ETV Bharat / sports

ପନ୍ତଙ୍କ ଧୂଆଁଧାର ବ୍ୟାଟିଂ, 4ରନରେ ଗୁଜୁରାଟକୁ ହରାଇଲା ଦିଲ୍ଲୀ - IPL 2024 ଼

author img

By ETV Bharat Odisha Team

Published : Apr 25, 2024, 7:36 AM IST

Etv Bharat
Etv Bharat

IPL 2024: ଆଇପିଏଲରେ ଗୁଜୁରାଟ ବିପକ୍ଷ ମ୍ୟାଚରେ ଦିଲ୍ଲୀର ବିଜୟ । ଋଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ । ଆଇପିଏଲରେ 4 ଓଭର ବୋଲିଂ କରି ସର୍ବାଧିକ 73 ରନ ଦେଇ ମହଙ୍ଗା ସାବ୍ୟସ୍ତ ହେଲେ ମୋହିତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଇପିଏଲର 40 ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ବିଜୟ । 4 ରନରେ ଗୁଜୁରାଟକୁ ହରାଇ ଚଳିତ ସିଜିନରେ ଚତୁର୍ଥ ବିଜୟ ହାସଲ କଲା ଦିଲ୍ଲୀ । ଋଷଭ ପନ୍ତ ଓ ଅକ୍ସର ପଟେଲଙ୍କ ଧୂଆଧାର ବ୍ୟାଟିଂ । ପଏଣ୍ଟ ଟେବଲର ଷଷ୍ଠ ସ୍ଥାନକୁ ଉଠିଲା ଦିଲ୍ଲୀ । 4 ଓଭର ବୋଲିଂ କରି 73 ରନ ଦେଇ ଆଇପିଏଲରେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହେଲେ ଗୁଜୁରାଟର ମୋହିତ । ଘାତକ ବୋଲିଂ କରି 3ଟି ଓ୍ବିକେଟ ନେଲେ ସନ୍ଦିପ ଓ୍ବାରିୟର । ଗୁଜୁରାଟର ସାଇ ସୁଦର୍ଶନ ଓ ଡେଭିଡ ମିଲରଙ୍କ ଅର୍ଦ୍ଧଶତକ ବିଫଳ, ପଞ୍ଚମ ପରାଜୟ ସହ ସପ୍ତମ ସ୍ଥାନରେ ଗିଲ ବାହିନୀ । ସର୍ବାଧିକ 88 ରନ କରି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହେଲେ ଋଷଭ ପନ୍ତ ।

ଋଷଭଙ୍କ ଲଢୁଆ ବ୍ୟାଟିଂ: ବୁଧବାର ସନ୍ଧ୍ୟା 7ଟାରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟନ୍ସ । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଜିଟି । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଡିସି । 20 ଓଭରରେ ଦଳ 4 ଓ୍ବିକେଟ ହରାଇ 224 ରନ କରିଥିଲା । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ମ୍ୟାକ ଗର୍କ ଓ ପୃଥ୍ବୀ ଶ । ଦଳୀୟ ସ୍କୋର 35 ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । ପରେ 36 ରନରେ ଦ୍ବିତୀୟ ଓ୍ବିକେଟ ଯାଇଥିଲା । ଓହାପରେ ପାଳି ସମ୍ଭାଳିଥିଲେ ଅକ୍ଷର ପଟେଲ । ଲଢୁଆ ବ୍ୟାଟିଂ କରି ସେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ 66 ରନ କରି ସେ ଆଉଟ ହୋଇଥିଲେ । ଏହାପରେ ଋଷଭ ପନ୍ତ କ୍ରିଜକୁ ଓହ୍ଲାଇ ଆରମ୍ଭରୁ ଆକ୍ରମକ ଆରମ୍ଭ କରିଥିଲେ । ତାଙ୍କୁ ଅଟକାଇବା ବିପକ୍ଷ ଦଳ ବୋଲରଙ୍କ ନିକଟରେ ସହଜ ହୋଇନଥିଲା । ମ୍ୟାଚ ଶେଷ ପର୍ଯ୍ୟନ୍ତ ସେ ଅପରାଜିତ ରହି 88 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅମ୍ପାୟରଙ୍କ ସହ ଯୁକ୍ତି ପଡିଲା ମହଙ୍ଗା, କୋହଲିଙ୍କ କଟିଲା 50% ମ୍ୟାଚ ଫି - IPL 2024

ମହଙ୍ଗା ସାବ୍ୟସ୍ତ ହେଲେ ମୋହିତ: ମୋହିତ ଦିଲ୍ଲୀ ବିପକ୍ଷରେ 4 ଓଭର ବୋଲିଂ କରି ସର୍ବାଧିକ 73 ରନ ଦେଇଥିଲେ । ଯାହା ଫଳରେ ସେ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ଶେଷ ଓଭରରେ ଋଷଭ 31 ରନ ସଂଗ୍ରହ କରିଥିଲେ । ଗୁଜୁରାଟର ସନ୍ଦୀପ ଓ୍ବାରିୟର ବିପକ୍ଷ ଦଳ ପ୍ରତି ଘାତକ ସାବ୍ୟସ୍ତ ହୋଇଥିଲେ । ସେ 3 ଓଭର ବୋଲିଂ କରି 15 ରନ ଦେବହା ସହ 3ଟି ଓ୍ବିକେଟ ନେଇଥିଲେ ।

ଗୁଜୁରାଟର ପଞ୍ଚମ ପରାଜୟ: 225 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଗୁଜୁରାଟ । କିନ୍ତୁ ବିଜୟ ରନ ଲକ୍ଷ୍ୟରେ ପହଞ୍ଚିବାକୁ ଦଳ କସରତ କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲା । 20 ଓଭରରେ 8 ଓ୍ବିକେଟ ହରାଇ 220 ରନ କରିଥିଲା ଦଳ । ଫଳରେ ଆଇପିଏଲରେ ଗୁଜୁରାଟର ପଞ୍ଚମ ପରାଜୟ ହୋଇଛି । ସାଇ ସୁଦର୍ଶନ ଓ ଡେଭିଡ ମିଲର ଅର୍ଦ୍ଧଶତକ ହାସଲ କରିଥିଲେ । ସାଇ 39 ବଲରୁ 65 ଓ ମିଲର 23 ବଲରେ 55 ରନ କରିଥିଲେ । ରିଦ୍ଧିମାନ ଶାହ 25 ବଲରେ 39 ରନ କରିଥିଲେ । ଦିଲ୍ଲୀର ରଷିଖ ସଲାମ 3, କୁଲଦୀପ ଯାଦବ 2 ଓ ଅକ୍ସର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.