ETV Bharat / state

ବେଗୁନିଆରେ ନିର୍ମାଣ ହେବ 100 ଶଯ୍ୟାର ହସ୍ପିଟାଲ, ସମୀକ୍ଷା କଲେ ଜିଲ୍ଲାପାଳ

author img

By ETV Bharat Odisha Team

Published : Feb 12, 2024, 3:31 PM IST

Collector Review Various Developmental Projects In Begunia: ଜିଲ୍ଲାର ବେଗୁନିଆରେ ନିର୍ମାଣ ହେବାକୁ ଥିବା ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର କାର୍ଯ୍ୟକୁ ଜିଲ୍ଲାପାଳଙ୍କ ସମୀକ୍ଷା । ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଶୁଣିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

ବେଗୁନିଆ ହସ୍ପିଟାଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା , ଜନ ଶୁଣାଣିରେ ଶୁଣିଲେ ଅଭିଯୋଗ
ବେଗୁନିଆ ହସ୍ପିଟାଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା , ଜନ ଶୁଣାଣିରେ ଶୁଣିଲେ ଅଭିଯୋଗ

ବେଗୁନିଆ ହସ୍ପିଟାଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା , ଜନ ଶୁଣାଣିରେ ଶୁଣିଲେ ଅଭିଯୋଗ

ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ଅଞ୍ଚଳରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ଏହି ଉପଖଣ୍ଡ ସ୍ତରୀୟ ହସ୍ପିଟାଲ ପାଇଁ ଏକ ସପ୍ତାହ ମଧ୍ୟରେ ଜମି ଯୋଗାଇ ଦିଆଯିବ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା । ଆଜି ବେଗୁନିଆ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ବେଗୁନିଆରେ ହସ୍ପିଟାଲ ହେବା ପାଇଁ ପ୍ରସ୍ତାବିତ ସ୍ଥାନ ବୁଲି ଦେଖିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି । ବେଗୁନିଆ ମିନି ଷ୍ଟାଡିଅମ ପଛପଟେ ଥିବା 6 ଏକର ଜାଗାକୁ ନୂତନ ଉପଖଣ୍ଡ ହସ୍ପିଟାଲ ପାଇଁ ଯୋଗାଇ ଦେବାକୁ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି ।

ସେହିପରି ଏହାର ଡିପିଆର ପାଇଁ ପୂର୍ତ୍ତ ବିଭାଗ ସହାୟତାରେ ପ୍ରସ୍ତୁତ କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବେଗୁନିଆରେ ହସ୍ପିଟାଲ ନିର୍ମାଣ ପାଇଁ ଦୀର୍ଘଦିନ ଧରି ସ୍ଥାନୀୟ ଲୋକ ମାନେ ଦାବି କରି ଆସୁଥିଲେ ଏବଂ ରାସ୍ତାରୋକ ମଧ୍ୟ କରିଥିଲେ । ସ୍ଥାନୀୟ ଲୋକଙ୍କ ଦାବିକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ବେଗୁନିଆରେ ଏକ ଉପଖଣ୍ଡ ସ୍ତରୀୟ 100 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଘୋଷଣା କରିଥିଲେ । ଆଜି ଏହି ନୂତନ ହସ୍ପିଟାଲ ପାଇଁ ତହସିଲଦାରଙ୍କ ପକ୍ଷରୁ ସ୍ଥାନକୁ ବୁଲି ଦେଖି ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି । ହସ୍ପିଟାଲ ପାଇଁ ନୂତନ ସ୍ଥାନ ଜିଲାପାଳ ବୁଲି ଦେଖିବା ପରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମନରେ ନୂଆ ଆଶା ସଂଚାର ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ନାହିଁ ନାହିଁରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ; ମିଳୁନି ଆବଶ୍ୟକୀୟ ଚିକିତ୍ସା ସୁବିଧା

ସେହିପରି ବେଗୁନିଆର କୁଶପଲା ଠାରେ ଥିବା ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକୁ ବୁଲି ଦେଖିବା ସହ ଏହାର ସମୀକ୍ଷା କରିଛନ୍ତି । ପ୍ରକଳ୍ପ କାର୍ଯ୍ୟ ମନ୍ଥରତାକୁ ନେଇ ଜଳ ଯୋଗାଣ ବିଭାଗ ଅଧିକାରୀ ଓ ଠିକାସଂସ୍ଥା ସହ ଆଲୋଚନା କରି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖାଯାଇ ତୁରନ୍ତ କାର୍ଯ୍ୟ ଶେଷ କରାଯିବ ଓ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହାପରେ ଆଜି ବେଗୁନିଆ ବ୍ଲକ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । ଜନସାଧାରଣ ମାନେ ଘର,ରାସନ କାର୍ଡ ଓ ପାନୀୟଜଳ ସମ୍ପର୍କରେ ଅଧିକ ଅଭିଯୋଗ ଆଣିଥିବା କହିଛନ୍ତି । ଆଜି 120 ଜଣ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ନିଜ ଅଭିଯୋଗକି ଜଣାଇ ଏହାର ସମାଧନ ପାଇଁ ନିବେଦନ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.