ETV Bharat / state

ବ୍ୟାପକ ଦେଶୀ ବନ୍ଧୁକ ଜବତ କଲା ସମ୍ବଲପୁର ପୋଲିସ, 3 ଗିରଫ - Illegal Gun Seized

author img

By ETV Bharat Odisha Team

Published : Apr 16, 2024, 6:06 PM IST

Illegal Gun Seized
Illegal Gun Seized

Illegal Gun Seized: ଚଢାଉ କରି 22ଟି ଦେଶୀ ବନ୍ଧୁକ ଜବତ କଲା ସମ୍ବଲପୁର ପୋଲିସ । ଏହାସହ 3ଜଣଙ୍କୁ ଗିରଫ କରିଯାଇଛି । ଅଧିକ ପଢନ୍ତୁ

Illegal Gun Seized

ସମ୍ବଲପୁର: ପୋଲିସକୁ ବଡ ସଫଳତା । ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି ହେଉଥିବା କାରଖାନା ଉପରେ ଚଢ଼ାଉ କରି 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ 22 ଟି ଦେଶୀ ବନ୍ଧୁକ ଜବତ କରିଛି ସମ୍ବଲପୁର ପୋଲିସ । ଏନେଇ ଆଜି ସମ୍ବଲପୁର ଏସପି ମୁକେଶ ଭାମୁ ପୋଲିସ ଜିଲ୍ଲା ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତେବେ ଏମାନଙ୍କର ଅନ୍ୟ କୌଣସି ସଂସ୍ଥା ସହିତ ସମ୍ପର୍କ ରହିଛି କି ନାହିଁ ସେନେଇ ଅଧିକ ତଦନ୍ତ ଜାରି ରଖିଛି ସମ୍ବଲପୁର ପୋଲିସ ।

ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜମନକିରା ପୋଲିସ ପକ୍ଷରୁ ବଡରମା ଘାଟି ଓ ବାସୁପାଲି ଠାରେ ଚଢ଼ାଉ କରି 22 ଟି ଦେଶୀ ବନ୍ଧୁକ ଜବତ କରିବା ସହ ମୋଟ 3 ଜଣକୁ ଗିରଫ କରାଯାଇଛି । ଏହି ଘଟଣାରେ ପୋଲିସ 2 ଟି ମୋବାଇଲ ଫୋନ ସହ ଦେଶୀ ବନ୍ଧୁକ ତିଆରିରେ ବ୍ୟବହାର ‌ହେଉଥିବା ବିଭିନ୍ନ ସାମଗ୍ରୀକୁ ମଧ୍ୟ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା, 2 ଡକାୟତ ଗିରଫ

ଏସପି ମୁକେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି, ଆମେ ଆଗରୁ ବୋଇନ ଦେଶୀ ବନ୍ଧୁକ ତିଆରି ହେବା ନେଇ ସୂଚନା ପାଇଥିଲା। ଏଠାରେ ଥିବା କାରଖାନାରେ 2 ବର୍ଷ ହେବ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି ହେଉଥିଲା । ପୋଲିସର ମିଳିତ ଅଭିଯାନରେ ଏହି ଚଢାଉ କରାଯାଉଥିଲା । ଏହି ବନ୍ଧୁକକୁ 15ରୁ 20 ହଜାର ଟଙ୍କାରେ ବିକ୍ରି କରାଯାଉଥିଲା । ତେବେ ପୋଲିସ ପକ୍ଷରୁ ଚଢାଉ କରି ଗିରଫ କରିଥିବା 3 ଅଭିଯୁକ୍ତ ମାନେ ହେଲେ ବିଦ୍ୟାଧର ପ୍ରଧାନ, ଅରୁଣ ଭୋଇ ଓ ଗଣେଶ ସିଂ । ଏମାନଙ୍କ ନାମରେ ପୁର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି କି ରାଜ୍ୟ ବାହାର ଲିଙ୍କ ଅଛି ନା ନାହିଁ ସେ ନେଇ ତଦନ୍ତ ଜାରି ରହିଛି । କିନ୍ତୁ ମାଓ କାର୍ଯ୍ୟକଳାପ ଉପରେ ଏହାର କୌଣସି ଲିଙ୍କ ନଥିବା ଏସପି କହିଛନ୍ତି । ଅନ୍ୟପଟେ ବନ୍ୟ ଜନ୍ତୁ ଶିକାରରେ ଏହା ବ୍ୟବହାର ହେଉଥିଲା ନା ନାହିଁ ସେନେଇ ବନ ବିଭାଗ ସହ ପଚରା ଉଚରା ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.