ETV Bharat / sports

ମହିଳା ପ୍ରିମିୟର ଲିଗ: ଗୁଜୁରାଟକୁ ହରାଇ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ

author img

By ETV Bharat Odisha Team

Published : Mar 14, 2024, 6:59 AM IST

Updated : Mar 14, 2024, 7:11 AM IST

WPL 2024: ଗୁଜୁରାଟ ଜିଆଣ୍ଟ୍ସକୁ 7 ଓ୍ବିକେଟରେ ହରାଇ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ । ପଏଣ୍ଟ ଟେବୁଲର ଶୀର୍ଷରେ ଦିଲ୍ଲୀ । ଅଧିକ ପଢନ୍ତୁ

WPL 2024
WPL 2024

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର 20ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ବିଜୟ । ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କଲା ଦିଲ୍ଲୀ । ଗୁଜୁରାଟ ଜିଆଣ୍ଟ୍ସକୁ 7 ଓ୍ବିକେଟରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି ଦଳ । ଶେଫାଳି ବର୍ମାଙ୍କ ଲଢୁଆ 71 ରନ । ଚଳିତ ସିଜିନରେ ମୋଟ 8ଟି ମ୍ୟାଚ ଖେଳି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଦିଲ୍ଲୀ । ଚଳିତ ଡବ୍ଲୁପିଏଲ ସିଜିନରେ ଗୁଜୁରାଟ ଜିଆଣ୍ଟ୍ସ 6ଷ୍ଠ ତମ ପରାଜୟ ସହ ପଏଣ୍ଟ ଟେବୁଲ ଶେଷରେ ରହିଛି ।

ବୁଧବାର ସନ୍ଧ୍ୟା 7ଟା 30ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଜିଆଣ୍ଟ୍ସ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । କିନ୍ତୁ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ରନ 48 ହୋଇଥିବା ବେଳେ 5ଟି ଓ୍ବିକେଟର ପତନ ହୋଇଥିଲା । ମଧ୍ୟ ଭାଗରେ ଭାରତୀ ଫୁଲମାଲି ପାଳି ସମ୍ଭାଳିଥିଲେ । ସେ 42 ରନ କରି ଆଉଟ ହୋଇଥିଲେ । ତାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ପଡିଆରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ଦିଲ୍ଲୀ ବୋଲରଙ୍କ ବଲରେ ଘାଇଲା ହୋଇଥିଲେ ସମସ୍ତ ବ୍ୟାଟର । 20 ଓଭରରେ 9 ଓ୍ବିକେଟ ହରାଇ ଦଳ 126 ରନ କରିବାକୁ ସମର୍ଥ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: ପ୍ଲେ ଅଫରେ ଦିଲ୍ଲୀ, 1 ରନରେ ହାରିଲା RCB

ଏହାପରେ 127 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ କାପସି ଓ ମେଗ ଲାନିଂ । ଉଭୟଙ୍କ ଯୋଡି ପଡିଆରେ ବେଶୀ ସମୟ ରହିନଥିଲା । ଆଲିସ କାପସି ଖାତା ଖୋଲିବାରେ ବିଫଳ ହୋଇଥିବା ବେଳେ ମେଗ ଲାନିଂ 18 ରନରେ ଆଉଟ ହୋଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ଶେଫାଳି । ସେ ଧୂଆଁଧାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । 71 ରନ କରି ଆଉଟ ହେବା ପରେ ପରେ ଜେମ୍ମିମା ବ୍ୟାଟିଂ କରିବାକୁ ଆସି ଖେଳ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ସେ ଅପରାଜିତ 38 ରନ କରିଥିବା ବେଳେ ଦଳକୁ ବିଜୟ ମୁଖରେ ପହଞ୍ଚାଇଥିଲେ । 20 ଓଭରରେ 3 ଓ୍ବିକେଟ ହରାଇ 129 ରନରେ ଦିଲ୍ଲୀର ବିଜୟ ହୋଇଥିଲା । ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଦଳ ।

Last Updated :Mar 14, 2024, 7:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.