ETV Bharat / sports

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ: ଆଚରଣ ସଂହିତା ଉଲ୍ଲଂଘନ କଲେ ବୁମରା

author img

By ETV Bharat Odisha Team

Published : Jan 30, 2024, 11:57 AM IST

Jasprit Bumrah
ଆଚରଣ ସଂହିତା ଉଲ୍ଲଙ୍ଘନ କଲେ ବୁମରା

Jasprit Bumrah Breaching ICC Code Of Conduct: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଆଚରଣ ସଂହିତା ଉଲ୍ଲଂଘନ କରିଛନ୍ତି ବୁମରା । ତାଗିତ କଲା ଆଇସିସି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଶେଷ ହୋଇଛି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ । 28 ରନରେ ଭ୍ରମଣକାରୀ ଦଳ ଠାରୁ ପରାଜିତ ହୋଇଛି ଟିମ୍‌ ଇଣ୍ଡିଆ । ପ୍ରଥମ ଇନିଂସରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଦ୍ବିତୀୟ ପାଳିରେ ଭାରତ ବିଜୟ ରନ ହାସଲ କରିବାରେ ବିଫଳ ହୋଇଥିଲା । ପ୍ରଥମ ଟେଷ୍ଟ ମ୍ୟାଚର ତଚୁର୍ଥ ଦିନରେ ଭାରତୀୟ ପେସ ବୋଲର ଯଶପ୍ରୀତ ବୁମରା ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିଥିବା ନେଇ ଆଇସିସି ପକ୍ଷରୁ ତାଙ୍କୁ ତାଗିଦ୍‌ କରାଯାଇଛି ।

  • Indian pacer Jasprit Bumrah has been given an official reprimand for breaching Level 1 of the ICC Code of Conduct for an incident on the fourth day of India's first Test against England in Hyderabad. The incident occurred in the 81st over of England's second innings when Bumrah… pic.twitter.com/VK2AVOlawk

    — ANI (@ANI) January 30, 2024 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-2ୟ ଟେଷ୍ଟରୁ ବାଦ ପଡ଼ିଲେ ରାହୁଲ-ଜାଡେଜା; ସର୍ଫରାଜଙ୍କୁ ପ୍ରଥମ ଡକରା

ଇଂଲଣ୍ଡର ଦ୍ୱିତୀୟ ଇନିଂସର 81ତମ ଓଭରରେ ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିଥିଲେ ବୁମରା । ଯେତେବେଳେ ଓଲି ପୋପ ରନ ନେବାକୁ ଦୌଡୁଥିଲେ ସେହି ସମୟରେ ବୁମରା ଜାଣିଶୁଣି ତାଙ୍କ ଆଗକୁ ଚାଲି ଆସିଥିଲେ । ଏହି ସମୟରେ ସେ ପୋପଙ୍କ ସହ ଧକ୍କା ହୋଇଯାଇଥିଲେ । ଏହା ଆଇସିସି ଆଚରଣ ସଂହିତା ଉଲ୍ଲଂଘନ ବୋଲି ଆଇସିସି କହିଛି । ଏଥିପାଇଁ ଆଇସିସି ଯଶପ୍ରୀତ ବୁମରାଙ୍କୁ ତାଗିତ କରିଛି । ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ବିତୀୟ ଇଂନିସରେ ଭ୍ରମଣକାରୀ ଦଳ ଦମଦାର ପ୍ରଦର୍ଶନ କରିଥିଲା । ଓଲି ପୋପ ବିସ୍ଫୋରକ ବ୍ୟାଟିଂ କରିଥିଲେ । ତାଙ୍କୁ ଅଟକାଇବା ଭାରତୀୟ ବୋଲରଙ୍କ ନିକଟରେ ସହଜ ହୋଇପାରିନଥିଲା । 196 ରନ କରିବା ପରେ ସେ ବୁମରାଙ୍କ ବଲରେ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଇଂଲଣ୍ଡ ବିପକ୍ଷ ପରାଜୟ ପରେ ବାଂଲାଦେଶ ତଳକୁ ଖସିଲା ଭାରତ

ଜାନୁଆରୀ 25 ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଯାହା 28 ତାରିଖରେ ଶେଷ ହୋଇଛି । ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ଇଂଲଣ୍ଡ 246 ରନରେ ସମସ୍ତ ୱିକେଟ ହରାଇଥିଲା । ଜବାବରେ 436 ରନ କରି ଭାରତ ପ୍ରଥମ ପାଳି ଶେଷ କରି 190ର ଲିଡ୍‌ ନେଇଥିଲା । ଜବାବରେ ଇଂଲଣ୍ଡ ଦ୍ବିତୀୟ ପାଳିରେ 230 ରନର ଲିଡ୍‌ କରି ବିଜୟ ପାଇଁ 231 ରନର ଲକ୍ଷ୍ୟ ଦେଇଥିଲା ଭାରତକୁ । ଯାହାକୁ ଭେଦ କରିବାରେ ଟିମ ଇଣ୍ଡିଆ ବ୍ୟାଟର ଫେଲ ମାରିଥିଲେ । ଶେଷରେ 28 ରନ ପଛରେ ରହି ପ୍ରଥମ ଟେଷ୍ଟ ମ୍ୟାଚ୍‌ ହାରିଥିଲା ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.