍ କରୁଛନ୍ତି । ତାହା ଏବେ ସାମ୍ନାକୁ ଆସିବା ପରେ ଠକାମୀଠୁ ଦୂରେଇ ରହିବାକୁ ସଭିଏଁ ଚେଷ୍ଟା କରୁଛନ୍ତି । ସାଇବର ଠକାମୀଠୁ ଦୁରେଇ ରହିବା ଠକେଇର ଶିକାର ହେଲେ ତୁରନ୍ତ ପୋଲିସର ସହାୟତା ନେବା ଅତ୍ୟନ୍ତ ଆବଶ୍ୟକତା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.