ETV Bharat / sports

କାହିଁକି ଗ୍ରୀନ ଜର୍ସି ପିନ୍ଧି ଖେଳୁଥିଲା ଆର୍‌ସିବି ? ଜାଣନ୍ତୁ ବଡ଼ କାରଣ - IPL 2024

author img

By ETV Bharat Odisha Team

Published : Apr 21, 2024, 11:06 PM IST

RCB green jersey
RCB green jersey

RCB green jersey: କୋଲକତା ବିପକ୍ଷ ମ୍ୟାଚ୍‌ରେ ଗ୍ରୀନ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇଥିଲେ ଆର୍‌ସିବି ଖେଳାଳି । ଜାଣନ୍ତୁ କାରଣ..

କୋଲକାତା: ରବିବାର ଆଇପିଏଲ୍‌ ଡବଲ୍‌ ହେଡର୍‌ ମ୍ୟାଚ୍‌କୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ । ସବୁଠାରୁ ବେଶୀ ଚର୍ଚ୍ଚା କିନ୍ତୁ ଆଜିର ପ୍ରଥମ ମ୍ୟାଚ୍‌କୁ ନେଇ । କୋଲକାତା ଓ ଇଡେନ୍‌ ଗାର୍ଡେନ୍ସରେ ଆଇପିଏଲ୍‌ ୨୦୨୪ର ୩୬ତମ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ଆର୍‌ସିବି ଖେଳାଳିମାନେ ଏହାର ରେଗୁଲାର ଜର୍ସି ବଦଳରେ ଗ୍ରୀନ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇଥିଲେ । ଯଦିଓ ଏହି ମ୍ୟାଚ୍‌ରେ ଆର୍‌ସିବି କେବଳ ୧ ରନ ପଛରେ ରହି ହାରିଯାଇଥିଲା, ହେଲେ ଗ୍ରୀନ ଜର୍ସି ପିନ୍ଧିବା ପଛରେ ରହିଥିବା ମହାନ ଉଦ୍ଦେଶ୍ୟ ପାଇଁ ସମସ୍ତେ ଏହି ଦଳକୁ ପ୍ରଶଂସା କରିଛନ୍ତି ।

ଗୋ ଗ୍ରୀନ୍‌ ଇନିସିଏଟିଭ୍‌: କେବଳ ଆଜି ନୁହେଁ, ଦୀର୍ଘ ୧୪ ବର୍ଷ ହେବ ଆର୍‌ସିବି ଖେଳାଳିମାନେ ପ୍ରତି ସଂସ୍କରଣରେ ଗୋଟିଏ ମ୍ୟାଚ୍‌ରେ ଗ୍ରୀନ୍‌ ଜର୍ସି ପିନ୍ଧି ଖେଳିବାକୁ ଓହ୍ଲାଇଥାଆନ୍ତି । ଏହା ପଛରେ ଏକ ବିଶେଷ ଓ ମହାନ କାରଣ ରହିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପରିବେଶ ସହ ଜଡ଼ିତ ଏକ ସ୍ବତନ୍ତ୍ର ଅଭିଯାନ ସହ ଜଡ଼ିତ । ବିରାଟ କୋହଲିଙ୍କ ଏହି ଦଳ ଗତ ୧୪ ବର୍ଷ ହେବ 'ଗୋ ଗ୍ରୀନ୍‌ ଇନିସିଏଟିଭ୍‌'କୁ ପ୍ରୋତ୍ସାହିତ କରିଆସୁଛି । ଏହି ଇନିସିଏଟିଭ୍‌ ପାଇଁ ପ୍ରତି ବର୍ଷ ଆଇପିଏଲ୍‌ ସଂସ୍କରଣରେ ଗୋଟିଏ ମ୍ୟାଚ୍‌ରେ ଦଳର ଖେଳାଳିମାନେ ଗ୍ରୀନ୍‌ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ ୨୦୨୪: ୧ ରନରେ ଜିତିଲା କୋଲକାତା, ଶେଷ ବଲ୍‌ରେ ହାରିଲା ଆର୍‌ସିବି - IPL 2024

କ'ଣ ଏହାର ଉଦ୍ଦେଶ୍ୟ: 'ଗୋ ଗ୍ରୀନ୍‌ ଇନିସିଏଟିଭ୍‌'ର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅଧିକରୁ ଅଧିକ ସଚେତନ କରାଇବା । ଯାହାଦ୍ବାରା ଲୋକେ ସେମାନଙ୍କ ପାଖ ପରିବେଶରେ ଅଧିକ ଗଛ ଲଗାଇବେ । ସବୁଜ ଏବଂ ପରିଷ୍କାର ପରିବେଶ ପାଇଁ ଲୋକଙ୍କୁ ସଚେତନ କରାଇବା ହେଉଛି ଗୋ ଗ୍ରୀନ୍‌ ଇନିସିଏଟିଭ୍‌ର ଉଦ୍ଦେଶ୍ୟ । ସହରୀ ପରିବେଶରେ ରହୁଥିବା ଲୋକମାନେ ସବୁଜ ସ୍ଥାନରୁ ଦୂରେଇ ଯାଉଛନ୍ତି ଏବଂ ଆର୍‌ସିବି ଲୋକଙ୍କ ମଧ୍ୟରେ ଏହି ଭାବନାକୁ ଜାଗ୍ରତ କରିବାକୁ ଚେଷ୍ଟା କରୁଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଉଟ୍‌ ହେବାପରେ ଅମ୍ପାୟାରଙ୍କ ଉପରେ କାହିଁକି ରାଗିଲେ କୋହଲି ? ଜାଣନ୍ତୁ କାରଣ - IPL 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.