ETV Bharat / sports

ଅମ୍ପାୟରଙ୍କ ସହ ଯୁକ୍ତି ପଡିଲା ମହଙ୍ଗା, କୋହଲିଙ୍କ କଟିଲା 50% ମ୍ୟାଚ ଫି - IPL 2024

author img

By ETV Bharat Odisha Team

Published : Apr 23, 2024, 7:44 AM IST

Virat Kohli
Virat Kohli

Virat Kohli fined: ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରି ଦଣ୍ଡିତ ହେଲେ ବିରାଟ କୋହଲି । ଜୋରିମାନା ହିସାବରେ କଟିଲା 50 ପ୍ରତିଶତ ମ୍ୟାଚ ଫି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମହଙ୍ଗା ପଡିଲା ଅମ୍ପାୟରଙ୍କ ସହ ଯୁକ୍ତିତର୍କ । ଦଣ୍ଡିତ ହେଲେ ଆରସିବି ପ୍ଲେଯାର ବିରାଟ କୋହଲି । ଆଇପିଏଲର ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଜୋରିମାନା ହିସାବରେ ତାଙ୍କ ମ୍ୟାଚ ଫି 50 ପ୍ରତିଶତ କାଟ୍‌ କରାଯାଇଛି । ଏନେଇ ଇଣ୍ଡିଆନ ପ୍ରିମିୟର ଲିଗ ପକ୍ଷରୁ ସୂଚନା ଦିଆୟାଇଚି । ଇଡେନ ଗାର୍ଡେନରେ କେକେଆର ବିପକ୍ଷ ମ୍ୟାଚରେ ଆଉଟ ହେବା ପରେ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ କୋହଲି ।

ଏହା ମଧ୍ୟ ପଢନ୍ତୁ- ଆଉଟ୍‌ ହେବାପରେ ଅମ୍ପାୟାରଙ୍କ ଉପରେ କାହିଁକି ରାଗିଲେ କୋହଲି ? ଜାଣନ୍ତୁ କାରଣ - IPL 2024

ଆଇପିଏଲ୍‌ର ୩୬ତମ ମୁକାବିଲା କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଖେଳାଯାଇଥିଲା । କେକେଆର ଓ ଆରସିବି ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି 222 ରନର ବିଶାଳ ସ୍କୋର କରିଥିଲା କୋଲକାତା। ଜବାବରେ ଆର୍‌ସିବି ପକ୍ଷରୁ ପାଳି ଆରମ୍ଭ କରି କୋହଲି ଆକ୍ରାମକ ଆରମ୍ଭ କରିଥିଲେ । ସେ କେବଳ 6 ବଲରୁ 300 ଷ୍ଟ୍ରାଇକ୍‌ ରେଟ୍‌ରେ 18 ରନ ସଂଗ୍ରହ କରିଥିବା ବେଳେ ତୃତୀୟ ଓଭରରେ ହର୍ଷିତ ରାଣାଙ୍କ ବଲରେ କୋହଲି ଆଉଟ୍‌ ହୋଇଯାଇଥିଲେ । ରାଣା ଓଭରର ପ୍ରଥମ ବଲକୁ ଫୁଲ୍‌ ଟସ୍‌ କରି ବୋଲିଂ କରିଥିଲେ । କୋହଲି ଏହାକୁ ଖେଳି ନପାରି ଆଉଟ ହୋଇଥିଲେ । ଅମ୍ପାୟାର ଆଉଟ୍‌ ଈଶାରା ଦେବା କ୍ଷଣି କୋହଲି ରିଭ୍ୟୁ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଜୟସ୍ବାଲଙ୍କ ଧୂଆଁଧାର ଶତକ, 9 ଓ୍ବିକେଟରେ ମୁମ୍ବାଇକୁ ହରାଇ ପ୍ଲେ ଅଫ୍ ନିକଟତର ରାଜସ୍ଥାନ - IPL 2024

ଏହା ମଧ୍ୟ ପଢନ୍ତୁ- କାହିଁକି ଗ୍ରୀନ ଜର୍ସି ପିନ୍ଧି ଖେଳୁଥିଲା ଆର୍‌ସିବି ? ଜାଣନ୍ତୁ ବଡ଼ କାରଣ - IPL 2024

କୋହଲି ଆଉଟ୍‌ ହୋଇଥିବା ବଲଟି ତାଙ୍କ ଅଣ୍ଟା ଉପରେ ରହିଥିଲା । ତେଣୁ ନିୟମ ଅନୁସାରେ ଏହା ନୋ ବଲ୍‌ ହେବା ଉଚିତ ବୋଲି ସେ ଦାବି କରିଥିଲେ । କୋହଲିଙ୍କ ଅଣ୍ଟା ଉପରେ ବଲ ଯାଇଥିଲେ ମଧ୍ୟ ସେ କ୍ରିଜ୍‌ ବାହାରେ ରହି ବ୍ୟାଟିଂ କରୁଥିବାରୁ ଏହାକୁ ନୋ ବଲ୍‌ ଦେଇନଥିଲେ ତୃତୀୟ ଅମ୍ପାୟର । ଫଳରେ କୋହଲିଙ୍କୁ ଆଉଟ୍‌ ହେବାକୁ ପଡ଼ିଥିଲା । ଏଭଳି ନିଷ୍ପତ୍ତିରେ ନିରାଶ ହୋଇ କୋହଲି ଅମ୍ପାୟରଙ୍କ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା । କୋହଲି ନିଜ ଦୋଷ ମଧ୍ୟ ମ୍ୟାଚ ରେଫରୀଙ୍କ ନିକଟରେ ସ୍ବିକାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.