ETV Bharat / sports

ପୁରୁଷ ହକି ପ୍ରୋ ଲିଗ୍: ଆଜି ଭାରତ-ସ୍ପେନ ମୁହାଁମୁହିଁ

author img

By ETV Bharat Odisha Team

Published : Feb 19, 2024, 1:35 PM IST

India vs Spain Hockey Match
ପୁରୁଷ ହକି ପ୍ରୋ ଲିଗରେ ଆଜି ଭାରତ- ସ୍ପେନ ମୁହାଁମୁହିଁ

India vs Spain FIH Pro League Hockey Match: ରାଉରକେଲାରେ ଆଜିଠୁ ହକି ପ୍ରୋ ଲିଗରେ ଖେଳ ଆରମ୍ଭ କରିବ ଭାରତୀୟ ପୁରୁଷ ଦଳ । ସନ୍ଧ୍ୟା 7.30ରେ ସ୍ପେନକୁ ଭେଟିବ ଘରୋଇ ଦଳ । ଅଧିକ ପଢନ୍ତୁ

ପୁରୁଷ ହକି ପ୍ରୋ ଲିଗରେ ଆଜି ଭାରତ- ସ୍ପେନ ମୁହାଁମୁହିଁ

ରାଉରକେଲା: ଏଫଆଇଏଚ ପ୍ରୋ ଲିଗକୁ ନେଇ ରାଉରକେଲାରେ ଭରି ରହିଛି ହକି ଫିବର । ଆଜିଠୁ (ସୋମବାର) ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ପ୍ରୋ ଲିଗ୍‌ର ଦ୍ୱିତୀୟ ଲେଗ୍‌ ଆରମ୍ଭ ହେବାକୁ ଯାଉଛି । ଆଜି ଭାରତ- ସ୍ପେନ ଓ ନେଦରଲ୍ୟାଣ୍ଡ୍ସ- ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ବିଗତ ଦିନରେ ଭାରତର ପ୍ରଦର୍ଶନ ଉଚ୍ଚକୋଟିର ରହିଥିବା ବେଳେ ଏହି ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି । ପୂର୍ବରୁ ମେନ ଇନ ବ୍ଲ୍ୟୁ ଟିମ 4ଟି ମ୍ୟାଚରୁ 3ଟି ଜିତିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ମ୍ୟାଚରେ ପରାଜୟ ହୋଇଛି ।

ରାଉରକେଲାରେ ହକି ଫିବର । ଗତକାଲି(ରବିବାର) ଭାରତୀୟ ମହିଳା ଦଳର ଚମତ୍କାର ବିଜୟ ହେବା ପରେ ହକି ପ୍ରେମୀଙ୍କ ମନରେ ଉତ୍ସାହ ଭରି ରହିଛି । ଆଜି(ସୋମବାର)ଠାରୁ ପୁରୁଷ ପ୍ରୋ ଲିଗ ଆରମ୍ଭ ହେବାକୁ ଯାଉଛି । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ପୁରୁଷ ଦଳର ପ୍ରଥମ ମ୍ୟାଚ ଆୟରଲ୍ୟାଣ୍ଡ ଏବଂ ଶକ୍ତିଶାଳୀ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳା ଯିବ ଏବଂ ଦ୍ୱିତୀୟ ମ୍ୟାଚରେ ଭାରତ ବନାମ ସ୍ପେନ ମଧ୍ୟରେ ଖେଳାଯିବ ।

ଏହାମଧ୍ୟ ପଢନ୍ତୁ.. FIH ପ୍ରୋ ଲିଗ୍: ସୁଟଆଉଟରେ ଆମେରିକାକୁ ହରାଇଲା ଭାରତୀୟ ମହିଳା ଟିମ୍, ଶୀର୍ଷରେ ନେଦରଲ୍ୟାଣ୍ଡ୍ସ

ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା 7.30ରେ ଭାରତ ବନାମ ସ୍ପେନ ମ୍ୟାଚ ଖେଳାଯିବ । ଡ୍ରାଗ୍- ଫ୍ଲିକ ସ୍ପେଶାଲିଷ୍ଟ ହରମନପ୍ରୀତ ସିଂହଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବାକୁ ଯାଉଛି ମେନ ଇନ୍ ବ୍ଲ୍ୟୁ । ଆଜି ପର୍ଯ୍ୟନ୍ତ ରାଉରକେଲାରେ ଭାରତୀୟ ପୁରୁଷ ଦଳ ଗୋଟିଏ ବି ମଧ୍ୟ ମ୍ୟାଚ ହାରି ନଥିବାରୁ ଦୃଢ ମନୋବଳ ଆକ୍ରାମକ ଢଙ୍ଗରେ ଖେଳିବ ବୋଲି ଆଶା କରାଯାଉଛି । ଭୁବନେଶ୍ୱରରେ ହୋଇଥିବା ସମସ୍ତ ଚାରିଟା ମ୍ୟାଚରୁ ତିନୋଟିରେ ବାଜିମାତ କରିଛି ଇଣ୍ଡିଆ । ତେବେ ପୂର୍ବରୁ ଭୁବନେଶ୍ୱରରେ ଅନୁଷ୍ଠିତ ମ୍ୟାଚରେ ସ୍ପେନକୁ ୪- ୧ ଗୋଲରେ ପରାସ୍ତ କରିଛି ହରମନପ୍ରୀତଙ୍କ ଟିମ୍ ।

ଓଡ଼ିଆ ପୁଅ ଅମିତ ରୋହୀଦାସ ମଧ୍ୟ ଟିମରେ ସ୍ଥାନ ପାଇଛନ୍ତି ଏବଂ ବର୍ତ୍ତମାନ ଯାଏ ଅମିତଙ୍କ ଖେଳ ମଧ୍ୟ ଭଲ ରହିଛି ଏବଂ କ୍ୟାପଟେନ ହରମନ ପ୍ରୀତ ମଧ୍ୟ ଭଲ ଖେଳୁଛନ୍ତି ତେବେ ସମ୍ପୂର୍ଣ୍ଣ ଟିମ ବର୍ତ୍ତମାନ ସମ୍ପୂର୍ଣ୍ଣ ଫର୍ମରେ ରହିଛି । ଅନ୍ୟପଟେ ଘରୋଇ ପଡିଆ ହୋଇଥିବାରୁ ଟିମ ଏହାର ବେଶ ଫାଇଦା ଉଠାଇବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଆଜିର ମ୍ୟାଚକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ଭରି ରହିିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.