ETV Bharat / state

ମୋବାଇଲ ନଧରି ପାଠ ପଢ଼ିବାକୁ କହିଲେ ବାପା, ଜୀବନ ହାରିଲେ ୧୦ମ ଶ୍ରେଣୀ ଛାତ୍ର - 10TH CLASS STUDENT SUICIDE

author img

By ETV Bharat Odisha Team

Published : Apr 7, 2024, 9:27 PM IST

10th Class Student suicide
10th Class Student suicide

10th Class Student suicide: ଅତ୍ୟଧିକ ମୋବାଇଲ ବ୍ୟବହାର ନକରି ପାଠ ପଢ଼ାରେ ଧ୍ୟାନ ଦେବାକୁ କହି ଆକଟ କଲେ ପରିବାର । ଜୀବନ ହାରିଲେ ୧୦ମ ଶ୍ରେଣୀ ଛାତ୍ର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ମୋବାଇଲ ପାଇଁ ଜୀବନ ହାରିଲେ ୧୦ମ ଶ୍ରେଣୀ ଛାତ୍ର ! ଭୁବନେଶ୍ବର କଳିଙ୍ଗନଗର 'K3'ରେ ଘଟିଛି ଅଘଟଣ । ନିଜ ପାଠ ପଢା ଘରୁ ଉଦ୍ଧାର ହୋଇଛି ଛାତ୍ରଙ୍କ ମୃତଦେହ । ଭରତପୁର ଥାନା ପକ୍ଷରୁ ମୃତଦେହ ଜବତ ପରେ ବ୍ୟବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲ ରୁଜୁ କରାଯାଇଛି । ପୋଲିସର ସୂଚନା ମୁତାବକ ଗତକାଲି ରାତିରେ ଏଭଳି ଘଟଣାର ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରିଛି ।

ଘର ଲୋକଙ୍କ କହିବା କଥା, ମୃତକ ଜଣକ ଏବର୍ଷ ନବମ ପରୀକ୍ଷା ଦେଇ ୧୦ମ ଶ୍ରେଣୀକୁ ଉନ୍ନିତ ହୋଇଥିଲେ । ଯେହେତୁ ଏବର୍ଷ ବୋର୍ଡ ପରୀକ୍ଷା ରହିଛି, ସେନେଇ ଘର ଲୋକେ ପାଠପଢା ଉପରେ ଫୋକସ ଦେବା ପାଇଁ କହୁଥିଲେ । ଗତକାଲି ମଧ୍ୟ ତାଙ୍କ ବାପା ତାଙ୍କୁ ଅଧିକାଂଶ ସମୟ ମୋବାଇଲ ଧରି କାହିଁକି ସମୟ ନଷ୍ଟ କରୁଛୁ ବୋଲି ଆକଟ କରିଥିଲେ । ମୋବାଇଲ ନଧରି ବରଂ ପାଠ ପଢାରେ ଧ୍ୟାନ ଦେବାକୁ କହିଥିଲେ । ଯାହାକୁ ନେଇ ଗତକାଲି ସେ ଅବସାଦରେ ରହିଥିଲେ । ଏହାପରେ ଗତକାଲି ରାତିରେ ଛାତ୍ର ଜଣକ ନିଜ ରୁମରେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏନେଇ ପୋଲିସ ମୃତଦେହ ମିଳିଥିବା ଘରେ ସାଇଣ୍ଟିଫିକ୍‌ ଯାଞ୍ଚ ସହ ବିଭିନ୍ନ ନମୂନା ସଂଗ୍ରହ କରିଛି । ଏକ ମୋବାଇଲ ମଧ୍ୟ ଜବତ କରାଯାଇଛି । ତେବେ ମୃତଦେହକୁ କ୍ୟାପିଟାଲ ଥାନାକୁ ନେଇ ବ୍ୟବଚ୍ଛେଦ କରାଯାଇଛି । ନିଜ ପୁଅର ମୃତ୍ୟୁ ନେଇ ପରିବାର ଲୋକେ ମୁହଁ ଖୋଲି ନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କୋଟାରେ ପୁଣି ଜୀବନ ହାରିଲେ ଛାତ୍ର, ନିଟ୍‌ ପାଇଁ ଚଳାଇଥିଲେ ପ୍ରସ୍ତୁତି - SUICIDE IN KOTA

ତେବେ ପିଲାଙ୍କ ଭିତରେ ବଦଳୁଥିବା ମାନସିକତା ଏବେ ଚିନ୍ତାର ବିଷୟ ପାଲଟିଛି । କମ ବୟସରୁ ପିଲାମାନଙ୍କ ମଧ୍ୟରେ ମୋବାଇଲ ବ୍ୟବହାର ବଢ଼ୁଛି । ଫଳରେ ମୋବାଇଲ ପାଇଁ କେହି ଆକଟ କରିବାରୁ ସେମାନେ ଏଭଳି ଚରମ ପଦକ୍ଷେପ ନେଉଛନ୍ତି । ଏଭଳି ଏକ ଘଟଣାରେ ଜଣେ ଛାତ୍ର ଜୀବନ ହାରିବା ପରେ ରାଜଧାନୀରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବରୁ ପବ‌୍‌ଜି‌‌ ବା ମୋବାଇଲ୍‌ରେ ‌ଗେମ୍‌ ନଖେଳିବାକୁ ଆକଟ କରିବାରୁ ଛାତ୍ରଙ୍କ ଆତ୍ମହତ୍ୟା ଭଳି ଘଟଣା ପୂର୍ବରୁ ନଜିର ରହିଛି । ଏଭଳି ଘଟଣା ଅଭିଭାବକ ପାଇଁ ଏକ ସତର୍କ ଘଣ୍ଟି ବଜାଇଛି । ଏନେଇ ମନସ୍ତତ୍ବବିତ୍‌ଙ୍କ ମତାମତ ହେଉଛି, ମୋବାଇଲ ବା ଗେଜେଟ ଓ ଦାମି ଗିଫ୍ଟ ଠାରୁ ନିଜ‌ ପିଲାଙ୍କୁ ଦୂରେଇ ରଖିବା ଦରକାର । କାରଣ ଏଭଳି ଜିନିଷ ପ୍ରତି ଥରେ ଆଗ୍ରହ ବଢିଲେ ଏହାପରେ ସେସବୁ ଜିନିଷଠାରୁ ଦୂରେଇ ରହିବାର ଚେତାବନୀ ହୁଏତ ମହଙ୍ଗା ପଡିପାରେ । ପିଲାଙ୍କ ଆଚାର ବ୍ୟବହାର‌ ପ୍ରତି ପୂର୍ବରୁ ଟିକିଏ ସଚେତନ ରହିବା ଦରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.