ETV Bharat / sports

ମହିଳା ପ୍ରିମିୟର ଲିଗ: ତୃତୀୟ ବିଜୟ ଲକ୍ଷ୍ୟରେ ୟୁପି ଓ୍ବାରିୟର୍ଜ-RCB

author img

By ETV Bharat Odisha Team

Published : Mar 4, 2024, 3:53 PM IST

WPL 2024
WPL 2024

WPL 2024: ଡବ୍ଲୁପିଏଲରେ ଆଜି ୟୁପି ଓ ବାଙ୍ଗୀଲୋର ମଧ୍ୟରେ ହେବ ମୁକାବିଲା । ତୃତୀୟ ବିଜୟ ପାଇଁ ଫାଇଟ କରିବେ ଦୁଇ ଦଳ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଆଜି ମହିଳା ପ୍ରିମିୟର ଲିଗର 11ତମ ମୁକାବିଲା । ମୁହାଁମୁହିଁ ହେବେ ୟୁପି ଓ୍ବାରିୟର୍ଜ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦୁଇ ଦଳ ମଧ୍ୟରେ ଆଜି ଫାଇଟ ହେବ ଟାଇଟ । ଚଳିତ ସିଜିନରେ ଦୁଇ ଟିମ 4ଟି ଲେଖାଏଁ ମ୍ୟାଚ ଖେଳି 2ଟି ମ୍ୟାଚରେ ବିଜୟ ହୋଇଛନ୍ତି । ତୃତୀୟ ବିଜୟ ହାସଲ କରିବାକୁ ବ୍ୟାକୁଳ ରହିଛନ୍ତି ଉଭୟ ଟିମ। ତେଣୁ ବିଜୟ ଲକ୍ଷ୍ୟ ନେଇପଡିଆକୁ ଓହ୍ଳାଇବେ ଦୁଇ ଦଳ । ସନ୍ଧ୍ୟା 7ଟା 30 ମିନିଟରେ ବେଙ୍ଗାଲୁରୁ ସ୍ଥିତ ଏମ୍ ଚିନା ସ୍ବାମୀ ଷ୍ଡାଡିୟମରେ ଖେଳାଯିବ ଏହି ମ୍ୟାଚ ।

ଏହା ମଧ୍ୟ ପଢନ୍ତୁ-CSKକୁ ଝଟକା, IPL ସିଜିନ 17 ଖେଳିବେ ନାହିଁ ଡେଭନ କନଓ୍ବେ

ପଏଣ୍ଟ ଟେବୁଲ ଚତୁର୍ଥ ସ୍ଥାନରେ ରହିଛି ବାଙ୍ଗାଲୋର ଟିମ । ବର୍ତ୍ତମାନ ସୁଦ୍ଧା ମୋଟ 4ଟି ମ୍ୟାଚ ଖେଳି 2ଟିରେ ବିଜୟୀ ହୋଇ 4 ପେଣ୍ଟ ପାଇଛି ଆରସିବି । ଆଜିର ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଲକ୍ଷ୍ୟରେ ରଖିଛି ସ୍ମୃତି ମାନ୍ଧନାଙ୍କ ଟିମ । ଗତ ମାର୍ଚ୍ଚ 2 ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ମୁକାବିଲା ହୋଇଥିସା । ଟସ ଜିତି ଫିଲ୍ଡ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ଫଳରେ ବ୍ୟାଟିଂ ପାଇଁ ପ୍ରଥମେ ପଡିଆକୁ ଓହ୍ଲାଇଥିଲା ଆରସିବି । 20 ଓଭରରେ ଦଳ 6ଟି ଓ୍ବିକେଟ ହରାଇ 131 ରନ କରିବାକୁ ସକ୍ଷମ ହୋଇଥିଲା । ମୁମ୍ବାଇ ମାତ୍ର 15.1 ଓଭରରେ ବିଜୟ ରନ ଲକ୍ଷ୍ୟ ହାସଲ କରି ଆରସିବିକୁ ପରାସ୍ତ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: ଗୁଜୁରାଟର ହ୍ୟାଟ୍ରିକ ପରାଜୟ, 6 ୱିକେଟରେ ଜିତିଲା ୟୁପି

ପଏଣ୍ଟ ଟେବୁଲ ତୃତୀୟ ସ୍ଥାନରେ ରହିଛି ୟୁପି ଟିମ । ଚଳିତ ଡବ୍ଲୁପିଏଲ ସିଜିନରେ ବର୍ତ୍ତମାନ ସୁଦ୍ଧା ୟୁପି ଓ୍ବାରିୟର୍ଜ ମୋଟ 4ଟି ମ୍ୟାଚ ଖେଳିଛି । ସେଥି ମଧ୍ୟରୁ ଦଳ 2ଟୁରେ ବିଜୟୀ ହୋଇଛି । ମାର୍ଚ୍ଚ 1 ତାରିଖରେ ଓ୍ବାରିୟର୍ଜ ଓ ଗୁଜୁରାଟ ଜିଆଣ୍ଟ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ୟୁପି । ଏହାପରେ ବ୍ୟାଟିଂ କରିଥିଲା ଗୁଜୁରାଟ । 20 ଓଭରରେ ଦଳ 4ଟି ଓ୍ବିକେଟ ହରାଇ 142 ରନ ସଂଗ୍ରହ କରିଥିଲା । 143 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ୟୁପି ଓ୍ବାରିଅର୍ଜ । ମାତ୍ର 15.4 ବଲରେ 4 ଓ୍ବିକେଟ ହରାଇ 143 ରନ ହାସଲ କରି ବିଜୟୀ ହୋଇଥିଲା ଦଳ । ତୃତୀୟ ବିଜୟ ହାସଲ ପାଇଁ ଦୁଇ ଦଳ ଆଜି ଜୋରଦାର ଉଦ୍ୟମ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.