ETV Bharat / sports

ଆଗକୁ ଓଡିଶା ଦଳର ପ୍ରଦର୍ଶନ ଭଲ ରହିବ: ସୁରେନ୍ଦ୍ର ଭାବେ - Odisha Cricket Association

author img

By ETV Bharat Odisha Team

Published : Apr 23, 2024, 8:36 AM IST

SURENDRA BHAVE
SURENDRA BHAVE

Surendra Bhave Odisha men's head coach: ଓସିଏର ନୂଆ ମୁଖ୍ୟ କୋଚ୍ ହେବା ପରେ ପ୍ରତିକ୍ରିୟା ରଖିଲେ ସୁରେନ୍ଦ୍ର ଭାବେ । ଚଳିତ ବର୍ଷ ଓଡିଶା ଦଳର ପ୍ରଦର୍ଶନ ଭଲ ରହିବ ବୋଲି କହିଲେ ସୁରେନ୍ଦ୍ର । ଅଧିକ ପଢନ୍ତୁ

SURENDRA BHAVE

କଟକ: ଓଡିଶା କ୍ରିକେଟ ଦଳକୁ ସଜାଡିବାକୁ ଅଣ୍ଟା ଭିଡିଛନ୍ତି ଓସିଏର ନୂଆ ମୁଖ୍ୟ କୋଚ୍ ସୁରେନ୍ଦ୍ର ଭାବେ । ଦିନେଶ ମୋଙ୍ଗିଆଙ୍କ ସ୍ଥାନରରେ ସୁରେନ୍ଦ୍ର ଭାବେଙ୍କୁ ମୁଖ୍ୟ କୋଚ୍ ଭାବରେ ନିଯୁକ୍ତି ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି । ଆଗକୁ ଓଡିଶା ଦଳର ପ୍ରଦର୍ଶନ ଭଲ ରହିବ ବୋଲି ଦୃଢୋକ୍ତି ପ୍ରକାଶ କଲେ ସୁରେନ୍ଦ୍ର ଭାବେ ।

ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏର ନୂଆ ମୁଖ୍ୟ କୋଚ୍ ସୁରେନ୍ଦ୍ର ଭାବେ କହିଛନ୍ତି, ''ଓସିଏ ବିପକ୍ଷରେ ଅନେକ ମ୍ୟାଚରେ କୋଚ୍ ଦାୟିତ୍ୱ ତୁଲାଇଛି । ଓଡିଶା ଏକ ଭଲ ଓ ମଜଭୁତ ଟିମ। ଏହି ଟିମ ସହ ବହୁତ ସିଜିନ କାମ କରିବା ପାଇଁ ମୋର ଇଚ୍ଛା । ଭଲ କୋଚିଂ ପାଇଲେ ଚଳିତ ବର୍ଷ ଓଡିଶା ଦଳର ପ୍ରଦର୍ଶନ ଭଲ ରହିବ । ତେବେ ମୋର ଅଭିଜ୍ଞତା ଓ ଟିମର ଦୃଢ଼ ମନୋବଳ ଯୋଗୁ ଆଗାମୀ ବିସିସିଆଇ ଘରୋଇ ସିଜିନରେ ଓଡିଶା ବେଶ ଭଲ ପଦର୍ଶନ କରିବ ।''

ଏହା ମଧ୍ୟ ପଢନ୍ତୁ-ବଦଳିଲେ ଓସିଏ କୋଚ୍‌, ମୋଙ୍ଗିଆ ଆଉଟ୍‌-ଭାବେ ଇନ୍‌ - New OCA Coach

ଓସିଏର ସିଇଓଙ୍କ କହିବାନୁଯାୟୀ , ପୂର୍ବରୁ ଅନେକ ଜାତୀୟ ଆନ୍ତର୍ଜାତିକ କୋଚ୍ ଓଡ଼ିଶା କ୍ରିକେଟ ସଂଘର ମୁଖ୍ୟ ଦାୟିତ୍ୱ ତୁଲାଇଛନ୍ତି । ଏପରିକି 2019 ରେ ରଶ୍ମି ରଞ୍ଜନ ପରିଡା ଓଡିଶା ଟିମର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇଥିଲେ । ଏପରି ଭାବରେ କୋଚ୍ ପରିବର୍ତ୍ତନ କରିବାର ଉଦେଶ୍ୟ କ୍ରିକେଟରେ ପ୍ରତିଦ୍ୱନ୍ଦିତା ବର୍ତ୍ତମାନ ବହୁତ ଉଚ୍ଚରେ ରହିଛି। ଜାଫର ଓ ମୋଙ୍ଗିଆଙ୍କୁ ଆଉ ଏକ ବର୍ଷ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ଅନୁରୋଧ କରାଯାଇଥିଲା, ହେଲେ ସେମାନେ ସେମାନଙ୍କ ନୂଆ ସୁଯୋଗ ପାଇଁ ଓସିଏ ହାତ ଛାଡିଥିଲେ । ବର୍ତ୍ତମାନ ସମୟରେ ସୁରେନ୍ଦ୍ର ଭାବେ ଓସିଏ କୁ ଘରୋଇ ସିଯିନ ରେ ଏକ ସ୍ଵତନ୍ତ୍ର ସ୍ଥାନ ପ୍ରଦାନ କରିବେ ।

ଦିନେଶ ମୋଙ୍ଗିଆଙ୍କ ସ୍ଥାନରରେ ସୁରେନ୍ଦ୍ର ଭାବେଙ୍କୁ ମୁଖ୍ୟ କୋଚ୍ ଭାବରେ ନିଯୁକ୍ତି ଦେଇଛି ଓଡିଶା କ୍ରିକେଟ ସଂଘ। 2024-25 ବର୍ଷ ପାଇଁ ବିସିସିଆଇର ଘରୋଇ ସିଯିନ ରେ ଓଡିଶା ସିନିୟର କ୍ରିକେଟ ଟିମର ମୁଖ୍ୟ କୋଚ୍ ହିସାବରେ ନଜର ଆସିବେ ସୁରେନ୍ଦ୍ର ଭାବେ। ପୂର୍ବରୁ ବିଭିନ୍ନ ରାଜ୍ୟ ସଂଘ ଯେପରି ହରିୟାଣା ,ପଞ୍ଜାବ ମହାରାଷ୍ଟ୍ରର କୋଚ୍ ଦାୟିତ୍ୱ ତୁଲାଇ ସାରିଛନ୍ତି ସେ। ଦିନେଶ ମୋଙ୍ଗିଆ ଗୋଟିଏ ବର୍ଷ ଚୁକ୍ତି ଭିତ୍ତିକ କାର୍ଯ୍ୟକାଳ ଶେଷ ହେବା ପରେ ଓସିଏର CAC (କ୍ରିକେଟ ପରାମର୍ସ କମିଟି ) ର ନିର୍ଦ୍ଦେଶକ୍ରମେ ଭାବେଙ୍କୁ ଓସିଏର ମୁଖ୍ୟ କୋଚ୍ ଭାବରେ ଓଡିଶା କ୍ରିକେଟ ସଂଘ ପକ୍ଷ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା। ମୁଖ୍ୟ କୋଚ୍ ପାଇଁ ଦଶ ରୁ ଉର୍ଦ୍ଧ୍ବ ଆବେଦନ ଆସିଥିଲା ବେଳେ ସୁରେନ୍ଦ୍ର ଭାବେ ଙ୍କ ଆବଦେନ କୁ ଗ୍ରହଣ କରିଥିଲା ଓସିଏ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.