ETV Bharat / state

ବୌଦ୍ଧରେ ନାହାନ୍ତି ସ୍ପେଶାଲିଷ୍ଟ ଡାକ୍ତର, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ପ୍ରତିକ୍ରିୟା ରଖିଲେ ADMO

author img

By ETV Bharat Odisha Team

Published : Feb 14, 2024, 7:34 PM IST

ବୌଦ୍ଧରେ ନାହାନ୍ତି ସ୍ପେଶିଆଲିଷ୍ଟ ଡାକ୍ତର , ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ପ୍ରତିକ୍ରିୟା ରଖିଲେ ଏଡିଏମ୍ଓ
ବୌଦ୍ଧରେ ନାହାନ୍ତି ସ୍ପେଶିଆଲିଷ୍ଟ ଡାକ୍ତର , ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ପ୍ରତିକ୍ରିୟା ରଖିଲେ ଏଡିଏମ୍ଓ

ADMO reacts on Miserable Health Facility In Boudh: ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଜଣେ ମଧ୍ୟ ବିଶେଷଜ୍ଞ ଡାକ୍ତର । ବିଭାଗୀୟ ଅଧିକାରୀ ଆବଶ୍ୟକ ଭିତ୍ତିଭୂମି ଓ ସମ୍ବଳର ଅଭାବ ଯୋଗୁଁ ଜିଲ୍ଲାର ସ୍ବାସ୍ଥ୍ୟସେବା ଉପରେ ପ୍ରଭାବ ପଡୁଥିବା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧରେ ନାହାନ୍ତି ସ୍ପେଶିଆଲିଷ୍ଟ ଡାକ୍ତର , ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ପ୍ରତିକ୍ରିୟା ରଖିଲେ ଏଡିଏମ୍ଓ

ବୌଦ୍ଧ: ରାଜ୍ୟ ସରକାର ମୋ ହସ୍ପିଟାଲ, ବିଜୁ ସ୍ବାସ୍ଥ୍ୟ କାର୍ଡ ଭଳି ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ମାତ୍ର ବୌଦ୍ଧ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଦେଖା ଦେଇଛି ବିକଳ ଚିତ୍ର । ପୂର୍ବରୁ ଏ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ସୂଚନା ଅନୁସାରେ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଜଣେ ମଧ୍ୟ ବିଶେଷଜ୍ଞ ଡାକ୍ତର । ଜିଲ୍ଲାର ସ୍ବାସ୍ଥ୍ୟସେବାକୁ ନେଇ ଗୋଟିଏ ଦିନ ପୂର୍ବରୁ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଆଉ ଆଜି ଏହାର ପ୍ରତିକ୍ରିୟା ରଖି ବିଭାଗୀୟ ଅଧିକାରୀ ଆବଶ୍ୟକ ଭିତ୍ତିଭୂମି ଓ ସମ୍ବଳର ଅଭାବ ଯୋଗୁଁ ଜିଲ୍ଲାର ସ୍ବାସ୍ଥ୍ୟସେବା ଉପରେ ପ୍ରଭାବ ପଡୁଥିବା ସୂଚନା ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ସମସ୍ୟା ପରିଲକ୍ଷିତ ହୋଇଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣା କଟକ ଓ ଆଢେଣୀଗଡ ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଥିବାବେଳେ କୌଣସି ସିଏଚସିରେ ବିଶେଷଜ୍ଞ ଡାକ୍ତର ନାହାନ୍ତି ।

ଏହା ମଧ୍ୟ ପଢନ୍ତୁ ... ବେଗୁନିଆରେ ନିର୍ମାଣ ହେବ 100 ଶଯ୍ୟାର ହସ୍ପିଟାଲ, ସମୀକ୍ଷା କଲେ ଜିଲ୍ଲାପାଳ

ଫଳରେ ସାଧାରଣ ଗରିବ ଅସହାୟ ହିତାଧିକାରୀ ଦୁରାରୋଗ୍ୟ ରୋଗର ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାନ୍ତି । ବର୍ତ୍ତମାନ ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଏକ ଅତ୍ୟାଧୁନିକ ଡାକ୍ତରଖାନାର ନୂତନ କୋଠା ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବୌଦ୍ଧ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ପାରା ମେଡିକାଲ ଷ୍ଟାଫ୍, ସଫେଇ କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଘୋର ଅଭାବ ରହିଛି । ଏପରିକି ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଆମ୍ବୁଲାନ୍ସ ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ପ୍ରତିକ୍ରିୟା କହିଛନ୍ତି ଯେ ଜିଲ୍ଲାର ସ୍ବାସ୍ଥ୍ୟସେବାରେ ରହିଥିବା ସମସ୍ୟାକୁ ସେ ସମ୍ପୂର୍ଣ୍ଣ ସ୍ବୀକାର କରିବା ସହିତ ଆବଶ୍ୟକ ଭିତ୍ତିଭୂମି ଓ ସମ୍ବଳର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ଡାକ୍ତରଙ୍କ ଅଭାବରୁ ଜରା ଓ୍ବାର୍ଡ କାର୍ଯ୍ୟକାରୀ ହେଉନଥିବା ତଥା ମାନସିକ ରୋଗୀଙ୍କ ଚିକିତ୍ସା, ଔଷଧର ଅଭାବ ରହିଥିବା ବୌଦ୍ଧ ଏଡିଏମ୍ ଓ ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ କିଡନୀ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଳେ ଜିଲ୍ଲା ସଦର ମହକୁମାଠାରେ ଥିବା ଡାଏଲିସିସ ସେଣ୍ଟର୍ ଥିଲେ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ଏଥିରେ ମଧ୍ୟ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି । ଏନେଇ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.