ETV Bharat / sports

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୱିକେଟ୍‌କିପିଂ କରିବେନି ରାହୁଲ: ଦ୍ରାବିଡ

author img

By ETV Bharat Odisha Team

Published : Jan 23, 2024, 11:10 PM IST

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୱିକେଟ୍‌କିପିଂ କରିବେନି ରାହୁଲ
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୱିକେଟ୍‌କିପିଂ କରିବେନି ରାହୁଲ

Test Series against England: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୱିକେଟ୍‌କିପିଂ କରିବେନି କେଏଲ୍‌ ରାହୁଲ । ଏହି ସିରିଜ୍‌ରେ ସେ କେବଳ ଜଣେ ବ୍ୟାଟର ଭାବେ ମ୍ୟାଚ୍‌ ଖେଳିବେ ବୋଲି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ସ୍ପଷ୍ଟ କରିଛନ୍ତି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆଉ ଗୋଟିଏ ଦିନ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ । ଏଥିପାଇଁ ହାଇଦ୍ରାବାଦରେ ପହଞ୍ଚି ଜୋରଦାର ଅଭ୍ୟାସ ଚଳାଇଛନ୍ତି ଉଭୟ ଦେଶର ଖେଳାଳି । ଏହାରି ଭିତରେ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ କେଏଲ୍‌ ରାହୁଲ ୱିକେଟ୍‌ କିପିଂ କରିବେନି । ଏନେଇ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ସ୍ପଷ୍ଟ କରିଛନ୍ତି । ରାହୁଲ କେବଳ ଜଣେ ବ୍ୟାଟର ଭାବେ ଏହି ଟେଷ୍ଟ ସିରିଜ ଖେଳିବେ ବୋଲି କହିଛନ୍ତି ଦ୍ରାବିଡ ।

ଭାରତୀୟ ଦଳର ଅଭ୍ୟାସ ସେସନ୍‌ ଚାଲିଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି, "ରାହୁଲ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୱିକେଟ୍‌ କିପିଂ ଦାୟିତ୍ବ ସମ୍ଭାଳିବେ ନାହିଁ । ସେ କେବଳ ଜଣେ ବ୍ୟାଟର ଭାବେ ଏହି ସିରିଜ୍‌ ଖେଳିବେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ମାନସମନ୍ଥନ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଭଳି ସ୍ଥିତିରେ ଆମ ନିକଟରେ ୱିକେଟ୍‌ କିପିଂ ପାଇଁ କେବଳ ଦୁଇଟି ବିକଳ୍ପ ରହିଛି । ସେମାନେ ହେଲେ କେଏସ୍‌ ଭରତ ଓ ନବାଗତ ଧ୍ରୁବ ଜୁରେଲ । ଉଭୟଙ୍କ ନିକଟରେ ନିଜକୁ ପ୍ରମାଣ କରିବାର ସୁଯୋଗ ରହିବ ।" କେଏସ୍‌ ଭରତ ଗତବର୍ଷ ଫେବୃଆରୀରେ ଟେଷ୍ଟ ପଦାର୍ପଣ କରିଥିଲେ । ହେଲେ ଜୁରେଲ ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ ଖେଳି ନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଇଂଲଣ୍ଡ ବିପକ୍ଷ ଲଢ଼େଇ ପୂର୍ବରୁ ଭାରତକୁ ଝଟ୍‌କା, ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବେନି କୋହଲି

ଭାରତ ଓ ଇଂଲଣ୍ଡ ସିରିଜ୍‌ ସୂଚୀ: ଏହି ସିରିଜର ପ୍ରଥମ ଟେଷ୍ଟ ୨୫ ଜାନୁଆରୀରୁ ହାଇଦ୍ରାବାଦରେ ଖେଳାଯିବ । ଏହାପରେ ଦ୍ବିତୀୟ ଟେଷ୍ଟ୍‌ ଫେବୃଆରୀ ୨ରୁ ଭାଇଜାଗରେ ଖେଳାଯିବ । ସେହିଭଳି ଫେବୃଆରୀ ୧୫ରୁ ରାଜକୋଟରେ ତୃତୀୟ ଟେଷ୍ଟ, ଫେବୃଆରୀ ୨୩ରୁ ରାଞ୍ଚିରେ ଚତୁର୍ଥ ଟେଷ୍ଟ ଏବଂ ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ବୀ ଜୈଶ୍ବାଲ, ଶ୍ରେୟାସ ଆୟର, କେଏଲ ରାହୁଲ (ୱିକେଟ କିପର), କେଏସ ଭରତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ର ଅଶ୍ବୀନ, ଅକ୍ଷର ପଟେଲ , କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସିରାଜ, ଅଭେଶ ଖାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.