ETV Bharat / sports

U19 ବିଶ୍ୱକପ ଫାଇନାଲ; ଟସ୍ ଜିତି କଙ୍ଗାରୁ ଦଳର ବ୍ୟାଟିଂ ନିଷ୍ପତ୍ତି

author img

By ETV Bharat Odisha Team

Published : Feb 11, 2024, 1:42 PM IST

Updated : Feb 11, 2024, 1:51 PM IST

U19 ବିଶ୍ୱକପ ଫାଇନାଲ
ICC Mens U19 World Cup 2024

ICC Men's U19 World Cup 2024: ସେହି ଐତିହାସିକ ମୁହୂର୍ତ୍ତ ଆସିଯାଇଛି । ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ ୨୦୨୪ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

ବେନୋନି: କ୍ରୀଡାପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଲା । ୧୯ ବର୍ଷରୁ କମ୍ ପୁରୁଷ ବିଶ୍ବକପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଯାଇଛି ଫାଇନାଲ ଫାଇଟ । ଟସ୍ ଜିତି କଙ୍ଗାରୁ ଦଳ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ବୋଲିଂ କରିବ ଟିମ ଇଣ୍ଡିଆ । ଷଷ୍ଠ ଥର ବିଶ୍ବକପ ଟାଇଟଲ ହାତେଇବାକୁ ଲକ୍ଷ୍ୟ ରଖିଛି ମେନ ଇନ ବ୍ଲୁ । ଟାଇଟଲ ହାତେଇବା ପାଇଁ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଛି ମହାଲଢେଇ ।

ଏହା ମଧ୍ୟ ପଢନ୍ତୁ-U19 ବିଶ୍ୱକପ ଫାଇନାଲ; କଙ୍ଗାରୁ ଦଳକୁ ହରାଇ ଟ୍ରଫି ହାତେଇବା ଲକ୍ଷ୍ୟରେ ଭାରତ

୧୯ ବର୍ଷରୁ କମ ପୁରୁଷ ବିଶ୍ବକପରେ ଭାରତ 8 ଥର ଫାଇନାଲରେ ପ୍ରବେଶ କରି 5 ଥର ଚମ୍ପିଆନ ହୋଇଛି । ଏଥର ମଧ୍ୟ ଭାରତ ଅପରାଜେୟ ରହିଛି । ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଭାରତ । ପୂର୍ବରୁ ବିଶ୍ବକପରେ ୨ ଥର ଫାଇନାଲରେ କଙ୍ଗାରୁ ଦଳକୁ ହରାଇଥିଲା ଭାରତ । ଆଜି ମଧ୍ୟ ସେହି ବିଜୟ ଧାରା ଜାରି ରହିବ ବୋଲି ସମସ୍ତଙ୍କ ଆଶା । ବିଶ୍ବକପର ସମସ୍ତ ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିଥିବାରୁ ଆଜିର ମ୍ୟାଚ ପାଇଁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ପୁଣିଥରେ ବିଶ୍ବବିଜୟୀ ହେବ ବୋଲି ଟିମ ଇଣ୍ଡିଆର ଦୃଢ ମନୋବଳ ରହିଛି । ସୁପର ସଣ୍ଡେରେ ଆରମ୍ଭ ହୋଇଯାଇଛି ସୁପର ଫାଇଟ ।

ଏହା ମଧ୍ୟ ପଢନ୍ତୁ-'୨୦୨୩ ବିଶ୍ୱକପର ପ୍ରତିଶୋଧ ନେବ ଭାରତୀୟ ଜୁନିୟର ଦଳ'

ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ ଭଳି ଭାରତ ଏବଂ ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ ପୁରୁଷ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି । ସେହି ଫାଇନାଲ ମ୍ୟାଚ ପ୍ରତିଟି କ୍ରୀଡାପ୍ରେମୀଙ୍କ ମନରେ ଦାଗ ଦେଇଥିଲା । ନଭେମ୍ବର ୧୦ ତାରିଖରେ ଖେଳାଯାଇଥିବା ଫାଇନାଲ ମ୍ୟାଚକୁ କେହିବି ଭୁଲିପାରିବେ ନାହିଁ । ଭାରତ ମାଟିରେ ଛିଡାହୋଇ ଭାରତ ଠାରୁ ଟ୍ରଫି ଛଡାଇ ନେଇଥିଲା କଙ୍ଗାରୁ ଦଳ । କିନ୍ତୁ ଭାରତ ଅଣ୍ଡର-୧୯ ଟିମ ଏହି ପରାଜୟର ପ୍ରତିଶୋଧ ନେବାକୁ ଆଜି ଜୋରଦାର ପ୍ରୟାସ କରିବ ।

ଭାରତ ଚୂଡାନ୍ତ ଏକାଦଶ: ଆଦର୍ଶ ସିଂ, ଆର୍ଶିନ କୁଲକର୍ଣ୍ଣୀ, ମୁସିର ଖାନ, ଉଦୟ ସହାରନ (ଅଧିନାୟକ), ପ୍ରିୟାଂଶୁ ମୋଲିଆ, ସଚିତ ଧାସ, ଏ ଅଭିନାଶ ରାଓ (ଓ୍ବିକେଟ କିପର), ମୁରଗାନ ଅବିଷେଖ, ନମନ ତିଓ୍ବାରୀ, ରାଜ ଲିମ୍ବାନୀ ଓ ସୌମ୍ୟ ପାଣ୍ଡେ ।

Last Updated :Feb 11, 2024, 1:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.