ETV Bharat / state

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି - Sambalpur Hanuman Jayanti

author img

By ETV Bharat Odisha Team

Published : Apr 12, 2024, 4:21 PM IST

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Police Preparation For Hanuman Jayanti In Sambalpur: ଚଳିତ ବର୍ଷ ହନୁମାନ ଜୟନ୍ତୀ ଅବସରରେ ପୋଲିସ ପକ୍ଷରୁ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସମ୍ବଲପୁର: ଗତବର୍ଷ ସମ୍ବଲପୁର ସହରରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକୁ ଆଜି (ଶୁକ୍ରବାର) ଗୋଟିଏ ବର୍ଷ ପୁରୁଛି । ଗତବର୍ଷ ଏପ୍ରିଲ 12 ତାରିଖ ସନ୍ଧ୍ୟା ସମୟରେ ହନୁମାନ ଜୟନ୍ତୀ ସମନ୍ମୟ ସମିତି ପକ୍ଷରୁ ଏକ ବାଇକ ରାଲି କରାଯାଉଥିବା ବେଳେ ରାଲି ଉପରକୁ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କିଛି ଲୋକ ପଥର ମାଡ଼ କରିଥିଲେ । ଯାହାକୁ ନେଇ ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସାର ଭୟାବହ ଦେଖାଦେଇଥିଲା । କିନ୍ତୁ ଚଳିତ ବର୍ଷ ଏପ୍ରିଲ 14 ତାରିଖରେ ହନୁମାନ ଜୟନ୍ତୀ ହେବାକୁ ଥିବାବେଳେ ଏନେଇ ସମ୍ବଲପୁର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁସାରେ, ଗତବର୍ଷ ଏପ୍ରିଲ 12 ତାରିଖରେ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ ଦେଖିବାକୁ ମିଳିଥିଲା ସାମ୍ପ୍ରଦାୟିକ ହିଂସା । ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବାଇକ ରାଲି ଉପରକୁ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କିଛି ଲୋକ ପଥର ମାଡ଼ କରିଥିଲେ । ଏହି ଆକ୍ରମଣରେ କେତେକ ପୋଲିସ କର୍ମଚାରୀ ଓ ବାଇକ ରାଲି କରୁଥିବା କିଛି ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ପରେ ଏହାକୁ ନେଇ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା । ଏପ୍ରିଲ 14 ତାରିଖରେ ସହର କେତେକ ଅଞ୍ଚଳରେ ପଥର ମାଡ଼, ପୋଡା ଜଳା ହୋଇଥିଲା । ପରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବାକୁ 12 ଦିନ ପାଇଁ ବନ୍ଦ କରିଥିବା ବେଳେ ସହରରେ କର୍ଫ୍ୟୁ ଲାଗିଥିଲା । ଏହାପରେ ଜିଲ୍ଲା ପ୍ରଶାସନ ସମ୍ବଲପୁର ସହରରେ କୌଣସି ଧାର୍ମିକ ଶୋଭାଯାତ୍ରା ନକରେଇ ଦେବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଚଳିତ ବର୍ଷ ଯେପରି ପୂର୍ବ ଘଟଣାର ପୁନରାବୃତ୍ତି ନଦୁଏ ସେନେଇ ସମ୍ବଲପୁର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଅଶାନ୍ତ ହେଲା ସମ୍ବଲପୁର, ଧର୍ମ ଅନୁଷ୍ଠାନ ସମ୍ମୁଖରେ ବୋମା ମାଡ଼ - Bomb Blast In Sambalpur

ତେବେ ଚଳିତ ବର୍ଷ ଏପ୍ରିଲ 14 ତାରିଖରେ ହନୁମାନ ଜୟନ୍ତୀ ଥିବାରୁ ସମ୍ବଲପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ଠାରୁ ସମ୍ବଲପୁର ସହରର ବିଭିନ୍ନ ପ୍ରମୁଖ ଛକମାନଙ୍କରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରାୟ 15 ପ୍ଲାଟୁନ ପୋଲିସ ଫୋର୍ସ ସହ ସିଆରପିଏଫ ମଧ୍ୟ ମୁତୟନ କରାଯାଇଛି । ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ତତ୍ୱାବଧାନରେ 2 ଜଣ ଅତିରିକ୍ତ ଏସପି ଓ 8 ଜଣ ଡିଏସପି ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ସହରରେ କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ସେନେଇ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ହନୁମାନ ଜୟନ୍ତୀ ସାମନ୍ମୟ ସମିତି ମଧ୍ୟରେ ଆଲୋଚନା ହୋଇ ସାରିଛି । ଏହି ଆଲୋଚନାରେ ହନୁମାନ ଜୟନ୍ତୀ ସମ୍ମାନୟ ସମିତିର କର୍ମକର୍ତ୍ତାମାନେ ଚଳିତ ବର୍ଷ ଝଣ୍ଡା ଯାତ୍ରା କିମ୍ବା ହନୁମାନ ଜୟନ୍ତୀ ଶୋଭାଯାତ୍ରା କରିବେ ନାହିଁ ବୋଲି ପ୍ରଶାସନକୁ ପ୍ରତିଶୃତି ଦେଇଥିବା ଏସପି କହିଛନ୍ତି । ଅନ୍ୟପଟେ କିନ୍ତୁ ସହରର ବିଭିନ୍ନ ପଡାମାନଙ୍କରେ ଧୁମଧାମରେ ହନୁମାନ ଜୟନ୍ତୀ ପାଳନ କରାଯିବା ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.