ETV Bharat / sports

ମହିଳା ପ୍ରିମିୟର ଲିଗ: ଫାଇନାଲରେ RCB, 5 ରନରେ ହାରିଲା ମୁମ୍ବାଇ

author img

By ETV Bharat Odisha Team

Published : Mar 16, 2024, 7:42 AM IST

WPL Eliminator
WPL Eliminator

WPL 2024: ଏଲିମିନେଟ ମୁକାବିଲାରେ ମୁମ୍ବାଇକୁ 5 ରନରେ ପରାଜିତ କରି ଫାଇନାଲରେ ଆରସିବି । ଆସନ୍ତାକାଲି ଫାଇନାଲରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର 21 ତମ ମୁକାବିଲାରେ ଧୂଳିସାତ ହେଲା ମୁମ୍ବାଇ ଇଣ୍ଡିଆନ୍ସର ଫାଇନାଲରେ ପହଞ୍ଚିବାର ଆଶା । ଏଲିମିନେଟ ମୁକାବିଲାରେ ମୁମ୍ବାଇକୁ 5 ରନରେ ପରାଜିତ କରି ଫାଇନାଲରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆସନ୍ତାକାଲି (ରବିବାର) ଡବ୍ଲୁପିଏଲର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି । ପ୍ରଥମ ସିଜିନିରେ ଟ୍ରଫି ହାତେଇଥିବା ମୁମ୍ବାଇ ଏଥର ଫାଇନାଲରେ ପହଞ୍ଚି ପାରିନି ।

ଶୁକ୍ରବାର ସନ୍ଧ୍ୟା 7ଟା 30ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆରସିବି । ପ୍ରଥମ ଓଭରରେ ଦୁଇ ଓପନର ଜବରଦସ୍ତ ପାଳି ଆରମ୍ଭ କରିଥିଲେ । କିନ୍ତୁ ଦଳୀୟ ରନ 23 ହୋଇଥିବା ବେଳେ 3ଟି ଓ୍ବିକେଟ ପଡିଥିଲା । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଶୋଫି 10 ଓ ସ୍ମୃତି ମନ୍ଧାନା 10 ରନ କରି ଆଉଟ ହୋଇଥିବା ବେଳେ ଦିଶା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ଏହାପରେ ଏକା ପାଳି ସମ୍ଭାଳିଥିଲେ ଏଲିସା ପେରୀ । ଧୌର୍ଯ୍ୟର ସହ ବ୍ୟାଟିଂ କରି ବିପକ୍ଷ ଦଳର ବୋଲରଙ୍କ ବଲକୁ ବଡ ବଡ ସଟ ମାରିଥିଲେ । 50 ବଲରେ ସେ 66 ରନ କରି ଆଉଟ ହୋଇଥିଲେ । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 135 ରନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: ଗୁଜୁରାଟକୁ ହରାଇ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ

ଏହାପରେ 136 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ୟସ୍ତିକା ଓ ହେଲି ମାଥ୍ୟୁସ । ହେଲି 15 ରନ କରି ଆଉଟ ହୋଇଥିବା ବେଳେ ୟସ୍ତିକା 19 ରନରେ ଆଉଟ ହୋଇଥିଲେ । ପରେ ପରେ23 ରନ କରି ପାଭିଲିୟନକୁ ଫେରିଥିଲେ ସ୍କିଭର ବ୍ରଣ୍ଟ । ଏହାପରେ ଦଳର ସ୍ଥିତି ସମ୍ଭାଳିଥିଲେ ହର୍ମନପ୍ରୀତ ଓ ଆମେଲିଆ କେର । ଉଭୟ ଲଢୁଆ ବ୍ୟାଟିଂ କରି ଦଳକୁ ବିଜୟ ଦେବାକୁ ଜୋରଦାର ଉଦ୍ୟମ କରିଥିଲେ । ଉଭୟ ମିଶି ଦଳୀୟ ରନକୁ 120ରେ ପହଞ୍ଚାଇଥିଲେ । ପରେ 33 ରନରେ ହର୍ମନପ୍ରୀତ ଆଉଟ ହୋଇଥିଲେ । ଶେଷ ଦୁଇ ଓଭରରେ ବିଜୟ ପାଇଁ 16 ରନ ଆବଶ୍ୟକ ଥିବା ବେଳେ ଏହା ଦଳ ପାଇଁ କାଠିକର ପାଠ ହୋଇଥିଲା । ଆମେଲିଆ କେର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 27 ରନ କରିଥିଲେ ମଧ୍ୟ ଦଳକୁ ବିଜୟ କରିପାରିନଥିଲେ । ଶେଷରେ ମୁମ୍ବାଇର ଫାଇନାଲରେ ପହଞ୍ଚିବାର ଆଶା ମଉଳିଥିଲା । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 130 ରନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.