ETV Bharat / state

ଗଜପତିରେ ୭ବାଘ ଛାଲ ସହ ବିପୁଳ ବଜ୍ରକାପ୍ତା କାତି ଉଦ୍ଧାର, ୬ ଅଭିଯୁକ୍ତ ଗିରଫ - Wildlife Smugglers Arrested

author img

By ETV Bharat Odisha Team

Published : Apr 8, 2024, 10:25 PM IST

ଗଜପତିରେ ୭ ବାଘ ଛାଲ ସହ ବିପୁଳ ବଜ୍ରକାପ୍ତା କାତି ଉଦ୍ଧାର, ୬ ଅଭିଯୁକ୍ତ ଗିରଫ
ଗଜପତିରେ ୭ ବାଘ ଛାଲ ସହ ବିପୁଳ ବଜ୍ରକାପ୍ତା କାତି ଉଦ୍ଧାର, ୬ ଅଭିଯୁକ୍ତ ଗିରଫ

Wildlife Smugglers Arrested In Gajapati: ଗଜପତିରେ ଧରାପଡିଛି ବଡ ଧରଣର ବନ୍ୟପ୍ରାଣୀ ସାମଗ୍ରୀ ରାକେଟ । ୫ଟି ଚିତାବାଘ ଛାଲ, ଗୋଟିଏ ଫିସିଂ କ୍ୟାଟ୍ ଓ ଗୋଟିଏ କଲରାପତରିଆ ଛାଲ ସମେତ ୨୬.୧ କେଜିର ବିପୁଳ ପରିମାଣର ବଜ୍ରକାପ୍ତା କାତି ବି ଜବତ ହୋଇଛି । ଅଧିକ ପଢନ୍ତୁ

ଗଜପତିରେ ୭ ବାଘ ଛାଲ ସହ ବିପୁଳ ବଜ୍ରକାପ୍ତା କାତି ଉଦ୍ଧାର, ୬ ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି: ଗଜପତିରେ ବନ ବିଭାଗକୁ ମିଳିଛି ବଡ ସଫଳତା । ଧରାପଡିଛି ବଡ ଧରଣର ବନ୍ୟପ୍ରାଣୀ ସାମଗ୍ରୀ ରାକେଟ । ଜବତ ହୋଇଛି କଲରାପତରିଆ ବାଘ ଛାଲ ସମେତ ବଜ୍ରକାପ୍ତା କାତି । ସୂଚନା ଅନୁଯାୟୀ ଗତ ଏପ୍ରିଲ ୨ ତାରିଖରେ ବେଆଇନ ଭାବେ ବିକ୍ରି କରିବା ତଥ୍ୟ କୌଣସି ସୂତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ବନ ବିଭାଗ ପକ୍ଷରୁ ଚନ୍ଦ୍ରଗିରି ବନାଞ୍ଚଳରେ ଚଢାଉ କରାଯାଇଥିଲା । ଯେଉଁଥିରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ପଚରା ଉଚୁରା କରିବା ପରେ ଅନ୍ୟ ୩ ଜଣଙ୍କ ନାଁ ସାମ୍ନାକୁ ଆସିଥିଲା ଏବଂ ସେମାନଙ୍କୁ ଗିରଫ ମଧ୍ୟ କରିଥିଲା ବନ ବିଭାଗ । ସେମାନଙ୍କ ଠାରୁ ୫ଟି ଚିତାବାଘ ଛାଲ, ଗୋଟିଏ ଫିସିଂ କ୍ୟାଟ୍ ଓ ଗୋଟିଏ କଲରାପତରିଆ ଛାଲ ଜବତ ହୋଇଥିଲା । ଏହା ସହିତ ୨୬.୧ କେଜିର ବିପୁଳ ପରିମାଣର ବଜ୍ରକାପ୍ତା କାତି ବି ଜବତ ହୋଇଛି । ଅଭିଯୁକ୍ତଙ୍କ ଠାରୁ ୫ଟି ମୋବାଇଲ୍ ଫୋନ୍ ବି ଜବତ ହୋଇଛି।

ଏହା ମଧ୍ୟ ପଢନ୍ତୁ ... ବନ୍ୟପ୍ରାଣୀ ଶିକାରର ହେବ ନରହତ୍ୟା ଭଳି ତଦନ୍ତ, JTFକୁ ମିଳିଛି ଅଖଣ୍ଡ କ୍ଷମତା !

ବନଖଣ୍ଡ ଅଧିକାରୀ ଏସ ଆନନ୍ଦ ଏକ ପ୍ରେସ ମିଟରେ କହିଛନ୍ତି ଯେ , ମିଳିଥିବା ବାଘ ଛାଲ ଗୁଡିକ କେଉଁ ଜିଲ୍ଲାର ବାଘ, କେବେ ଶିକାର ହୋଇଥିଲା, କେଉଁ ଶିକାରୀ ଗୋଷ୍ଠୀ ସାମିଲ ଅଛନ୍ତି ସେସବୁ ଦିଗ ପ୍ରତି ତଦନ୍ତ ଚାଲିଛି । ମିଳିଥିବା ସମସ୍ତ ବନ୍ୟପ୍ରାଣୀ ଗୁଡିକ ବିଲୁପ୍ତ ଶ୍ରେଣୀରେ ଆସୁଛି ବୋଲି ସେ କହିଛନ୍ତି । ଏହା ପଛରେ ଏକ ଅନ୍ତଃ ରାଜ୍ୟ ଶିକାରୀ ମାଫିଆଙ୍କ ସମ୍ପୃକ୍ତି ଥିବା ନେଇ ସେ କହିଛନ୍ତି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଗଜପତି ଜିଲ୍ଲାର ମୋହନା, ଉଦୟଗିରି ବ୍ଲକର ନିବାସୀ ବୋଲି ଜଣା ପଡିଛି । ତେବେ ଜବତ ହୋଇଥିବା ସାମଗ୍ରୀର ବଜାର ମୂଲ୍ୟ କହିବାକୁ ସେ ମନା କରିଛନ୍ତି ।

ଏହି ରାକେଟ୍‌ରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବନ ବିଭାଗର ସ୍ବତନ୍ତ୍ର ଟିମ୍ ୨୪ଘଣ୍ଟା ନଜର ରଖିଛି । ସମସ୍ତ ଅଭିଯୁକ୍ତ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ରାକେଟ୍‌ର କିଙ୍ଗ୍‌ପିନ୍ ଓ ଏମାନଙ୍କ ଠାରୁ ଛାଲ କିମ୍ବା ଅନ୍ୟାନ୍ୟ ସାମଗ୍ରୀ କିଣିଥିବା ଗ୍ରାହକମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପିସିସିଏଫ୍ ଟ୍ଵିଟ୍ ଜରିଆରେ ଜଣାଇଛନ୍ତି । ପୂର୍ବରୁ ବି ଗଜପତି ଜିଲ୍ଲାରେ ପଶୁ ଛାଲ ଚାଲାଣ ବେଳେ ଧରାପଡ଼ିଥିଲା । କିନ୍ତୁ ଏତେ ବଡ଼ ଧରଣର ବନ୍ୟପ୍ରାଣୀ ସାମଗ୍ରୀ ପୁର୍ବରୁ କେବେ ଧରାପଡ଼ିନାହିଁ । ଆର୍‌ସିସିଏଫ୍ ସୁଶାନ୍ତ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ଯେ, ଗଜପତି ଜିଲ୍ଲାରୁ ବାଘ ଛାଲ ଚାଲାଣ ହେଉଥିବା ବନ ବିଭାଗ ସୁରାକ ପାଇଥିଲା । ସେମାନଙ୍କୁ ଧରିବାକୁ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲା । ବନ ବିଭାଗ ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.