ETV Bharat / state

ବ୍ରହ୍ମପୁରର ୮ମ ଶ୍ରେଣୀ ଛାତ୍ରୀ ଇରାଙ୍କ କମାଲ, Saxophone ବଜାଇ ଜିତୁଛନ୍ତି ମନ

author img

By ETV Bharat Odisha Team

Published : Feb 21, 2024, 8:34 PM IST

Ira Kishore Pattnaik Saxophone Performance : ବ୍ରହ୍ମପୁରର ୮ମ ଶ୍ରେଣୀର ଛାତ୍ରୀ ଇରା କିଶୋର ପଟ୍ଟନାୟକ । ମାତ୍ର ୧୨ ବର୍ଯ ବୟସରେ ସାକ୍ସୋଫୋନ ବଜାଇ ଲୋକଙ୍କ ମନ ମୋହୁଛନ୍ତି । ଇରାଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି ।

ବ୍ରହ୍ମପୁରର ୮ମ ଶ୍ରେଣୀ ଛାତ୍ରୀ ଇରା କିଶୋରଙ୍କ କମାଲ, ସାକ୍ସୋଫୋନ ବଜାଇ ଜିତୁଛନ୍ତି ମନ
ବ୍ରହ୍ମପୁରର ୮ମ ଶ୍ରେଣୀ ଛାତ୍ରୀ ଇରା କିଶୋରଙ୍କ କମାଲ, ସାକ୍ସୋଫୋନ ବଜାଇ ଜିତୁଛନ୍ତି ମନ

ସାକ୍ସୋଫୋନ ବଜାଇ ଜିତୁଛନ୍ତି ମନ

ବ୍ରହ୍ମପୁର: ମାତ୍ର ୧୨ ବର୍ଷ ବୟସରେ ସାକ୍ସୋଫୋନ ବଜାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ୮ମ ଶ୍ରେଣୀର ଛାତ୍ରୀ ଇରା କିଶୋର ପଟ୍ଟନାୟକ । ଗୋଟିଏ ପଟେ ନିଜର ପାଠପଢା ଏବଂ ବଳକା ସମୟରେ ସାକ୍ସୋଫୋନ ବଜାଇବାର ରୁଚି ତାଙ୍କ ପାଇଁ ଆଣିଦେଇଛି ସଫଳତା । ବ୍ରହ୍ମପୁର ସହରର ଏକ ନମ୍ୱର ୱାର୍ଡ ଚନ୍ଦନିଆ ପାହଡ ଅଞ୍ଚଳର ଇରା କିଶୋର ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଯାଦୁ ଦେଖାଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିିଛନ୍ତି । ଇରାଙ୍କ ଏଭଳି ପ୍ରୟାସକୁ ଲୋକେ ପ୍ରଶଂସା କରୁଥିବା ବେଳେ ଇରା କିଶୋର ଆଗାମୀ ଦିନରେ ଏହି ପ୍ରୟାସ ଜାରି ରଖି ଆଗାମୀ ଦିନରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।

ଇରା କିଶୋର ନିଜ ବାପା ରାଜ କିଶୋର ପଟ୍ଟନାୟକଙ୍କ ଠାରୁ ଏହି ବାଦ୍ୟଯନ୍ତ୍ରର ଶିକ୍ଷାଲାଭ କରିଛନ୍ତି । ସେ ନିଜ ବାପାଙ୍କୁ ହିଁ ଗୁରୁ ବୋଲି ମାନି ନେବା ସହ ଦେଶର ଅନ୍ୟ ପ୍ରମୁଖ ସହରରେ ଏଭଳି ଅନେକ ମହିଳା ଓ ଯୁବତୀ ମାନେ ଏଭଳି ସାକ୍ସୋଫୋନକୁ ଭିନ୍ନ ଭିନ୍ନ କୌଶଳରେ ବଜାଉଥିବା ବେଳେ ଇରାକୁ ଏହି କ୍ଷେତ୍ରରେ ଆହୁରି ଆଗକୁ ବଢିବା ପାଇଁ ପରିବାର ବର୍ଗ ସହାୟତା କରିବେ ବୋଲି କହିଛନ୍ତି ଏବଂ ଝିଅର ରୁଚି ଦେଖି ମଧ୍ୟ ଆଗାମୀ ଦିନରେ ସେ ଖୁବ ସଫଳତା ହାସଲ କରିବ ବୋଲି ଆଶାବାଦୀ ହୋଇଛନ୍ତି ଇରାଙ୍କ ମାଆ ଓ ବାପା ।

ଇରାଙ୍କ ପରିବାର ଏକ କଳାକାର ପରିବାର । ପୂର୍ବରୁ ଇରାଙ୍କ ବାପା ରାଜ କିଶୋର ସହରର ଏକ ସୁନାମଧନ୍ୟ ବ୍ୟାଣ୍ଡପାର୍ଟି ରହିଥିବା ବେଳେ ମାଆ ସେହି ପାର୍ଟିରେ ଗୀତ ଗାଉଥିଲେ । ଏଭଳି ହସଖୁସିରେ ଚାଲିଥିବା ପରିବାରରେ ହଠାତ ଗତ କୋଭିଡ ଭଳି ମହାମାରୀର ବିପତ୍ତି ଯୋଗୁଁ ବ୍ୟବସାୟ ଠପ୍ ହୋଇଯିବା ଏବଂ ସେହି ସମୟରେ ରାଜ କିଶୋର ମୁଖ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ । ଏହି ସମୟରେ ସେ ସେହି ବ୍ୟାଣ୍ଡକୁ ବିକ୍ରି କରିଦେଇ ଚିକିତ୍ସିତ ହେବା ସହ ଆରୋଗ୍ୟ ହୋଇଥିଲେ । ଏହା ପରେ ରାଜକିଶୋର ରାଜ୍ୟ ବାହାରକୁ ଯାଇ ସାକ୍ସୋଫୋନ ବଜାଇବାର କୌଶଳ ଶିକ୍ଷାଲାଭ କରିଥିଲେ । ଏହାପରେ ସେ ଏଥିପ୍ରତି ନିଜର ଝିଅ ଇରାଙ୍କ ରୁଚି ଦେଖି ତାଙ୍କୁ ଶିଖାଇଥିଲେ । ବର୍ତ୍ତମାନ ବାପା ଓ ଝିଅ ମିଳିତ ଭାବରେ ବିଭିନ୍ନ ଉତ୍ସବରେ ଯୋଗ ଦେଉଥିବା କହିଛନ୍ତି ।



ଆଧୁନିକତାର ଚାକଚକ୍ୟ ଚଳନୀ ମଧ୍ୟରେ ଦିନକୁ ଦିନ ବିଭିନ୍ନ ରାଜ୍ୟରେ ଉତ୍ସବ ଠାରୁ ଆରମ୍ଭ କରି ବିବାହ, ଭୋଜି ଭଳି ଅନେକ କାର୍ଯ୍ୟକ୍ରମରେ ସାକ୍ସୋଫୋନ ବାଦ୍ୟଯନ୍ତ୍ରରେ ଭଳିକି ଭଳି ସଙ୍ଗୀତର ମାଧୁର୍ଯ୍ୟ ଅନେକଙ୍କୁ ଆକୃଷ୍ଟ କରିଥାଏ । ଆଉ ଏଭଳି ସମୟରେ ଇରାଙ୍କ ସାକ୍ସୋଫୋନ ବଜାଇବାର ଇଚ୍ଛା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।

ଏହା ମଧ୍ୟ ପଢନ୍ତୁ: ସାଉଥରେ ଓଡ଼ିଆ ପୁଅ ମିଲନଙ୍କ କମାଲ୍, 'ହନୁମାନ'ରେ ସହ ନିର୍ଦ୍ଦେଶନା ଦେଇ ଏବେ ଚର୍ଚ୍ଚାରେ


ବ୍ରହ୍ମପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.