ETV Bharat / state

ଅଫେରା ରାଇଜକୁ ବାହୁଡ଼ିଲେ ଅନୁଭବଙ୍କ ବାପା ଅଭୟ ମହାନ୍ତି

author img

By ETV Bharat Odisha Team

Published : Feb 15, 2024, 4:04 PM IST

ଅଫେରା ରାଇଜକୁ ବାହୁଡିଲେ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି
ଅଫେରା ରାଇଜକୁ ବାହୁଡିଲେ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି

Abhay Mohanty Passes Away: ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ । ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ରହିଥିବା ବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଅଫେରା ରାଇଜକୁ ବାହୁଡିଲେ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି

କଟକ: ଆରପାରିରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି । ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ରହିଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଏହି ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ଅଭୟ ଦୀର୍ଘଦିନ ଧରି କିଡନୀ ଜନିତ ସମସ୍ୟା ନେଇ ସେ ଚିକିତ୍ସା ହେଉଥିଲେ । କିଛିଦିନ ତଳେ ଅଭୟଙ୍କ କିଡନୀ ଟ୍ରାନ୍ସପ୍ଲାଟ ମଧ୍ୟ କରାଯାଇଥିଲା । ଏନେଇ ଅଭିନେତା ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏଥିସହ ଅଭିନେତା ନିଜ ବାପାଙ୍କ ସୁସ୍ଥତା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ । ତେବେ ସତଚେଷ୍ଟା ସତ୍ତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ । ଶେଷରେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଛନ୍ତି ।

ଭୁବନେଶ୍ୱରରେ ଦେହାନ୍ତ ପରେ କଟକ ଚୌଧୁରୀ ବଜାର ସ୍ଥିତ ବାସଭବନରେ ଅଭୟଙ୍କ ପାର୍ଥିବ ଶରୀର ନିଆଯାଇଥିଲା । ସମ୍ପର୍କୀୟଙ୍କ ସମେତ ଇଣ୍ଡଷ୍ଟ୍ରିର ବହୁ କଳାକାର ତାଙ୍କର ଶେଷ ଦର୍ଶନ କରିଛନ୍ତି । ଏହି ସମୟରେ ଦୁଇ ପୁଅ ଅନୁଭବ ଏବଂ ଅନୁପ୍ରାସଙ୍କ ସମେତ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି । ସେପଟେ କଳାକାର ସମେତ ମାନଗଣ୍ୟ ବ୍ୟକ୍ତି ଅଭୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ସୂଚନା ଥାଉ କି, ନିକଟରେ ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡପତ୍ର ହୋଇଥିଲା । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଅଲଗା ହୋଇଥିଲେ ଅନୁଭବ । ଏନେଇ ଅଭିନେତା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଦୀର୍ଘ ଦିନ ଧରି ଚାଲିଥିବା ଆଇନଗତ ଲଢେଇ ପରେ ତାଙ୍କୁ ନ୍ଯାୟ ମିଳିଥିବା ସେ କହିଥିଲେ । ଦୀର୍ଘ ୧୦ ବର୍ଷ ପରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଅଲଗା ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଫେବୃଆରୀ ୮, ୨୦୧୪ରେ ଅନୁଭବ ଏବଂ ବର୍ଷା ବିବାହ କରିଥିଲେ । ବିବାହ କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ କୌଣସି କଥାବସ୍ତୁକୁ ନେଇ ବିବାଦ ଲାଗି ରହିଲା । ଏହି ମାମଲା ବଢିବାରେ ଲାଗିଲା । ଏହା ପରେ ୨୦୨୦ ଜୁଲାଇ ୬ରେ ଅନୁଭବ ମହାନ୍ତିଙ୍କ ଦ୍ୱାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଅନୁଭବ-ବର୍ଷାଙ୍କ ଛାଡପତ୍ର ! ତୁଟିଲା ୧୦ ବର୍ଷର ବୈବାହିକ ସମ୍ପର୍କ

ପରେ ସର୍ବୋଚ୍ଚ ଅଦାଲତ ଏହି ମାମଲା କଟକ ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ । କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶରେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ ହାଜର ହୋଇଥିଲେ । ସେବେଠାରୁ ଉଭୟ ଉଭୟଙ୍କ ନାଁରେ ଅନେକ ମକଦ୍ଦମା ରୁଜୁ କରିଥିଲେ । ତେବେ କଟକ ପରିବାର ଅଦାଲତରେ ବିବାହ ବିଚ୍ଛେଦ ଆବେଦନ ଖାରଜ ହେବା ପରେ ଅନୁଭବ ମହାନ୍ତି ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ପରେ ସେପ୍ଟେମ୍ୱର ୨୧, ୨୦୨୩ରେ ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଆଧାରରେ ତାଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.