ETV Bharat / sports

ଜମି ମାଲିକାନା ପାଇଲା ଅଲିମ୍ପିକ୍‌ ସଂଘ, ବାରବାଟୀ ଷ୍ଟାଡିୟମ ବିକାଶରେ ଏଣିକି ନାହିଁ ବାଧା

author img

By ETV Bharat Odisha Team

Published : Mar 16, 2024, 10:53 PM IST

Barabati Stadium Land lease to Olympic Association
Barabati Stadium Land lease to Olympic Association

Barabati Stadium Land lease to Olympic Association: ବାରବାଟୀ ଷ୍ଟାଡିୟମର ଜମି ମାଲିକାନା ପାଇଛି ରାଜ୍ୟ ଅଲିମ୍ପିକ ସଂଘ । କ୍ୟାବିନେଟ ବୈଠକରେ ଲିଜ ଜମି ପ୍ରଦାନ ନେଇ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

Barabati Stadium Land lease to Olympic Association

କଟକ: ବହୁ ପ୍ରତୀକ୍ଷା ଓ ବାଦ ବିବାଦ ପରେ ବାରବାଟୀ ଷ୍ଟାଡିୟମର ଜମି ମାଲିକାନା ପାଇଛି ରାଜ୍ୟ ଅଲିମ୍ପିକ ସଂଘ । ଲିଜ ଜମି ପ୍ରଦାନ କ୍ଷେତ୍ରରେ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ଆଜି କ୍ୟାବିନେଟରେ ଏନେଇ ନିଷ୍ପତ୍ତି ହୋଇଛି । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ସଚିବ ଭିକେ ପଣ୍ଡିଆନ, ରାଜ୍ୟ କ୍ରୀଡାମନ୍ତ୍ରୀ ଏବଂ କ୍ରୀଡା ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ୍ ଏବଂ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ।

ଆଜି ବାରବାଟୀ ଷ୍ଟାଡିୟମଠାରେ ଉଭୟ ସଙ୍ଘ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । 1949ରେ ରାଜ୍ୟ ସରକାର କ୍ରୀଡାର ବିକାଶ ପାଇଁ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନକୁ 1 ଟଙ୍କା ବିନିମୟରେ ଜମି ଯୋଗାଇ ଦେଇଥିଲେ । ଏହି ଜମି ଲିଜ୍‌ 20 ବର୍ଷ ପାଇଁ ଥିଲା । ପରବର୍ତ୍ତୀ ସମୟରେ ଅଲିମ୍ପିକ ଆସୋସିଏସନ ଜମି ଲିଜ୍‌ ପୁଣିଥରେ ନବୀକରଣ ପାଇଁ ଆବେଦନ କରିଥିଲା । ଏହାପରେ 1989ରେ ଲିଜ ଅବଧି ଶେଷ ହୋଇଯାଇଥିଲା । ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ୍ ପକ୍ଷରୁ ପୁନଃରୟ ଆବେଦନ କରାଯାଇଥିଲା । ହେଲେ ଆଉ ଏଥିପ୍ରତି ସରକାର ଦୃଷ୍ଟି ଦେଇନଥିଲେ । ବିନା ମାଲିକାନାରେ ଏହି ଷ୍ଟାଡିୟମ ରାଜ୍ୟ ଅଲିମ୍ପିକ ଆସୋସିଏସନ୍‌ ଓ କ୍ରିକେଟ୍‌ ଆସୋସିଏସନ୍‌ ଚଳାଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଏହାର ନବୀକରଣ ପାଇଁ ଯେତେବେଳେ ସରକାର ଆଗଭର ହୋଇଥିଲେ, ସେତେବେଳେ ବିରୋଧୀ ଏନେଇ ପ୍ରଶ୍ନ ଉଠାଇଥିଲେ । ଓସିଏ କିମ୍ବା ଅଲିମ୍ପିକ୍‌ ସଙ୍ଘର ବିନା ମାଲିକାନାରେ କିପରି ସରାକର ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ । ବିଭିନ୍ନ ଦିଗରୁ ବିରୋଧ ସତ୍ତ୍ବେ ବାରବାଟୀର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ମହାନଦୀରେ ହେବ ଆଉ ଏକ ସେତୁ, ୭ ବିଭାଗର ୧୪ ପ୍ରସ୍ତାବରେ କ୍ୟାବିନେଟ ମୋହର

ତେବେ ଆଜି ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଶେଷ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜମି ଲିଜ୍‌ର ନବୀକରଣ ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହା ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି ବୋଲି ଅଲିମ୍ପିକ୍‌ ସଙ୍ଘ ଏବଂ ଓସିଏ କହିଛନ୍ତି । ସରକାର ଜମି ଲିଜ ନବୀକରଣ ମଞ୍ଜୁରୀ ଦେବାରୁ କ୍ରୀଡାର ବିକାଶ ଘଟିବ । ବାରବାଟୀ ଷ୍ଟାଡିୟମ ଏକ ବିଶ୍ବସ୍ତରୀୟ ଷ୍ଟାଡିୟମରେ ପରିଣତ ହୋଇପାରିବ ବୋଲି କ୍ରିକେଟ ସଙ୍ଘ ସମ୍ପାଦକ ସଞ୍ଜୟ ବେହେରା ଏବଂ ଅଲିମ୍ପିକ ସଙ୍ଘ ସମ୍ପାଦକ ଅଭିଜିତ ପାଲ ସୂଚନା ଦେଇଛନ୍ତି । ଏହା ସହିତ ମୁଖୟମନ୍ତ୍ରୀଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ଯାଦବ ମହାସଭାକୁ ସରକାରଙ୍କ ପକ୍ଷରୁ ଜମି ଯୋଗାଇ ଦିଆଯାଇଥିବାରୁ ଯାଦବ ମହାସଭା ପକ୍ଷରୁ ମଧ୍ୟ ଆଶୀର୍ବାଦ ବେହେରା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.