ETV Bharat / state

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ପ୍ରାର୍ଥୀପତ୍ର ଦାଖଲ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି - Balasore Election Preparation

author img

By ETV Bharat Odisha Team

Published : May 7, 2024, 3:37 PM IST

Balasore Election Preparation: ଚତୁର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଥିବା ବେଳେ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

Balasore Election Preparation
Balasore Election Preparation (ETV Bharat)

Balasore Election Preparation (ETV Bharat)

ବାଲେଶ୍ବର: ରାଜ୍ୟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଜାରି ରହିଛି । ଚତୁର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କ୍ରମରେ ବାଲେଶ୍ବରରେ ମଧ୍ୟ ନାମାଙ୍କନ ଭରିବେ ବିଭିନ୍ନ ଦଳ ପ୍ରାର୍ଥୀ । ତେବେ ଏହି ପ୍ରକ୍ରିୟାକୁ କିଭଳି ସୂଚାରୁରୂପେ ସମ୍ପାଦନ କରାଯିବ ସେନେଇ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ବିଜ୍ଞପ୍ତି ଏବଂ ନାମାଙ୍କନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ।

ତେବେ ସୂଚନା ଅନୁସାରେ, ପ୍ରାୟ ୧୩୯୨୦ଜଣ ପୋଲିଂ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି ଏବଂ ସେମାନଙ୍କୁ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ନିୟୋଜିତ କରାଯାଇଛି । ପ୍ରତି ମତଦାନ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ ଅଫିସର ଓ 5ଜଣ ପୋଲିଂ ଅଫିସର ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ୩୫୬ଟି ଆଦର୍ଶ ମତଦାନ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି ଯେଉଁ ଥିରେ ସଖୀ ମତଦାନ କେନ୍ଦ୍ର (୨୮୦), ଯୁବବର୍ଗଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର (୧୬), ପରିବେଶ ଅନୁକୂଳ ମତଦାନ କେନ୍ଦ୍ର(୨୨), ଜାତିଗତ ମତଦାନ କେନ୍ଦ୍ର (୧୫) ଏବଂ ଅନ୍ୟାନ୍ୟ ଥିମ୍ ଆଧାରିତ ମତଦାନ କେନ୍ଦ୍ର (୧୫) ରହିଛି । ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ନାମାଙ୍କନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏହି ସମୟରେ ଛୁଟି ଦିନଗୁଡିକୁ ଛାଡି ସମସ୍ତ ଅଫିସ ଦିନ ଗୁଡିକରେ ଆସନ୍ତା ମଇ ୧୪ ତାରିଖ ଯାଏଁ ନାମାଙ୍କନ ଦାଖଲ କରାଯାଇପାରିବ । ପ୍ରାର୍ଥୀମାନେ ଦିନ ୧୧ ଘଟିକାରୁ ଅପରାହ୍ନ 3ଟା ଯାଏଁ ନିଜ ନାମାଙ୍କନ ପତ୍ର ସମ୍ପୃକ୍ତ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖରେ ଦାଖଲ କରିପାରିବେ।

ଏହା ମଧ୍ୟ ପଢନ୍ତୁ: ସ୍ବଚ୍ଛ ନିର୍ବାଚନ ପାଇଁ ସଜାଗ ପୋଲିସ ପ୍ରଶାସନ, ସୋସିଆଲ ମିଡିଆ ଉପରେ ତୀକ୍ଷ୍‌ଣ ନଜର - Police Eyes on Social Media

14 ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ରହିଥିବା ବେଳେ ମେ ୧୫ ତାରିଖ ନାମାଙ୍କନ ଯାଞ୍ଚ ଏବଂ ୧୭ ତାରିଖ ପାର୍ଥୀପତ୍ର ପ୍ରତ୍ୟାହାର କରିବାର ବ୍ୟବସ୍ଥା ରହିଛି । ଏହାପରେ ଜୁନ ୧ ତାରିଖ ଜିଲ୍ଲାରେ ମତଦାନ ହେବ । ନାମାଙ୍କନ କେନ୍ଦ୍ରର ୧୦୦ ମିଟର ଦୂରତା ଭିତରେ ପ୍ରାର୍ଥୀ ୩ଟି ଗାଡି ସହ ୪ଜଣଙ୍କୁ ସାଥିରେ ଆଣିପାରିବେ । ସେହିପରି ଅପରାହ୍ନ ୩ଟା ପରେ କୌଣସି ନାମାଙ୍କନ ଗ୍ରହଣ କରାଯିବନି ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । ଅନ୍ୟପଟେ ଜିଲ୍ଲାର ଚିହ୍ନଟ ହୋଇଥିବା ୨୩୭ଟି କ୍ରିଟିକାଲ ମତଦାନ କେନ୍ଦ୍ର ସମେତ ସମସ୍ତ ୧୯୧୩ଟି ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ସୁରକ୍ଷା ବଳ ମୁତୟନ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଏହି ୨୩୭ଟି କ୍ରିଟିକାଲ ମତଦାନ କେନ୍ଦ୍ର ମୂଲ୍ୟାଙ୍କନ ଅନୁଯାୟୀ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ଏସପି ସୂଚାଇ ଦେଇଥିଲେ। ସାଧାରଣ ନିର୍ବାଚନକୁ ନେଇ ପେଡ୍ ନ୍ୟୁଜ୍, ଫେକ୍ ନ୍ୟୁଜ୍ ଓ ଫେକ୍ ମର୍ଫଡ୍ ଇମେଜ୍ ମାମଲା ଉପରେ ନଜର ରଖିବା ପାଇଁ ସୋସିଆଲ୍ ମିଡିଆ ମନିଟରିଂ ସେଲ୍ ଗଠନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସୋସିଆଲ ମେଡିଆ ସାଇଟରୁ ୩୨ଟି ପୋଷ୍ଟ ଡିଲିଟ୍ କରାଯାଇଛି ବୋଲି ଏସପି ସୂଚନା ଦେଇଥିଲେ। ତେବେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଅତିରିକ୍ତ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଓ ଡେପୁଟି କଲେକ୍ଟର (ନିର୍ବାଚନ) ରାଇମତ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.