ETV Bharat / state

କାହିଁକି ମିଳିଲାନି ଟିକେଟ୍‌, ଏମିତି ଉତ୍ତର ରଖିଲେ ବରଗଡ ସାଂସଦ - Suresh Pujari Press Meet

author img

By ETV Bharat Odisha Team

Published : Mar 29, 2024, 12:12 PM IST

Suresh Pujari
Suresh Pujari

Suresh Pujari Press Meet: ସାମ୍ବାଦିକ ସମ୍ମିଳନୀରେ 5 ବର୍ଷରେ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ମତ ରଖିଥିଲେ ସୁରେଶ ପୂଜାରୀ । ଏଥି ସହ ଚଳିତ ନିର୍ବାଚନରେ ଟିକେଟ ନମିଳିଥିଲେ ମଧ୍ୟ ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ବୋଲି ମତ ରଖିଛନ୍ତି ।

Suresh Pujari

ଝାରସୁଗୁଡା: ବରଗଡ ଲୋକସଭା ଆସନ ପାଇଁ ଚଳିତ ଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ପୁରୋହିତ । ଚଳିତ ଥର ବର୍ତ୍ତମାନର ସାଂସଦ ସୁରେଶ ପୂଜାରୀଙ୍କୁ ଦଳ ଟିକେଟ ଦେଇ ନାହିଁ । ତେବେ ଗତ 5 ବର୍ଷ ମଧ୍ୟରେ ସେ ଯେଉଁସବୁ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି ସେନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏଥିସହ ଦଳ ତାଙ୍କୁ କାହିଁକି ଚଳିତ ଥର ଟିକେଟ ଦେଲା ନାହିଁ ସେ ବିଷୟରେ ମଧ୍ୟ ଅବଗତ କରାଇଛନ୍ତି ।

ସୁରେଶ ପୂଜାରୀ କହିଛନ୍ତି,''ଟିକେଟ ନମିଳୁ, କିନ୍ତୁ ଦଳ ଯାହା ବି କରିଛି ଭାବିଚିନ୍ତି ନିଷ୍ପତ୍ତି ନେଇଛି । 2014ରେ ମୁଁ ପ୍ରଥମେ ଲୋକସଭା ନିର୍ବାଚନ ଲଢିଥିଲି । ତା ପୂର୍ବରୁ ବିଧାନସଭା ନିର୍ବାଚନ ଲଢିଥିଲି । ସେ ସମୟରେ ତ ମୋତେ କେହି ପ୍ରଶ୍ନ କରିନଥିଲେ କାହିଁ ବିଧାନସଭାରେ ଲଢୁଛି ଲୋକସଭା ପାଇଁ କାହିଁକି ନୁହେଁ । ମୋତେ ଯେଉଁ ଦାୟିତ୍ବ ମିଳିଛି ସେ ଅନୁଯାୟୀ ମୋର କାର୍ଯ୍ୟକର୍ତ୍ତା, ଅଞ୍ଚଳ ପାଇଁ କାମ କରିବାରେ । କେନ୍ଦ୍ର ଯାହା ଚିନ୍ତା କରିବ ତାକୁ କାର୍ଯ୍ୟରେ ପରିଣତ କରିବା ମୋ ଦାୟିତ୍ବ ।''

ଏହା ମଧ୍ୟ ପଢନ୍ତୁ-ରଘୁନାଥପାଲ୍ଲୀରେ ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ: ମାଳ ମାଳ ସମସ୍ୟା, ବିଧାୟକ ଉପରେ ଅସନ୍ତୁଷ୍ଟ ଜନତା - General Election 2024

ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଗାମୀ ଦିନରେ ଯେଉଁ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇ ରହିଛି ଯିଏ କିଏ ବି ସାଂସଦ ଭାବେ ନିର୍ବାଚିତ ହୋଇ ଆସିବେ ତାଙ୍କୁ ସହାୟତା କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କୋଭିଡ 19 ଭଳି ମହାମାରୀ ଅଥବା ପରି ହତ୍ୟାକାଣ୍ଡଠୁ ମମିତା ମେହେର ହତ୍ୟାକାଣ୍ଡ ସମସ୍ତ କଠିନ ଓ ଅସୁବିଧା ସମୟରେ ଜନସାଧାରଣଙ୍କ ସହ ଛିଡା ହୋଇଥିଲେ ବୋଲି ମତ ରଖିଛନ୍ତି । ଜିଲ୍ଲା ହେଉ କି ସଂସଦୀୟ କ୍ଷେତ୍ର ଏହାର ଉନ୍ନତି କରଣ, ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିଛନ୍ତି ସେ । ଖୁବ ଶୀଘ୍ର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପରିଣତ କରିବା ପାଇଁ ଓ ଝାରସୁଗୁଡ଼ା ରେଲୱେ ଷ୍ଟେସନକୁ ଐତିହାସିକ ରେଲୱେ ଷ୍ଟେସନରେ ପରିଣତ କରିବା ତାଙ୍କର ସାଂସଦ ଥିବା ସମୟରେ ହିଁ ପ୍ରସ୍ତାବିତ ହୋଇଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି ରେଶ ପୂଜାରୀ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.