ETV Bharat / state

ନବରଙ୍ଗପୁର ଏଟିଏମ ଲୁଟର ଖୁଲାସା, ଅନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ

author img

By ETV Bharat Odisha Team

Published : Feb 2, 2024, 6:54 AM IST

ନବରଙ୍ଗପୁର ଏଟିଏମ ଲୁଟର ଖୁଲାସା, ୫ ଅନ୍ତରାଜ୍ୟ ଏଟିଏମ ଲୁଟେରା ଗିରଫ
ନବରଙ୍ଗପୁର ଏଟିଏମ ଲୁଟର ଖୁଲାସା, ୫ ଅନ୍ତରାଜ୍ୟ ଏଟିଏମ ଲୁଟେରା ଗିରଫ

Robbers arrested by police in Nabarangpur: ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ଚୋରିର ୬ ଘଣ୍ଟା ନ ପୁରୁଣୁ ୫ ଅନ୍ତରାଜ୍ୟ ଏଟିଏମ ଲୁଟେରାକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଅଧିକ ପଢନ୍ତୁ

ନବରଙ୍ଗପୁର ଏଟିଏମ ଲୁଟର ଖୁଲାସା, ୫ ଅନ୍ତରାଜ୍ୟ ଏଟିଏମ ଲୁଟେରା ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ଚୋରିର ୬ ଘଣ୍ଟା ନ ପୁରୁଣୁ ୫ ଅନ୍ତରାଜ୍ୟ ଏଟିଏମ ଲୁଟେରାକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ରୋହିତ ବର୍ମା । ଏସପିଙ୍କ ସୂଚନା ଅନୁସାରେ ହାଇଦ୍ରାବାଦ ସ୍ଥିତ ଏସବିଆଇ ହେଡକ୍ବାର୍ଟର ଆଇଭିଆଇସ ତରଫରୁ ରାତି ତିନିଟା ସମୟରେ ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମରୁ ଡକାୟତି କରୁଥିବା ନେଇ ନବରଙ୍ଗପୁର ଟାଉନ ଥାନା ଆଇଆଇସିଙ୍କୁ ଫୋନରେ ସୂଚନା ଦିଆଯାଇଥିଲା । ମଧ୍ୟରାତ୍ରିରେ ଦୁର୍ବୃତ୍ତ ଏଟିଏମ ମେସିନକୁ ଗ୍ୟାସ କଟରରେ କାଟି ଏଟିଏମରୁ ଟଙ୍କା ଚୋରି କରି ଏକ ନେକ୍ସନ କାରରେ ଫେରାର ହେବାବେଳେ ପୋଲିସ ସୂଚନା ପାଇ ନବରଙ୍ଗପୁର ଏସପିଙ୍କୁ ସୂଚନା ଦେଇଥିଲେ ।

ଏସପିଙ୍କ ନିର୍ଦେଶ କ୍ରମେ ସାରା ଜିଲ୍ଲାକୁ ପୋଲିସ ନାକାବନ୍ଦୀ କରିଥିଲା । ତେବେ ରାତିରେ ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ଲୁଟର ସୂଚନା ପାଇ ଲୁଟେରାଙ୍କ ପିଛା କରିଥଲା ପୋଲିସ । ଲୁଟେରା ମାନେ ଲୁଟ୍ ସ୍ଥାନରୁ ତିରିଶି କିଲୋମିଟର ଦୂର ଡାବୁଗାଁ ନିକଟ ଜଙ୍ଗଲରେ ଗାଡ଼ି ଛାଡ଼ି ଲୁଚି ଯାଇଥିଲେ । ଏସପିଙ୍କ ନେତୃତ୍ଵରେ ପୋଲିସ୍ ନାକାବନ୍ଦୀ କରି ଜଙ୍ଗଲରେ ସର୍ଚ୍ଚ ଅପରେସନ କରି ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଏହା ମଧ୍ୟ ପଢନ୍ତୁ .... ନବରଙ୍ଗପୁର ଏଟିଏମ୍ ଲୁଟ ଘଟଣାର ପର୍ଦ୍ଦାଫାସ, ପାଞ୍ଚ ଗିରଫ

ସମସ୍ତ ଅଭିଯୁକ୍ତ ୩୧ ତାରିଖ ରାତିରେ ଏକ ଟାଟା ନେକ୍ସନ କାର ଯୋଗେ ଏକ ମିଛ ନମ୍ବର ପ୍ଲେଟ ବ୍ୟବହାର କରି ରାତି ପ୍ରାୟ ୮: ୩୦ ସମୟରେ ନବରଙ୍ଗପୁରକୁ ଆସିଥିଲେ । ସେମାନେ ନିଜ ସହିତ ଏକ ଗ୍ୟାସ କଟର, ଅକ୍ସିଜେନ ସିଲିଣ୍ଡର ବ୍ୟତୀତ ଏଟିଏମ କାଟିବା ପାଇଁ ଅନ୍ୟ ବ୍ୟବହୃତ ଜିନିଷ ଧରି ନବରଙ୍ଗପୁରକୁ ଆସିଥିଲେ । ଲୁଟ କରିବା ପାଇଁ ନବରଙ୍ଗପୁର ସହର ବ୍ଲକ ଅଫିସ ପାଶ୍ବବର୍ତୀ ଏଟିଏମକୁ ଲୁଟ ପାଇଁ ଚୟନ କରିଥିଲେ । ଅଭିଯୁକ୍ତ ସକିଲ ଖାନ, ଫେଜଲ ଖାନ, ଶାହରୁଖ ଖାନ ଏଟିଏମ ଭିତରକୁ ପ୍ରବେଶ କରିଥିବା ବେଳେ ଜୁହଲ ଖାନ କାର ଡ୍ରାଇଭର ଭାବେ ଥିଲେ ଏବଂ ନିଖିଲ କୁମାର ପୋଲିସ ପାଟ୍ରୋଲିଂ ଗାଡିର ଗତିବିଧି ଉପରେ ନଜର ରଖିଥିଲେ । ଏଟିଏମରେ ଥିବା ୧୯ ଲକ୍ଷ ୫୦ ହଜାର ୧୦୦ ଟଙ୍କା ରହିଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା ଜବତ କରାଯାଇଛି । ଏଥିସହ କିଛି ପୋଡିଯାଇଥିବା ଟଙ୍କା ମଧ୍ୟ ଜବତ ହୋଇଛି ।

ଏସବିଆଇ ଶାଖାର ଡାଟା ଅନୁସାରେ ଏଟିଏମ ମଧ୍ୟରେ ୩୭୧୪ ଟି ୫୦୦ ଟଙ୍କିଆ ଓ ୯୩୧ ଟି ୧୦୦ ଟଙ୍କିଆ ନୋଟ ରହିଥିବା ସୂଚନା ମିଳିଛି । ହରିୟାଣା ରାଜ୍ୟ ନୁହ ଜିଲ୍ଲାର ସକିଲ ଖାନ, ଫୌଜଲ ଖାନ ଓ ଶହରୁଖ ଖାନ ଓ ଜହୁଲ ଖାନ ହୋଇଥିବା ବେଳେ ଛତିଶଗଡ ଛପରା ଜିଲ୍ଲାର ନିଖିଲ କୁମାର ହୋଇଥିବା ଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ନିଖିଲ କୁମାର ଓ ଫୌଜଲ ଖାନ ଫେବୃଆରୀ ୨୦୨୩ କୋରାପୁଟ ଜିଲ୍ଲା ପାଡୁଆ ଏଟିଏମ ଲୁଟ କେସରେ କୋର୍ଟ ଚାଲାଣ ହୋଇଥିବା ଏସପି କହିଛନ୍ତି । ଏମାନେ ପୁରୁଣା ଏଟିଏମକୁ କାଟିବା ପାଇଁ ଟାର୍ଗେଟ କରିଥିଲେ । ସେମାନଙ୍କ ନିକଟରୁ ଚୋରି ପାଇଁ ବ୍ୟବହୃତ ଟାଟା ନେକ୍ସନ କାର, ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା ସହ ୪ ଟି ମୋବାଇଲ ଫୋନ ସହ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି । ଏଥିସହ ନିଆଁରେ ଅଧା ପୋଡା ଯାଇଥିବା ୫୦୦ ଟଙ୍କିଆ ଓ ୧୦୦ ଟଙ୍କିଆ ନୋଟ ମଧ୍ୟ ଜବତ ହୋଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.