ETV Bharat / state

ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ

author img

By ETV Bharat Odisha Team

Published : Jan 27, 2024, 6:15 PM IST

Updated : Jan 27, 2024, 6:25 PM IST

ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ , ଜଣେ ଗିରଫ
ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ , ଜଣେ ଗିରଫ

Attempt To Rape: ଘରେ ପଶି ଶାଶୁଙ୍କୁ ମାଡ଼ ମାରିବା ସହ ବୋହୂକୁ ଦୁଷ୍କର୍ମ ଉଦ୍ୟମ । ଏଭଳି ଲଜ୍ଜାକର ଘଟଣା ଘଟିଛି ଦେବଗଡ଼ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ହାଡ଼ସଂହାର ଗ୍ରାମରେ । ଅଭିଯୁକ୍ତକୁ ଗିରଫ କରି ହାଜତକୁ ପଠାଇଛି ପୋଲିସ । ଅଧିକ ପଢନ୍ତୁ

ଦେବଗଡ଼: ସ୍ବାମୀ ଅନୁପସ୍ଥିତିର ସୁଯୋଗ ନେଇ ସ୍ପଷ୍ଟ ଦିବାଲୋକରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ ଗିରଫ କରିଛି କୁଣ୍ଡେଇଗୋଳା ପୋଲିସ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ହାଡସଂହାର କଲୋନୀ ସାହିର କୃତାର୍ଥ ସାହୁଙ୍କ ପୁଅ ବୃନ୍ଦାବନ (ବଟିଆ) ସାହୁ ବିରୋଧରେ ଅନଲାଇନ୍ ମାଧ୍ୟମରେ ଏହି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଥିଲା । ତେବେ ଘଟଣାର ସମ୍ପୃକ୍ତ ଥିବା ବୃନ୍ଦାବନ ଫେରାର ହେବାକୁ ଉଦ୍ୟମ କରିଥିବା ବେଳେ ଖବର ପାଇ ପୋଲିସ କରଲଗା ଛକ ନିକଟରୁ ଏକ ବୋଲେରୋରୁ ଅଭିଯୁକ୍ତକୁ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ସ୍ଵାମୀ ଜିଲ୍ଲା ବାହାରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ନିଜ ଶାଶୁ ଶ୍ୱଶୁଙ୍କ ସହିତ ସେ ଘରେ ରହୁଥିଲେ । ତେବେ ଗତ ୨୨ ତାରିଖ ଅପରାହ୍ନ ୪ଟା ସମୟରେ ବିବାହିତା ମହିଳା ଜଣଙ୍କ ଗାଁ ଦୋକାନକୁ ସଉଦା ପାଇଁ ଯାଇଥିବା ସମୟରେ ଉଟୁଣିଆଁ ପଞ୍ଚାୟତ ହାଡସଂହାର କଲୋନୀ ସାହିର କୃତାର୍ଥ ସାହୁଙ୍କ ପୁଅ ବୃନ୍ଦାବନ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଗାଁ ଦାଣ୍ଡର ରାସ୍ତା ଉପରେ ଟଣାଓଟରା କରିଥିଲା । ତେବେ ଗାଁ ଲୋକଙ୍କ ଉପସ୍ଥିତ ଯୋଗୁଁ ମହିଳା ଜଣକ କୌଣସି ମତେ ନିଜକୁ ବଞ୍ଚାଇ ସେଠାରୁ ଦୌଡ଼ି ପଳାଇଥିଲେ ।

ଅନ୍ୟପକ୍ଷରେ ସ୍ବାମୀ ଅନୁପସ୍ଥିତିର ସୁଯୋଗ ନେଇ ପରବର୍ତ୍ତୀ ସମୟରେ ବୃନ୍ଦାବନ ଘରେ ପଶି ତାଙ୍କୁ ପ୍ରେମ ନିବେଦନ କରିବା ସହ ଦୁଷ୍କର୍ମ ଉଦ୍ୟମ କରି ଟଣାଓଟରା କରିଥିଲା । ଏପରିକି ତାଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତା ଉପରକୁ ଘୋଷାଡି ଆଣିଥିଲା । ମହିଳାଙ୍କ ଶାଶୁ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଗଲାବେଳେ ଅଭିଯୁକ୍ତ ବଟିଆ ଶାଶୁକୁ ମାଡ଼ମାରି ତଳେ ପକାଇ ଦେଇଥିଲା । ଆଖପାଖ ଅଞ୍ଚଳର ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ......ଆଇଆଇଟି ଇନ୍ଦୋରରେ କଳଙ୍କ, ପିଏଚଡି ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ସହପାଠୀ

ଏନେଇ ଅନଲାଇନ ମାଧ୍ୟମରେ ପୋଲିସରେ ଅଭିଯୋଗ କରିଥିଲେ ପୀଡ଼ିତା । ଅଭିଯୋଗ ଆଧାରରେ କୁଣ୍ଡେଇଗୋଳା ଥାନା ଅଧିକାରୀ ପ୍ରତିଭା ଟପୋ ଅଭିଯୁକ୍ତ ବଟିଆକୁ ଗିରଫ କରିଛନ୍ତି । ଏହାସହ ଅଭିଯୁକ୍ତ ବିରୋଧ ବିଭିନ୍ନ ଦଫା ଲଗାଇ ଜେଲ୍ ହାଜତକୁ ପଠାଇଛନ୍ତି । ପୂର୍ବରୁ ମଧ୍ୟ ଏହି ଅଭିଯୁକ୍ତ ବଟିଆ ସାହୁ ବାଘବର ଗାଁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମରେ ଜେଲ ଯାଇଥିଲା ।

ଇଟିଭି ଭାରତ, ଦେବଗଡ଼

Last Updated :Jan 27, 2024, 6:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.