ETV Bharat / state

ରାମନବମୀରେ ବାଇକ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ନିଆଳି - RAM NAVAMI

author img

By ETV Bharat Odisha Team

Published : Apr 17, 2024, 10:55 PM IST

Ram Navami Celebration In Niali: ପବିତ୍ର ରାମନବମୀ ପାଇଁ ଆଜି ଫୁଲନଖରା ଠାରୁ ନିଆଳି ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରା ଆୟୋଜନ । ଶୋଭାଯାତ୍ରାରେ ରାମ,ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ବେଶରେ ସୁସଜ୍ଜିତ ହୋଇ ସଭାସ୍ଥଳକୁ ଆସିଥିଲେ ରାମଭକ୍ତ । ଅଧିକ ପଢନ୍ତୁ

Auspicious  Ram Navami Celebrated With Bike rally and Spiritual Program In Niali
Auspicious Ram Navami Celebrated With Bike rally and Spiritual Program In Niali

Auspicious Ram Navami Celebrated With Bike rally and Spiritual Program In Niali

ନିଆଳି: ଆଜି ପବିତ୍ର ରାମନବମୀ । ଦେଶ ତଥା ବିଦେଶରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବକୁ ବେଶ ଧୁମଧାମରେ ପାଳନ କରାଯାଉଛି । ଏହି କ୍ରମରେ ପ୍ରତି ବର୍ଷ ପରି ଆଜି ଫୁଲନଖରା ଠାରୁ ନିଆଳି ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଏହି ଶୋଭାଯାତ୍ରାକୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସହଯୋଗରେ ଆୟୋଜନ ହୋଇଥିଲା । ଆଜି ରାମ ନବମୀ ଉପଲକ୍ଷେ ଫୁଲନଖରାର ଲକ୍ଷେଶ୍ବର ମନ୍ଦିର ଠାରୁ ନିଆଳି ହାଇସ୍କୁଲ ଖେଳ ପଡିଆ ପର୍ଯ୍ୟନ୍ତ ପାଖାପାଖି ୩୦ କିଲୋମିଟର ରାସ୍ତା ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରାରେ ହଜାର ହଜାର ରାମ ଭକ୍ତ ନିଜକୁ ସାମିଲ କରିଥିଲେ । ଏହି ଶୋଭାଯାତ୍ରା ସମୟରେ ରାସ୍ତାର ଉଭୟ ପାର୍ଶ୍ଵରେ ଭକ୍ତ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା । ଏପରିକି ସେମାନଙ୍କ ପାଇଁ ସୁସ୍ବାଦୁ ପଣାର ବ୍ୟବସ୍ଥା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ... ପବିତ୍ର ଶ୍ରୀରାମ ନବମୀରେ ସବୁଠି ଶୁଭୁଛି ରାମ ନାମ, ଚଳଚଞ୍ଚଳ ଭୁବନେଶ୍ବର ରାମ ମନ୍ଦିର - Ram Navami

ଶୋଭାଯାତ୍ରାରେ ରାମ,ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ବେଶରେ ସୁସଜ୍ଜିତ ହୋଇ ସଭାସ୍ଥଳକୁ ଆସିଥିଲେ ରାମଭକ୍ତ । ସୁରକ୍ଷା ଦୃଷ୍ଟିକୋଣରୁ ବିଭିନ୍ନ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥିଲା । ନିଆଳି ହାଇସ୍କୁଲ ଖେଳ ପଡିଆ ଆୟୋଜିତ ସଭାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତ୍ୟେକଟି ଚରିତ୍ର ସମାଜ ପାଇଁ ଅବଦାନ, ହିନ୍ଦୁ ମାନଙ୍କର ପାଇଁ ବାର୍ତ୍ତା ଓ ରାମ ରାଜ୍ୟ ପରିଗଣତି ହେବା ପାଇଁ ଆହ୍ବାନ ଦେବା ସହିତ ଗୋଟିଏ ମାଳରେ ହିନ୍ଦୁମାନେ ଯୋଡି ହେବା ପାଇଁ ରାମଭକ୍ତ ମାନଙ୍କର ଆହ୍ବାନ ଦେଇଥିଲେ । ସମସ୍ତ ଅଞ୍ଚଳ ରାମମୟ ହୋଇଯାଇଥିଲା । ଏହି ଶୋଭାଯାତ୍ରାରେ ପାରାୟ ୫ ହଜାର ବାଇକ୍ ସାମିଲ ଥିଲା ।

ଆଜି 500 ବର୍ଷର ଅପେକ୍ଷା ପରେ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମଲାଲାଙ୍କ ଜନ୍ମ ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ରାମଲାଲାଙ୍କ ମସ୍ତଙ୍କରେ ଶୋଭା ପାଇଛି ସୂର୍ଯ୍ୟତିଳକ । ଦ୍ବିପହର 12ଟା 16 ମିନିଟ ସମୟରେ ପ୍ରାୟ 4 ମିନିଟ ଧରି ମସ୍ତକରେ ଶୋଭା ପାଇଥିଲା । ତେବେ ଏହା ବିଶ୍ବର ପ୍ରଥମ ରାମ ମନ୍ଦିର, ଯେଉଁଠାରେ ମହାପ୍ରଭୁ ରାମଚନ୍ଦ୍ରଙ୍କ ମସ୍ତକରେ ଶୋଭା ପାଇଥିଲା ସୂର୍ଯ୍ୟତିଳକ । ଅପ୍ଟି ମେକାନିକଲ ସିଷ୍ଟମରେ ସୂର୍ଯ୍ୟାଲୋକ ଗର୍ଭଗୃହକୁ ଆସିଥିଲା । ଯାହାକୁ ଦେଖି ଭକ୍ତ ସମାଜ ଭାବ ବିହ୍ବଳ ହୋଇଛନ୍ତି । ସେହିପରି ଭୁବନେଶ୍ୱର ରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଦର୍ଶନ ପାଇଁ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ। ଭଜନ କୀର୍ତ୍ତିନ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ସେଠାରେ ରାମଚରିତ ମାନସ ସହ ନାମ ସଂକୀର୍ତ୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.