ETV Bharat / state

ଓଡ଼ିଶାରେ ଆହୁରି ସୁଦୃଢ଼ ହେବ ପାଣିପାଗ ପୂର୍ବାନୁମାନ, 2 ବର୍ଷରେ ଲାଗିବ 3ଟି ରାଡାର

author img

By ETV Bharat Odisha Team

Published : Mar 1, 2024, 7:33 AM IST

ପାଣିପାଗ
ପାଣିପାଗ

Radars In Odisha: ପ୍ରାକୃତିକ ଦୁର୍ବିପାକ ଆସିବା ପୂର୍ବରୁ ପ୍ରତି ମୁହୂର୍ତ୍ତରେ କିଭଳି ଠିକ୍‌ ତଥ୍ୟ ସାଧାରଣ ଜନତାଙ୍କ ପାଖରେ ଏଥିପାଇଁ ଓଡ଼ିଶାରେ ଅତ୍ୟାଧୁନିକ ସୂଚନା ପ୍ରଦାନକାରୀ ରାଡାର ଲାଗିବ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଏଣିକି ରାଜ୍ୟରେ ପାଣିପାଗ ପୂର୍ବାନୁମାନକୁ ଆହୁରି ଅଧିକ ସୁଦୃଢ଼ ହେବ । ପ୍ରାକୃତିକ ଦୁର୍ବିପାକ ଆସିବା ପୂର୍ବରୁ ପ୍ରତି ମୁହୂର୍ତ୍ତରେ କିଭଳି ଠିକ୍‌ ତଥ୍ୟ ସାଧାରଣ ଜନତାଙ୍କ ପାଖରେ ଏଥିପାଇଁ ଓଡ଼ିଶାରେ ଅତ୍ୟାଧୁନିକ ସୂଚନା ପ୍ରଦାନକାରୀ ରାଡାର ଲାଗିବ । ନିକଟରେ ସମ୍ବଲପୁରରେ ରାଡାର ଲାଗିବାକୁ ଯାଉଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ବାଲେଶ୍ବରରେ ଆଉ ଗୋଟିଏ ରାଡର ଲାଗିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଆଇଏମଡି ଡିଜି ଡ଼ ମୃତ୍ୟଞ୍ଜୟ ମହାପାତ୍ର କହିଛନ୍ତି, "ରାଜ୍ୟରେ ପାଣିପାଗ ଜନିତ ପୂର୍ବାନୁମାନ ଏବେ ଅଧିକରୁ ଅଧିକ ଠିକ ବୋଲି ପ୍ରମାଣିତ ହେଉଛି । ପୂର୍ବରୁ ଓଡ଼ିଶାରେ ପାଣିପାଗ ପ୍ରଭାବରେ ଯାହା କ୍ଷୟକ୍ଷତି ହେଉଥିଲା ତାହା ଏବେ ଅଧିକ ମାତ୍ରାରେ କମିଛି । ପାଣିପାଗ ପୂର୍ବାନୁମାନ ସଠିକ ହେବା ଯୋଗୁଁ ଓଡ଼ିଶାରେ ବନ୍ୟା ବାତ୍ୟା ସମ୍ବନ୍ଧିତ କ୍ଷୟକ୍ଷତି କମିବାରେ ଲାଗିଛି । ଏବେ ରାଜ୍ୟରେ ୨ଟି ରାଡ଼ାର ରହିଛି । ରାଜ୍ୟକୁ ଆହୁରି ୨ଟି ରାଡାର ଆସିବ । ସମ୍ବଲପୁରରେ ନିକଟରେ ଖୁବ୍ ଶୀଘ୍ର ରାଡ଼ାର ଲାଗିବାକୁ ଯାଉଛି । ବାଲେଶ୍ୱରରେ ମଧ୍ୟ ଏଇ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଆରମ୍ଭରେ ରାଡ଼ାର ଲାଗିବ । ଏହାସହ ଭୁବନେଶ୍ୱରରେ ମଧ୍ୟ ଗୋଟିଏ ରାଡ଼ାର ଲାଗିବାର ରହିଛି । ଯାହା URBAN WEATHER FORECASTରେ ଖବର ଆସିବା ସହଜ ହେବ । ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଅନୁଷ୍ଠାନ ସହ ଏହି ଦିଗରେ କାମ ହେଉଛି । ଭୁବନେଶ୍ୱର, କଟକ ପାଇଁ ମଧ୍ୟ ଆମେ ଗୋଟିଏ URBAN METEOROLOGICAL ADVISOR SERVICE କରିବା ପାଇଁ ଲାଗିଛୁ । ସିଟି ଫୋରକାଷ୍ଟ କେମିତି ଅଧିକରୁ ଅଧିକ ବଢ଼ାଯିବ ତାହା ପାଇଁ ବ୍ୟବସ୍ଥା ହେଉଛି । ସେହି ଅନୁସାରେ MODELING TECHNIQUE ମଧ୍ୟ ବଢାଯାଉଛି ।"

ତେବେ ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସମ୍ମନିତ ଡକ୍ଟରେଟ ଉପାଧି ପାଇବା ପରେ ଆଇଏମଡି ଡିଜି ଡ଼ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, "ମୁଁ ଆଜି ଏହି ସମ୍ମାନରେ ସମ୍ମାନିତ ହୋଇ ବେଶ ଖୁସି । ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଆଜି ଯେଉଁ କୃତି ପାଇଛି ତାହା ପରିବାର, ଭାରତୀୟ ପାଣିପାଗ ବିଭାଗର ସମସ୍ତ କାର୍ଯ୍ୟରତ ବିଜ୍ଞାନୀ ତଥା ସହ ଧର୍ମିଣୀଙ୍କ ସହଯୋଗ ପାଇଁ ସମ୍ଭବ ହୋଇଛି । ବିଶ୍ୱବିଦ୍ୟାଳୟର କୁଳପତି, ମନ୍ତ୍ରୀଙ୍କୁ ଧନ୍ୟବାଦ । ଖାସ କରି ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ପାଇବା ମୋ ପାଇଁ ସୌଭାଗ୍ୟ । ଏହି ଆୱାର୍ଡ କାମ କରିବାକୁ ଆହୁରି ଅନୁପ୍ରାଣିତ କରିବ।"

ଏହା ମଧ୍ୟ ପଢ଼ନ୍ତୁ...ଆସନ୍ତା ୩ ଦିନ ପାଗ ଶୁଖିଲା, ୪ରୁ ପୁଣି ବର୍ଷା ସମ୍ଭାବନା

ସୂଚନା ଅନୁଯାୟୀ, ରାଜ୍ୟରେ ବର୍ଷରେ ଅନେକ ସମୟରେ ବାତ୍ୟା ଓ ବନ୍ୟା ଭଳି ଦୁର୍ବିପାକ ଆସିଥାଏ । ଏହାକୁ କଣ୍ଟ୍ରୋଲ କରିବା ହେଲେ ପାଣିପାଗ ବିଭାଗର ଅଧିକ ଗୁରୁତ୍ଵ ରହିଛି । ଯାହା ସାଧାରଣ ଲୋକଙ୍କ ସହ ଚାଷୀ ଏବଂ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀମାନଙ୍କ ପାଇଁ ଏହା ଫଳପ୍ରଦ ରହିବ । ଏହା ଦ୍ବାରା ପୂର୍ବାନୁମାନ ଭାବରେ ଆଲର୍ଟ କରାଯିବ । ଯାହା ଦ୍ଵାରା ଅନେକ ଧନଜୀବନ କ୍ଷୟ କ୍ଷତିରୁ ବଞ୍ଚିପାରିବେ ସାଧାରଣ ଜନତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.