ETV Bharat / state

କେଜ୍ରିୱାଲଙ୍କୁ ବାନ୍ଧିଲା ଇଡି, ଭୁବନେଶ୍ବରରେ ଆପ୍‌ର ବିକ୍ଷୋଭ - AAP Protest In Bhubaneswar

author img

By ETV Bharat Odisha Team

Published : Mar 22, 2024, 11:21 AM IST

APP Protest in Bhubaneswar
APP Protest in Bhubaneswar

APP Protest in Bhubaneswar: ଭୁବନେଶ୍ବରରେ କେଜ୍ରିଓ୍ବାଲ ଗିରଫ ନିଆଁ । ଭୁବନେଶ୍ବରରେ ଆପକର୍ମୀଙ୍କ ବିକ୍ଷୋଭ । ମୋଦି ସରକାରର ଚୋରି ରାଜନୀତିକୁ ନିନ୍ଦା ସହ ଆଗକୁ ଲଢେଇ ଜାରି ରହିବ କହିଲା ଦଳ । ଅଧିକ ପଢନ୍ତୁ

APP Protest in Bhubaneswar

ଭୁବନେଶ୍ବର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଦେଶର ବିଭିନ୍ନ ସ୍ଥାନରେ କର୍ମୀମାନଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି । ଏହି କ୍ରମରେ ଭୁବନେଶ୍ବରରରେ ମଧ୍ୟ କର୍ମୀମାନେ ପ୍ରତିବାଦ କରିଛନ୍ତି । ଇଡି ଦ୍ଵାରା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଅହୋରାତ୍ର ଆପକର୍ମୀଙ୍କ ବିକ୍ଷୋଭ ପଦର୍ଶନ ଜାରି ରହିଥିଲା । ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଜାଣିଶୁଣି ମୋଦି ସରକାର ଷଡଯନ୍ତ୍ର କରି ଗିରଫ କରିଛନ୍ତି ବୋଲି ଆପ୍‌କର୍ମୀମାନେ ଅଭିଯୋଗ କରିଥିଲେ ।

ଆନ୍ଦୋଳନରତ ଆପ୍ ଓଡ଼ିଶା ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି,"ମୋଦି ସରକାର ଇଲୋକ୍ଟ୍ରାଲ୍ ବଣ୍ଡ ଦୁର୍ନୀତିରୁ ଧ୍ୟାନ ହଟାଇବା ପାଇଁ କେଜ୍ରିୱାଲଙ୍କୁ ନିଜର ନିଶାନା କରି ଗିରଫ କରିଛନ୍ତି । କାରଣ ଏହି ଷଡ଼ଯନ୍ତ୍ରକାରୀ ଗିରଫଦାରୀ ପରେ ସାରା ଦେଶରେ କେବଳ କେଜ୍ରିଓ୍ବାଲଙ୍କ ଚର୍ଚ୍ଚା ହେବ । ଏହା ଦ୍ବାରା ଲୋକେ ଇଲେକ୍ଟ୍ରିକାଲ ବଣ୍ଡ ଦୁର୍ନୀତି ଭୁଲି ଯିବେ । କିନ୍ତୁ ମୋଦି ସରକାରଙ୍କ ଲୁଟ ତନ୍ତ୍ରକୁ ବିରୋଧ କରୁଛି ଆପ୍ । ଏଭଳି ଗିରଫକୁ ନିନ୍ଦା କରିବା ସହ ଜଣେ ଲୋକତନ୍ତ୍ରର ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରି ମୋଦି ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି । ଗଣତନ୍ତ୍ରର ଏହି ହତ୍ୟାକୁ କେବଳ ଦଳ ନୁହେଁ ସାରା ଦେଶବାସୀ ନିନ୍ଦା କରୁଛନ୍ତି । ଏହାର ଜବାବ ସରକାରଙ୍କୁ ସାଧାରଣ ଲୋକେ ଦେବେ । " ଏହାସହ ନିର୍ବାଚନ ହାରିଯିବା ଭୟରେ ଜଣେ ଚତୁର ଏବଂ ବୁଦ୍ଧିମାନ ରାଜନେତାଙ୍କୁ ଗିରଫ କରି ମୋଦି ସରକାର ଯେଭଳି କ୍ଷମତାର ଅପବ୍ୟବହାର କରିଛନ୍ତି ତାଙ୍କ ବିରୋଧରେ ଆପ୍ ପ୍ରତିବାଦ କରୁଛି ଏବଂ ଏହି ଲଢେଇ ଆଗକୁ ଜାରି ରହିବ ବୋଲି କର୍ମୀମାନେ କହିଛନ୍ତି ।

ଏହା ମଧ୍ଯ ପଢନ୍ତୁ: କେଜ୍ରିଓ୍ବାଲଙ୍କୁ ଗିରଫ କଲା ED, ବାହାରେ ସମର୍ଥକଙ୍କ ପ୍ରବଳ ହଙ୍ଗାମା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଦିନ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା । ନିର୍ବାଚନ ପୂର୍ବରୁ ଏହି ଗିରଫଦାରୀ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ଗତ ଦୁଇ ବର୍ଷ ଧରି ଇଡି ଦ୍ଵାରା ଯାଞ୍ଚ ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ । ମାତ୍ର ନିର୍ବାଚନ ପୂର୍ବରୁ ନିର୍ବାଚନୀ ବଣ୍ଡ ଦୁର୍ନୀତି ପଦାକୁ ଆସିବା ପରେ ମୋଦି ସରକାର ନିର୍ବାଚନୀ ବଣ୍ଡ ଦୁର୍ନୀତିରୁ ଧ୍ୟାନ ହଟାଇବା ପାଇଁ ଆକ୍ରୋଶ ମୂଳକ ଭାବରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଗଣତାନ୍ତ୍ରିକ ଭାବରେ ଗିରଫ କରିଛି । ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ଭାରତ ଗଣତନ୍ତ୍ର ଇତିହାସରେ ଏକ ଦୁର୍ଭାଗ୍ୟଜନକ ଘଟଣା । ଏହି ଗିରଫଦାରୀକୁ ଭାରତ ବର୍ଷର ସମସ୍ତ ବିରୋଧୀ ଦଳ ନିନ୍ଦା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.