ETV Bharat / state

ବୌଦ୍ଧର ନିଆରା ଖାଦ୍ୟ 'ବହଳ କଢ', ବଜାରରେ ବଢୁଛି ଚାହିଦା - Bahala Kadha

author img

By ETV Bharat Odisha Team

Published : Apr 14, 2024, 4:38 PM IST

Bahala Kadha
Bahala Kadha

Bahala Kadha: 'ବହଳ' କଢ ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥିବାବେଳେ ଏହାର ଯଥେଷ୍ଟ ଚାହିଦା ରହିଛି । ଏହା ବୌଦ୍ଧ ଜିଲ୍ଲାବାସୀଙ୍କ ପାରମ୍ପରିକ ଖାଦ୍ୟ ହୋଇଥିବାବେଳେ ବର୍ତ୍ତମାନ ଏହା ଉପରେ ଗବେଷଣା ମଧ୍ୟ ଜାରି ରହିଛି। ଅଧିକ ପଢନ୍ତୁ

Bahala Kadha

ବୌଦ୍ଧ: ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲା । ବିଭିନ୍ନ ଅଞ୍ଚଳରେ ଅନେକ ବୃକ୍ଷରାଜି, ଔଷଧୀୟ ଗୁଳ୍ମଲତା, ଖାଦ୍ୟ ଉପଯୋଗୀ ତରୁଲତା ରହିଛି । ସେଥିମଧ୍ୟରୁ ଅନ୍ୟତମ ହେଉଛି 'ବହଳ କଢ' । ମହାନଦୀ ଅବବାହିକାରେ ରହିଛି ଏଭଳି ବୃକ୍ଷ ଯାହାର ପତ୍ର ଓ କଢର ବେଶ ଚାହିଦା ରହିଛି । 'ବହଳ' କଢ ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥିବାବେଳେ ଏହାର ଯଥେଷ୍ଟ ଚାହିଦା ରହିଛି । ଏହି ସ୍ବତନ୍ତ୍ର ଖାଦ୍ୟର କୌଣସି ଚାଷ ହେଉନଥିବାବେଳେ ଏହାକୁ କେବଳ ସଂଗ୍ରହ କରାଯାଇ ବଜାରରେ ଉପଲବ୍ଧ କରାଯାଏ । ଇଂରାଜୀ ଭାଷାରେ ଏହି ବହଳ କଢକୁ 'କାମିଚେରୀ' କୁହାଯାଉଥିବାବେଳେ ବୌଦ୍ଧ ଜିଲ୍ଲାରେ ଏହାର ବେଶ ଚାହିଦା ରହିଛି । ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନେକ ବୃକ୍ଷରାଜି, ଔଷଧୀୟ ଗୁଳ୍ମଲତା, ଖାଦ୍ୟ ଉପଯୋଗୀ ଗଛଲତା ରହିଛି ।

Bahala Kadha
Bahala Kadha

ଏମିତି କିଛି ବୃକ୍ଷ ରହିଛି ଯାହାକି କେବଳ ମହାନଦୀ ଅବବାହିକାରେ ଦୃଶ୍ୟମାନ ହୋଇଥାଏ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହଳ ନାମକ ଏକ ବୃକ୍ଷ ପ୍ରଚୁର ମାତ୍ରାରେ ଦେଖାଯାଏ । ବୌଦ୍ଧ ଜିଲ୍ଲା ସହିତ ମହାନଦୀର ଉଭୟ ପାର୍ଶ୍ଵରେ ଥିବା ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ଏହି ବହଳ ବୃକ୍ଷ ଦେଖିବାକୁ ମିଳେ । ବସନ୍ତ ଋତୁରେ ଏହି ଗଛ ପତ୍ରଝଡା ଦେଇଥିବାବେଳେ ଚୈତ୍ର ମାସ ବେଳକୁ ଏହି ଗଛରେ ନୂଆ ପତ୍ର କଅଁଳିଥାଏ । ଏହାଛଡା ଏହି ବହଳ ଗଛର ପତ୍ର ମଝିରେ ଟିକି ଟିକି ପେନ୍ଥାରେ ବହଳ କଢ ସୃଷ୍ଟି ହୋଇଥାଏ । ଏସବୁ କଢ ପେନ୍ଥା ଆକାରରେ ସଂଗ୍ରହ କରାଯାଇ ବଜାରରେ ଉପଲବ୍ଧ ହୋଇଥାଏ । ପ୍ରତ୍ୟେକ ବର୍ଷ ଏହି ଗ୍ରୀଷ୍ମପ୍ରବାହ ସମୟରେ ହିଁ ଏହି ବହଳ କଢ ଓ ପତ୍ର ସଂଗ୍ରହ କରାଯାଇଥାଏ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଜଙ୍ଗଲ ନିକଟବର୍ତ୍ତୀ ସ୍ଥାନରେ ବସବାସ କରୁଥିବା ଅଧିବାସୀ ଚୈତ୍ରମାସରେ ମହୁଲ, ଟୋଲ, ଚାର କୋଳି, ନିମ୍ବ ଫୁଲ, ବରଡ଼ା ପତ୍ର, ବହଳ ପତ୍ର ସହିତ ବହଳ କଢ ସଂଗ୍ରହ କରି ଜୀବିକା ନିର୍ବାହ କରିଥାଆନ୍ତି ।

Bahala Kadha
Bahala Kadha

ଏହା ବି ପଢନ୍ତୁ...କୋରାପୁଟ ଜିଲ୍ଲା ପ୍ରତିଷ୍ଠା ଦିବସ, ମନ ମୋହିଲା ଓଡ଼ିଆ ପାରମ୍ପରିକ ଖାଦ୍ୟ - Food Exhibition In Koraput

ଏହି ବହଳ କଢ କିଲୋ ପ୍ରତି 200ରୁ ନେଇ 600 ଟଙ୍କା ପର୍ଯ୍ୟନ୍ତ ଦର ଧାର୍ଯ୍ୟ ହୋଇଥାଏ । ଏହି କଢ ଅତ୍ୟନ୍ତ ସ୍ବାଦିଷ୍ଟ ତଥା ଶରୀର ପାଇଁ ଉପକାରୀ ଅଟେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ରହିଥିବାବେଳେ ଏହାକୁ ବଡି, ବେସର କିମ୍ବା ମସଲା କଷା ଦ୍ବାରା ପ୍ରସ୍ତୁତ କରାଯାଇଥାଏ । ବୃକ୍ଷରୁ ଅତି ସତର୍କତା ସହିତ ବହଳ କଢକୁ ସଂଗ୍ରହ କରାଯାଏ । ଏହି କଢ ବୌଦ୍ଧରେ ପ୍ରଚୁର ମାତ୍ରାରେ ଚୈତ୍ରମାସରେ ଉପଲବ୍ଧ ହେଉଥିବାରୁ ଏହାକୁ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଅଧିବାସୀ ସଂଗ୍ରହ କରି ନିଜେ ବ୍ୟବହାର କରିବା ସହିତ ନିଜ ଅଞ୍ଚଳକୁ ପଠାଇଥାନ୍ତି । ବହଳ କଢ ଭଳି ବୌଦ୍ଧ ଜିଲ୍ଲାର 10ଟି ପତ୍ର, ଫୁଲ, କଢ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ସ୍ଥାନୀୟ ବୈଜ୍ଞାନିକ ଗବେଷଣା ଜାରି ରଖିବା ସହ ସର୍ଭେ ମଧ୍ୟ କରୁଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.