ETV Bharat / sports

ଟି୨୦ ବିଶ୍ବକପ୍‌ ଖେଳିବେ ପନ୍ତ ! ସ୍ବତନ୍ତ୍ର ନଜର ରଖିଛନ୍ତି ଚୟନକର୍ତ୍ତା - Rishabh Pant

author img

By ETV Bharat Odisha Team

Published : Apr 11, 2024, 7:15 AM IST

Rishabh Pant
Rishabh Pant

Rishabh Pant: ଆଗାମୀ ଟି୨୦ ବିଶ୍ବକପ୍‌ ଖେଳିବେ ଋଷଭ ପନ୍ତ । ଚଳିତ ଆଇପିଏଲ୍‌ ସଂସ୍କରଣରେ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି ଚୟନକର୍ତ୍ତା । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: କ୍ରିକେଟ ପ୍ରଶଂସକଙ୍କ ଲାଗି ଚାଲିଛି ବଡ଼ ମହୋତ୍ସବ । ଜାରି ରହିଛି ଆଇପିଏଲ୍‌ ମହାକୁମ୍ଭ । ଏହା ପରେ ପରେ ଆରମ୍ଭ ହୋଇଯିବ ଟି୨୦ ବିଶ୍ବକପ୍‌ । ତେବେ ଏହାରି ଭିତରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଲାଗି ସାମ୍ନାକୁ ଆସିଛି ଏକ ବଡ଼ ଖବର । ଚଳିତ ଏପ୍ରିଲ ମାସ ଶେଷ କିମ୍ବା ମେ' ମାସ ପ୍ରଥମ ସପ୍ତାହରେ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା ହେବାର ସମ୍ଭାବନା ରହିଛି । ଏନେଇ କିଛି ଖେଳାଳିଙ୍କ ସ୍ଥାନ ଦଳରେ ପକ୍କା ହୋଇସାରିଥିବା ବେଳେ ଚଳିତ ଆଇପିଏଲ୍‌ ସିଜିନରେ କିଛି ନିର୍ଦ୍ଦିଷ୍ଟ ଖେଳାଳିଙ୍କ ଉପରେ ଦୃଷ୍ଟି ରଖିଛନ୍ତି ଚୟନକର୍ତ୍ତା । ତେବେ ବହୁ ପ୍ରତୀକ୍ଷା ପରେ ଷ୍ଟାର ୱିକେଟ୍‌ କିପର-ବ୍ୟାଟର ଋଷଭ ପନ୍ତ ଏଥର ବିଶ୍ବକପ୍‌ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି ।

ବଡ଼ ବ୍ୟବଧାନ ପରେ ଆଇପିଏଲ୍‌ର ଚଳିତ ସଂସ୍କରଣରେ କ୍ରିକେଟକୁ ଫେରିଛନ୍ତି ଭାରତୀୟ ଷ୍ଟାର ୱିକେଟ୍‌ କିପର-ବ୍ୟାଟର ଋଷଭ ପନ୍ତ । ସେ ଭଲ ଲୟରେ ମଧ୍ୟ ନଜର ଆସିଛନ୍ତି । 'କ୍ରିକ୍‌ବଜ୍‌' ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତା ଏଥର ବିଶ୍ବକପ୍‌ ପାଇଁ ପନ୍ତଙ୍କ ଫିଟ୍‌ନେସ୍‌ ଓ ଫର୍ମ ଉପରେ ଭରସା କରିପାରନ୍ତି । ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ପନ୍ତ ୱିକେଟ୍‌ ପଛରେ ଭଲ ପ୍ରଦର୍ଶନ କରିବା ସହ ଭଲ ବ୍ୟାଟିଂ ମଧ୍ୟ କରୁଛନ୍ତି । ଏ ପର୍ଯ୍ୟନ୍ତ ସେ ୫ ମ୍ୟାଚ୍‌ ଖେଳି ୨ଟି ଅର୍ଦ୍ଧଶତକ ସହ ୧୫୪.୫୪ ଷ୍ଟ୍ରାଇକ୍‌ ରେଟ୍‌ରେ ୧୫୩ ରନ କରିଛନ୍ତି । କେଏଲ୍‌ ରାହୁଲଙ୍କୁ ଜଣେ ସ୍ବତନ୍ତ୍ର ବ୍ୟାଟର ଭାବେ ଖେଳାଇବାକୁ ଚୟନକର୍ତ୍ତା ଚାହୁଁଥିବାରୁ ୱିକେଟ୍‌ ରକ୍ଷଣ ପାଇଁ ସେମାନେ ପନ୍ତଙ୍କ ଉପରେ ଭରସା କରିପାରନ୍ତି ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଜୟପୁରରେ କୋହଲିଙ୍କ 'ୱାନ୍‌ ମ୍ୟାନ୍‌ ଶୋ', ୮ମ ଶତକ ସହ ପୂରଣ କଲେ ୭୫୦୦ ରନ - Virat Kohli hits 8th Ton

ପ୍ରକାଶଯୋଗ୍ୟ, ଋଷଭ ପନ୍ତ ଡିସେମ୍ବର ୨୦୨୨ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ସେ ଗତ ଦେଢ଼ ବର୍ଷରେ ପ୍ରତ୍ୟାବର୍ତ୍ତନ ପାଇଁ ବେଶ ପରିଶ୍ରମ କରିଛନ୍ତି । ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା, ଯାହା ତାଙ୍କ ପ୍ରତ୍ୟାବର୍ତ୍ତନ ବା ୱିକେଟ ରକ୍ଷଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । କିନ୍ତୁ ପନ୍ତ କଠିନ ପରିଶ୍ରମ କରି ବେଶ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନ୍ୟପଟେ ଆଇପିଏଲ୍‌ ୨୦୨୪ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଟି୨୦ ବିଶ୍ବକପ୍‌ରେ ତାଙ୍କ ସ୍ଥାନ ପକ୍କା କରିଥିବା କୁହାଯାଉଛି । କୋହଲି ଏବେ ସୁଦ୍ଧା ୫ ମ୍ୟାଚ୍‌ରୁ ୩୧୬ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ୍‌ର ଅଧିକାରୀ ଅଛନ୍ତି । ଏଥିରେ ଏକ ଶତକ ମଧ୍ୟ ସାମିଲ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.