ETV Bharat / sports

ବଦଳିଲେ ଓସିଏ କୋଚ୍‌, ମୋଙ୍ଗିଆ ଆଉଟ୍‌-ଭାବେ ଇନ୍‌ - New OCA Coach

author img

By ETV Bharat Odisha Team

Published : Apr 17, 2024, 10:51 PM IST

New OCA Coach
New OCA Coach

New OCA Coach: ଓଡ଼ିଶା କ୍ରିକେଟ ସଙ୍ଘର ମୁଖ୍ୟ ପ୍ରଶିକ୍ଷକ ବଦଳିଛନ୍ତି । ଦିନେଶ ମୋଙ୍ଗିଆଙ୍କ ବର୍ଷିକିଆ ଚୁକ୍ତି ସରିବା ପରେ ସୁରେନ୍ଦ୍ର ଭାବେଙ୍କୁ 2024-24 କ୍ରିକେଟ ବର୍ଷ ପାଇଁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇଛି ସଙ୍ଘ । ଅଧିକ ପଢ଼ନ୍ତୁ

କଟକ: ବଦଳିଲେ ଓସିଏର ମୁଖ୍ୟ କୋଚ୍‌ । ଦିନେଶ ମୋଙ୍ଗିଆଙ୍କ ସ୍ଥାନରରେ ସୁରେନ୍ଦ୍ର ଭାବେଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତି ଦେଲା ଓଡିଶା କ୍ରିକେଟ ସଂଘ । 2024-25 ବର୍ଷ ପାଇଁ ବିସିସିଆଇର ଘରୋଇ ସିଜିନରେ ଓଡିଶା ସିନିୟର କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବରେ ନଜର ଆସିବେ ସୁରେନ୍ଦ୍ର ଭାବେ । ପୂର୍ବରୁ ବିଭିନ୍ନ ରାଜ୍ୟ ସଙ୍ଘ ଯେପରି ହରିୟାଣା, ପଞ୍ଜାବ ଓ ମହାରାଷ୍ଟ୍ର ଭଳି କ୍ରିକେଟ ସଙ୍ଘର ପ୍ରଶିକ୍ଷକ ଦାୟିତ୍ବ ତୁଲାଇ ସାରିଛନ୍ତି ସୁରେନ୍ଦ୍ର । ଦିନେଶ ମୋଙ୍ଗିଆଙ୍କ ଗୋଟିଏ ବର୍ଷ ଚୁକ୍ତି ଭିତ୍ତିକ କାର୍ଯ୍ୟକାଳ ଶେଷ ହେବାପରେ ଓସିଏର CAC (କ୍ରିକେଟ ପରାମର୍ଶ କମିଟି)ର ନିର୍ଦ୍ଦେଶକ୍ରମେ ଆଜି ଭାବେଙ୍କୁ ଓସିଏର ମୁଖ୍ୟ ପ୍ରଶିକ୍ଷକ ଭାବରେ ଓଡିଶା କ୍ରିକେଟ ସଂଘ ପକ୍ଷରୁ ନିଯୁକ୍ତି ଦିଆଯାଇଛି ।

ତେବେ ମୁଖ୍ୟ କୋଚ୍ ପାଇଁ 10ରୁ ଊର୍ଦ୍ଧ୍ବ ଆବେଦନ ଆସିଥିଲା । ସେଗୁଡ଼ିକ ମଧ୍ୟରୁ ବହୁ ବିଚାର ବିମର୍ଶ ପରେ ସୁରେନ୍ଦ୍ର ଭାବେଙ୍କ ଆବଦେନକୁ ଗ୍ରହଣ କରିଛି ଓସିଏ । ଏହା ସହିତ ସିନିୟର ଚୟନ କମିଟିରେ ଅମୀୟ ରାୟ ଅଧ୍ୟକ୍ଷ ପଦ ବଜାୟ ରଖିଥିବାବେଳେ ସୌରଜିତ ମହାପାତ୍ର ଓ ସୁବିତ ବିଶ୍ବାଳ ସଦସ୍ୟ ରହିଛନ୍ତି । ସେହିପରି ନଟରାଜ ବେହେରା ଜୁନିୟର ଚୟନ କମିଟିର ଅଧ୍ୟକ୍ଷ ରହିଥିଲାବେଳେ ସିନିୟର ମହିଳା ଚୟନ କମିଟି ଅଧ୍ୟକ୍ଷା ରହିଛନ୍ତି ରଶ୍ମିତା ମହାନ୍ତି । ନୂଆ ପ୍ରଶିକ୍ଷକ ଓ ଚୟନ କମିଟି ଗଠନ କରିବା ପାଇଁ ଆଜି ଓସିଏରେ କ୍ରିକେଟ ପରାମର୍ଶ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଦୀର୍ଘ ସମୟର ଆଲୋଚନା ପରେ ନିଷ୍କର୍ସରେ ନୂଆ ପ୍ରଶିକ୍ଷକଙ୍କ ନାମ ଘୋଷଣା କରିଥିଲା ଓଡିଶା କ୍ରିକେଟ ସଂଘ ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀ ଟ୍ରଫି ବିଫଳତା, ଓଡିଶା କ୍ରିକେଟର ଦିଗ ଅନ୍ଧକାର ମୁହାଁ !

ପ୍ରକାଶ ଯୋଗ୍ୟ, ଗତବର୍ଷ ଏପ୍ରିମ ମାସରେ (ଏପ୍ରିଲ, 2023) ଓଡ଼ିଶା କ୍ରିକେଟ ସଙ୍ଘର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ନେଇଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ । ତାଙ୍କ ପୂର୍ବରୁ ୱାସିମ୍ ଜାଫରଙ୍କୁ ଦୁଇ ବର୍ଷ ପାଇଁ ଓଡ଼ିଶା ଦଳର କୋଚ ଭାବେ ଦାୟିତ୍ବ ଦିଆଯାଇଥିଲା । ହେଲେ ତାଙ୍କୁ ବାଂଲାଦେଶ ଜାତୀୟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ବ ମିଳିବାରୁ ସେ ଅଧାରୁ ଚାଲିଯାଇଥିଲେ । ତେଣୁ ୱାସିମ ଜାଫରଙ୍କ ସହମତିରେ ସିଏସିର ୩ ଜଣିଆ କମିଟି ମୁଖ୍ୟ କୋଚ୍‌ ଭାବେ ଦିନେଶଙ୍କୁ ନିଯୁକ୍ତି ଦେଇଥିଲେ । ତେବେ ମୋଙ୍ଗିଆ ଓଡିଶା କ୍ରିକେଟ ପାଇଁ 2023-24 ଘରୋଇ ସିଜିନ୍‌ରେ ସଫଳତା ଆଣିଦେବେ ବୋଲି ଓସିଏ ଆଶା ରଖିଥିଲା । ହେଲେ ଗତ ସିଜିନ୍‌ରେ ଦଳ ଆଶାନୁରୂପ ପ୍ରଦର୍ଶନ ଦେଇପାରିନଥିଲା । ଏହାପରେ ମୋଙ୍ଗିଆଙ୍କ ଚୁକ୍ତିକୁ ଆଉ ବୃଦ୍ଧି ନକରି ପୂର୍ବତନ ଭାରତୀୟ କ୍ରିକେଟର ସୁରେନ୍ଦ୍ର ଭାବେଙ୍କ ଉପରେ ଭରସା ପ୍ରକଟ କରିଛି ଓସିଏ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.