ETV Bharat / state

ଜନତାଙ୍କ ଆଖିରେ ଧୂଳି ଦେଇ ଚାଲିଛି ରାସ୍ତା କାମ, ନା ଅଛନ୍ତି ଠିକାଦାର ନା ଯନ୍ତ୍ରୀ

author img

By ETV Bharat Odisha Team

Published : Feb 10, 2024, 9:20 PM IST

ଜନତାଙ୍କ ଆଖିରେ ଧୂଳି ଦେଇ ଚାଲିଛି ରାସ୍ତା କାମ , ନା ଅଛନ୍ତି ଠିକାଦାର ନା ବିଭାଗୀୟ ଯନ୍ତ୍ରୀ
ଜନତାଙ୍କ ଆଖିରେ ଧୂଳି ଦେଇ ଚାଲିଛି ରାସ୍ତା କାମ , ନା ଅଛନ୍ତି ଠିକାଦାର ନା ବିଭାଗୀୟ ଯନ୍ତ୍ରୀ

Low Quality Road Construction: କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଳକରେ ରାତିର ଅନ୍ଧାରରେ ଚାଲିଛି କୋଟି କୋଟି ଟଙ୍କାର ରାସ୍ତା କାମ । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ନିମ୍ନମାନ ରାସ୍ତା କରାଯାଇ ମହାଦୁର୍ନୀତି ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ

ଜନତାଙ୍କ ଆଖିରେ ଧୂଳି ଦେଇ ଚାଲିଛି ରାସ୍ତା କାମ , ନା ଅଛନ୍ତି ଠିକାଦାର ନା ବିଭାଗୀୟ ଯନ୍ତ୍ରୀ

କେନ୍ଦ୍ରାପଡ଼ା: ରାତି ଅଧିଆ ଚାଲିଛି ରାସ୍ତା କାମ, ଅଧିକାରୀଙ୍କୁ ପଚାରିଲେ ମିଳୁଛି ଅଜବ ଉତ୍ତର । ସରକାର ୫ଟି କଥା କହୁ ଥିବାବେଳେ ରାତି ଅଧିଆ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣକୁ ସହଜରେ ହଜମ କରିପାରି ନାହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଳକ ଚାଟରା ଚକଡ଼ା ପଞ୍ଚାୟତବାସୀ । ଏହାସହ କୌଣସି ଅଧିକାରୀ କିମ୍ବା ଠିକାଦାରଙ୍କ ଅନୁପସ୍ଥିରେ ଏହି କାର୍ଯ୍ୟ ହେଉଥିବାରୁ ଲୋକେ ସନ୍ଦେହ ପଡ଼ିଛନ୍ତି । ଏନେଇ କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଶ୍ନ କରିବାରୁ ସେ କୌଣସି ଉତ୍ତର ଦେଇନଥିବା ଅଭିଯୋଗ ହୋଇଛି । ଚାଟରା ଚକଡ଼ା ପଞ୍ଚାୟ ଅନ୍ତର୍ଗତ ଛତା ଛକ ଠାରୁ ବେଣୀପୁର ରାସ୍ତା ଅତି ନିମ୍ନମାନର ତିଆରି କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ସୂଚନାଯୋଗ୍ୟ ଛତା ଛକ ଠାରୁ ବେଣୀପୁର ଯାଏ ପ୍ରାୟ ୧୦ କିମି ରାସ୍ତାକୁ ନିର୍ମାଣ ପାଇଁ ପ୍ରାୟ ୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ହେଲେ କିଛି ମାସ ପୂର୍ବରୁ ଏହି ରାସ୍ତା କାମ ଶେଷ ହୋଇଥିଲା । ବିଭାଗ ବଦଳିବା ପରେ ପିଚୁ ଉପରେ ପୁନଃ ପିଚୁ କାମ କରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସେପଟେ ଅନ୍ଧାର ରାତିରେ କାମ ଚାଲୁଥିବାବେଳେ କୌଣସି ଅଧିକାରୀ ଉପସ୍ଥିତ ନ ରହିବା ଉକ୍ତ ରାସ୍ତା କାମ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ୨୦୧୮ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ତତ୍କାଳୀନ ଦିବଂଗତ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ଏହାର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ । ତେବେ ଗତ ୮ ମାସ ତଳେ ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନକୁ ଆସିଥିଲା । ପରେ ବିଭାଗ ଏହି ରାସ୍ତାକାମ ପାଇଁ ଟେଣ୍ଡର ପ୍ରକ୍ରିୟା କରିଥିଲା ।

ସେପଟେ ଏହି ଟେଣ୍ଡର ସ୍ଥାନୀୟ କେନ୍ଦ୍ରାପଡା ଜିଲ୍ଲାର ଶିବପ୍ରସାଦ ପରିଡା ନାମକ ଜଣେ ଠିକାଦାରଙ୍କୁ ଦିଆଯାଇଥିଲା । ଡିସେମ୍ବର ୨୯ ତାରିଖରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ପୂର୍ତ୍ତ ବିଭାଗ ଗାଇଡ଼ ଲାଇନ ଅନୁଯାୟୀ କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି । କୌଣସି ସ୍ଥାନରେ ସୂଚନା ଫଳକ ଲାଗିନଥିବା ଦେଖିବାକୁ ମିଳିଛି । କେବଳ ସାଧାରଣ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଏହି ରାସ୍ତା କାମକୁ ତରବରିଆ ବିନା ବୈଷୟିକ ଅଧିକାରୀଙ୍କ ଉପସ୍ଥିତିରେ ରାତି ଅଧିଆ ସାରିବାକୁ ଜୋରଦାର ଚେଷ୍ଟା କରୁଛି ଠିକାଦାର ।

ସେପଟେ ଯନ୍ତ୍ରୀଙ୍କ ପାଖରେ ଘରୋଇ ଭାବେ ରହୁଥିବା ଜଣେ ବ୍ୟକ୍ତି ରାସ୍ତା କାମ ତଦାରଖ କରୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ଯନ୍ତ୍ରୀ ରାସ୍ତାର ମାନ ଯାଞ୍ଚ କରିବାକୁ ଆସିଥିବାବେଳେ ସାଧାରଣ ଲୋକେ ତାଙ୍କୁ ପ୍ରଶ୍ନ ବାଣରେ ଘେରିଥିଲେ । ସେପଟେ ଫୋନ ଯୋଗେ ଯନ୍ତ୍ରୀ ଅଜୟ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ,"ଦିନରେ ମେସିନ୍ ଖରାପ ହୋଇଯିବାରୁ ଆସିଥିବା ମ୍ୟାଟେରିଆଲରେ ରାତିରେ କାର୍ଯ୍ୟ କରାଯାଉଛି । "

ଏହା ମଧ୍ୟ ପଢନ୍ତୁ .....ଯମ ଯନ୍ତ୍ରଣା ଦେଉଛି ବାଘମାରୀ-ଗଣିଆ-ଦଶପଲ୍ଲା ରାସ୍ତା, ବଢୁଛି ଜନଅସନ୍ତୋଷ

ସେହିପରି କୁରୁଜଙ୍ଗା ପଞ୍ଚାୟତରେ ଆରମ୍ଭ ହୋଇଥିବା ଆଦର୍ଶ ବିଦ୍ୟାଳୟ କାମ ମଧ୍ୟ ଅଧା ପନ୍ତରିଆ ରହିଥିବା ଦେଖିବାକୁ ମିଳିଛି । ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କାମ ଉପରକୁ ଆସି ଏହାକୁ ନିରୀକ୍ଷଣ କରିଥିବାବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବରୋଧରେ ଅଭିଯୋଗ କରିଥିଲେ । ଏହି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ଖୁବ ଶିଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ସେହିପରି ଜିଲ୍ଲାର ଏକମାତ୍ର ପଲିଟେକନିକ କଲେଜର କାମ ଉକ୍ତ ବିଭାଗ ଦ୍ଵାରା କରାଯାଇଥିବା ବେଳେ ଏହାର ପାଚେରି ଭାଙ୍ଗି ଯାଇଛି ।ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ବିଭାଗ କେତେ ନିମ୍ନମାନର କାର୍ଯ୍ୟ କରୁଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.