ETV Bharat / state

ଇନପୁଟ୍ ସବସିଡି ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ କଲେ ବରଗଡ଼ ଚାଷୀ

author img

By ETV Bharat Odisha Team

Published : Feb 28, 2024, 12:52 PM IST

୫ଦଫା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ କଲେ ବରଗଡ଼ ଚାଷୀ
୫ଦଫା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ କଲେ ବରଗଡ଼ ଚାଷୀ

Bargarh Farmer Protest: ୫ ଦଫା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି ବରଗଡ଼ ଜିଲ୍ଲାର ସମସ୍ତ ଚାଷୀ ସଂଗଠନ । ଅଧିକ ପଢନ୍ତୁ,

୫ଦଫା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ କଲେ ବରଗଡ଼ ଚାଷୀ

ବରଗଡ଼: ରାଜରାସ୍ତାରେ ଗର୍ଜିଲା କୃଷକ ସଂଘ । ବିଭିନ୍ନ ଦାବି ନେଇ ଜିଲ୍ଲାର ସମସ୍ତ ଚାଷୀ ସଙ୍ଗଠନକୁ ନେଇ ଗଠିତ ହୋଇଥିବା ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଆଜି ବିକ୍ଷୋଭ ସମାବେଶ ଆୟୋଜିତ ହୋଇଥିଲା । ମଙ୍ଗଳବାର ବରଗଡ଼ର ଲୋକମଣ୍ଡପ ପଡ଼ିଆଠାରୁ ହଜାର ହଜାର ଚାଷୀଙ୍କ ବିରାଟ ରେଲି ବରଗଡ଼ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।


ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ସରକାର ସମସ୍ତ କ୍ଷେତ୍ରରେ ସୁବିଧା ଯୋଗାଇ ଦେଇଥିବା ବେଳେ କିନ୍ତୁ କୃଷି ଓ କୃଷକଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତୁି ବରଗଡ଼ର ଚାଷୀ l ୫ ଦଫା ଦାବି ନେଇ ଜିଲ୍ଲାର ୧୨ ଗୋଟି ବ୍ଲକରୁ ୫ ହଜାରରୁ ଅଧିକ କୃଷକ ଲୋକମଣ୍ଡପ ପଡ଼ିଆ ଠାରେ ଏକତ୍ରିତ ହୋଇ ବିଶାଳ ରାଲିରେ ଆସି ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ ଏବଂ ରାଜନେତା, ସରକାର, ପ୍ରଶାସନ ଏବଂ କମ୍ପାନୀମାନଙ୍କୁ ଚେତାବନୀ ଦେଇଛନ୍ତି ।

ଗତ ଖରିଫ ଋତୁ ଶେଷ ଆଡ଼କୁ ମିଗଜୋମ ସାମୁଦ୍ରିକ ଝଡ଼ କାରଣରୁ ବରଗଡ଼ ଜିଲ୍ଲାର ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ ହୋଇଥିଲା । ବିଭାଗୀୟ ଅଧିକାରୀମାନଙ୍କ ରିପୋର୍ଟ ଅନୁସାରେ ଜିଲ୍ଲାପାଳ ୪୧ ହାଜର ହେକ୍ଟର ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିବା ରାଜ୍ୟ ସରକାରଙ୍କୁ ଜଣାଇଥିଲେ । ତେବେ କାହିଁକି ଓ କେମିତି ଏବଂ କାହା ନିର୍ଦ୍ଦେଶରେ ୪୦୦ ହେକ୍ଟର ଜମିର କ୍ଷତିପୂରଣ ଦିଆଗଲା ଏବଂ ପେଟା କୁହା ଫସଲ ବୀମା ୧୦ ଦିନ ମଧ୍ୟରେ ଆକଳନ କରି ୧୫ ଦିନ ମଧ୍ୟରେ କ୍ଷତିପୂରଣ ଦେବାର ନିୟମ ଅଛି, ହେଲେ ଦୁଇମାସ ବିତିଯାଇଥିଲେ ମଧ୍ୟ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି ।

କୃଷକମାନଙ୍କୁ ନିର୍ବାଚନୀ ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଗଲା ପରେ ଜଳ, ଜଙ୍ଗଲ, ଜମି, ଇଲେକ୍ଟ୍ରି, ଜୀବିକା ସବୁ କମ୍ପାନୀ ହାତରେ ଟେକି ଦିଆଯାଉଥିବା ଅଭିଯୋଗ କରିଛନ୍ତି ।ଫଳରେ ଚାଷୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର ସାମ୍ନାକୁ କରୁଥିବା ବେଳେ ଅନେକ ଋଣକରଜ ହୋଇ ଅସୁବିଧାରେ ଜୀବନ କାଟୁଛନ୍ତି । ତେବେ ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ । ଏଭଳି ଅନେକ ଅଭିଯୋଗ ସହ ନିଜର ଅଧିକାର ପାଇବାକୁ ଏକତ୍ରିତ ହୋଇଛନ୍ତି ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ । ଯଦି ଆଗାମୀ ଦିନରେ ଚାଷୀଙ୍କ ଦାବି ପୂରଣ ନହୁଏ ତେବେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ମାନେ ।

ଚାଷୀଙ୍କ ୫ ଦଫା ଦାବି:


୧- ମିଗଜୋମ ଜନିତ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ଇନ୍‌ପୁଟ୍ ସବସିଡ଼ି ଦିଆଯାଉ ।
୨- ପେଟା କୁହା କ୍ଷତିପୂରଣ ବୀମା ତୁରନ୍ତ ଚାଷୀମାନଙ୍କୁ ଦିଆଯାଉ ।
୩- ଧାନ କ୍ୟୁଣ୍ଟାଲ ୪ ହଜାର ଟଙ୍କା କରାଯାଉ, ଯେତେ ଦିନ ପର୍ଯ୍ୟନ୍ତ ବୃଦ୍ଧି ନ ହୋଇଛି ରାଜ୍ୟ ସରକାର ୧ ହଜାର ଟଙ୍କା ବୋନସ ଦିଅନ୍ତୁ ଏବଂ କଟନୀ ଛଟନୀ ବନ୍ଦକରି ମଣ୍ଡି ବ୍ୟବସ୍ଥା ସୁଦୃଢ଼ କରାଯାଉ ।
୪-ସବୁ ଚାଷୀ ଏବଂ ଏସ୍.ଏଚ୍.ଜି.ଙ୍କ ଋଣ ଛାଡ଼ କରାଯାଉ ।
୫- ବକେୟା ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ଼ କରି ଜଳକର ଭଳି ବିଦ୍ୟୁତ୍ ବିଲ ଧାର୍ଯ୍ୟ କରି ୩୦୦ ୟୁନିଟ ମାଗଣା ଦିଆଯାଉ ।

ଏହା ମଧ୍ୟ ପଢନ୍ତୁ: ବରଗଡ଼ରେ ଜୟ କିଶାନ ଆନ୍ଦୋଳନ ତରଫରୁ ଚାଷୀଙ୍କ ବିରାଟ ଟ୍ରାକ୍ଟର ରାଲି

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.