ETV Bharat / state

ମନ୍ଦିର ଚୋରି ଘଟଣାରେ ପୋଲିସକୁ ସଫଳତା, ଧରାପଡିଲେ 5 ଚୋର - Temple Loot

author img

By ETV Bharat Odisha Team

Published : Mar 23, 2024, 2:00 PM IST

Temple Loot In Dhenkanal
Temple Loot In Dhenkanal

Temple Loot In Dhenkanal: ବାଲୁଙ୍କେଶ୍ୱର ଓ ସାଇ ଶ୍ରୀକ୍ଷେତ୍ର ମନ୍ଦିରରୁ ଚୋରି ଘଟଣାରେ ଢେଙ୍କାନାଳ ଜିଲ୍ଲା ପୋଲିସକୁ ସଫଳତା । ୫ ଜଣିଆ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଗିରଫ । ଅଧିକ ପଢନ୍ତୁ

Temple Loot In Dhenkanal

ଢେଙ୍କାନାଳ: ଜିଲ୍ଲା ପୋଲିସକୁ ମିଳିଛି ସଫଳତା । ବାଲୁଙ୍କେଶ୍ୱର ଓ ସାଇ ଶ୍ରୀକ୍ଷେତ୍ର ମନ୍ଦିରରୁ ଚୋରି ଘଟଣାର ପର୍ଦ୍ଦାଫାସ । ୫ଜଣିଆ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଠାକୁରଙ୍କର ବିପୁଳ ପରିମାଣର ରୂପା ଅଳଙ୍କାର, ପିତ୍ତଳ ମୂର୍ତ୍ତି ଓ ମନ୍ଦିର ସାମଗ୍ରୀ ଜବତ ହୋଇଛି । ଏଥିସହ ସେମାନଙ୍କ ଠାରୁ ଦୁଇଟି ବାଇକ ଜବତ କରିଛି ପୋଲିସ ।

ସୂଚନା ମୁତାବକ, ଗତ ୧୩ ତାରିଖ ରାତିରେ ଜିଲ୍ଲାର ସଦର ଥାନା ଗୋବିନ୍ଦପୁର ଅଞ୍ଚଳର ବାଲୁଙ୍କେଶ୍ୱର ଓ ସହରର ଶ୍ୟାମଚରଣପୁର ଅଞ୍ଚଳର ସାଇ ଶ୍ରୀକ୍ଷେତ୍ର ମନ୍ଦିରରୁ ଚୋରି ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଏହି ଘଟଣାରେ ଏକ ରାକେଟ କାମ କରୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଅନୁଗୋଳ ଜିଲ୍ଲା ବନରପାଳ ଥାନା ଅଞ୍ଚଳରୁ ଗିରଫ କରିଛି । ଏଥିସହ ଅଧିକ ତଦନ୍ତ ପାଇଁ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରୁଛି । ମୋଟଙ୍ଗା ଥାନା ଅଞ୍ଚଳ ସମେତ ଯାଜପୁର, ଅନୁଗୋଳ, କଟକ, ଭଦ୍ରକ ଆଦି ଜିଲ୍ଲାର ବିଭିନ୍ନ ମନ୍ଦିର ଲୁଟ ଘଟଣାରେ ଏହି ରାକେଟ କାମ କରୁଥିବା ପୋଲିସ ତଦନ୍ତରୁ ଜାଣିପାରିଛି ।

ଏହା ମଧ୍ୟ ପଢନ୍ତୁ-ମନ୍ଦିର ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି, ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଲୁଟ୍‌

ଏହା ମଧ୍ୟ ପଢନ୍ତୁ-ପୁରୀ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ମନ୍ଦିରରୁ ଲୁଟିନେଲେ ପୁରାତନ ମୂର୍ତ୍ତି

ଅପରପକ୍ଷରେ ଏହି ଚଢ଼ାଉ ବେଳେ ଢେଙ୍କାନାଳ ଡିଏଭି ସ୍କୁଲ ନିକଟରୁ ବ୍ରାଉନ ସୁଗାର ବିକ୍ରି କରୁଥିବା ଦୁଇ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ତାଙ୍କ ଠାରୁ ୩୭ଗ୍ରାମ ବ୍ରାଉନ ସୁଗାରକୁ ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଏସଡିପିଓ ବିଭୁତି ଭୂଷଣ ମହାପାତ୍ର କହିଛନ୍ତି ।

ତେବେ ଗିରଫଙ୍କ ମଧ୍ୟରେ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ଗ୍ରାମର ବିଶ୍ୱନାଥ ନାଏକ, ସଦର ଥାନା ଅନ୍ତର୍ଗତ ସୋଗରପଶି ଗ୍ରାମର ମାନସ ଷଣ୍ଢ, ଅନୁଗୋଳ ଜିଲ୍ଲା ବନରପାଳ ଥାନା ଅଞ୍ଚଳର ରଞ୍ଜିତ ସାହୁ ମନ୍ଦିରରୁ ଚୋରି କରିଥିବା ଜଣାପଡିଛି । ସେହିପରି ଟାଉନ ଥାନା କାରିଗର ସାହିର ସଂଗ୍ରାମ ବେହେରା ଓ କଟକ ଟାଙ୍ଗି ଥାନା ଅନ୍ତର୍ଗତ ମାଗୁରା ଗ୍ରାମର ନିରଞ୍ଜନ ଦାସ ବ୍ରାଉନ ସୁଗାର ବେପାରୀ ଥିବା ଜଣାପଡିଛି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.