ETV Bharat / sports

ବିଶାଖାପାଟଣା ଟେଷ୍ଟ: ଭାରତ ପ୍ରଥମ ଇନିଂସ 396ରେ ଶେଷ, ଯଶସ୍ୱୀଙ୍କ ଦ୍ୱିଶତକ

author img

By ETV Bharat Odisha Team

Published : Feb 3, 2024, 11:47 AM IST

ଭାରତ ବନାମ ଇଂଲଣ୍ଡ
India vs England

IND vs ENG 2nd Test Day 2: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତର ପ୍ରଥମ ଇନିଂସ 396 ରନରେ ଶେଷ । ବିସ୍ଫୋରକ ବ୍ୟାଟିଂ କରି ଡବଲ ସେଞ୍ଜୁରୀ ମାରିଲେ ଯଶସ୍ୱୀ ଜୟସ୍ୱାଲ । ଅଧିକ ପଢନ୍ତୁ

ବିଶାଖାପଟଣା: ବିଶାଖାପଟଣାରେ ଜାରି ରିହିଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଦ୍ୱିିତୀୟ ଦିନରେ 396 ରନରେ ଅଲ ଆଉଟ ହୋଇ ପ୍ରଥମ ପାଳି ଶେଷ କଲା ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଏକା ଲଢିଲେ ଯୁବ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ । ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଶାଳ ସ୍କୋରରେ ପହଞ୍ଚାଇଲେ । ଯଶସ୍ୱୀ ଦ୍ୱିିଶତକ ହାସଲ କରିଥିବା ବେଳେ ଦଳର ଅନ୍ୟବାଟର 40 ରନ ପୂରଣ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ । ଆଉ କିଛି ସମୟ ପରେ ଭ୍ରମଣକାରୀ ଦଳ ବ୍ୟାଟିଂ କରିବ । ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ।

ଟେଷ୍ଟ ମ୍ୟାଚର ପ୍ରଥମ ଦିନ: ଶୁକ୍ରବାର ବିଶାଖାପାଟଣାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ ଇଣ୍ଡିଆ । ଓପନିଂ ଯୋଡି ବାବେ ପଡିଆକୁ ଓହ୍ଲାଇଥିଲେ ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ । ଆରମ୍ଭରୁ ଯଶସ୍ବୀ ଆକ୍ରାମଣାତ୍ମକ ବ୍ୟାଟିଂ କରିଥିଲେ । ରୋହିତ 14 ରନ କରି ଆଉଟ୍‌ ହୋଇବା ବେଳେ ଖେଳ ଜାରି ରଖିଥିଲେ ଜୟସ୍ବାଲ। ଏହାପରେ ଶୁଭମନ ଗିଲ୍‌ 34 ରନ , ଶ୍ରେୟସ ଆୟର 27, ରଜତ ପଟିଦାର 31, ଅକ୍ଷର ପଟେଲ 27 ଓ ଶ୍ରୀକର ଭରତ 17 ରନ କରି ଆଉଟ ହୋଇଥିଲେ । ଅନ୍ୟପଟେ ଯଶସ୍ବୀ ଜୟସ୍ବାଲ କିନ୍ତୁ ନିଜ ଜଲୱା ଦେଖାଇ ଚାଲିଥିଲେ । ସେ 151ତମ ବଲରେ ଛକା ମାରି ଶତକ ପୂରଣ କରିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟରର 2ୟ ଶତକ ଥିଲା । ଖେଳ ଶେଷ ସୁଦ୍ଧା ଜୟସ୍ବାଲ 179 ଓ ରବିଚନ୍ଦ୍ରନ ଅଶ୍ବୀନ 5 ରନ କରି ପିଚ୍‌ରେ ମହଜୁଦ ଥିଲେ । 6 ୱିକେଟ୍‌ ହରାଇ 336 ରନ କରିଥିଲା ଭାରତ ।

ଏହା ମଧ୍ୟ ପଢନ୍ତୁ-ଦ୍ୱିତୀୟ ଟେଷ୍ଟରେ ଜୟସ୍ୱାଲଙ୍କ ଜଲୱା; ହାସଲ କଲେ ଦ୍ୱିଶତକ

ଦ୍ୱିତୀୟ ଦିନରେ ଜୟସ୍ୱାଲଙ୍କ ଦ୍ୱିଶତକ: ଆଜି ସକାଳ ସମୟରେ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନ ଆରମ୍ଭ ହୋଇଥିଲା । ଜୟସ୍ବାଲ ଓ ଅଶ୍ବୀନ ଖେଳ ଆରମ୍ଭ କରିଥିଲେ । ଦଳୀୟ ସ୍କୋର 370 ହୋଇଥିବା ବେଳେ ଅଶ୍ବିନୀ ଆଉଟ ହୋଇଥିଲେ । ଏହାପରେ ଜୟସ୍ବାଲ ବ୍ୟାଟି ଜାରି ରଖି ଦ୍ବିଶତକ ହାସଲ କରିବା ପରେ 209 ରନରେ ଆଉଟ ହୋଇଥିଲେ । ପରେ ବୁମରା 6 ରନ କରି ଆଉଟ ହୋଇଥିଲେ । ଭାରତ ପ୍ରଥମ ଇନିଂସରେ 112 ଓଭର ଖେଳି 396 ରନରେ ଅଲଆଉଟ୍ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.