ETV Bharat / sports

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଅଷ୍ଟ୍ରେଲିଆ ନେଲା ବଦଲା, ଭାରତର ପରାଜୟ ଧାରା ଜାରି

author img

By ETV Bharat Odisha Team

Published : Feb 14, 2024, 11:04 PM IST

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଅଷ୍ଟ୍ରେଲିଆ ନେଲା ବଦଲା, ଭାରତର ପରାଜୟ ଧାରା ଜାରି
ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଅଷ୍ଟ୍ରେଲିଆ ନେଲା ବଦଲା, ଭାରତର ପରାଜୟ ଧାରା ଜାରି

FIH Pro League 2024:ରାଉରକେଲା ଚାଲିଥିବା ମହିଳା ହକି ପ୍ରୋ ଲିଗରେ ପୁଣି ଭାରତର ଧରାଶାୟୀ । ନେଦରଲାଣ୍ଡ ଠାରୁ ୧-୦ରେ ହାରିଲା ଭାରତୀୟ ଦଳ । ଅନ୍ୟପଟେ ଚାଇନା ଠାରୁ ପ୍ରତିଶୋଧ ନେଇଛି ଅଷ୍ଟ୍ରେଲିଆ ।ଅଧିକ ପଢନ୍ତୁ

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଅଷ୍ଟ୍ରେଲିଆ ନେଲା ବଦଲା, ଭାରତର ପରାଜୟ ଧାରା ଜାରି

ରାଉରକେଲା: ଚାଲିଛି ମହିଳା ହକି ପ୍ରୋ ଲିଗ । ଆଜିର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଚାଇନା ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ତେବେ ଭୁବନେଶ୍ୱରରେ ଚାଇନା ଠାରୁ ପରାସ୍ତ ହେବା ପରେ ଆଜି ଚାଇନାକୁ ଏକ ସଙ୍ଘର୍ଷ ପୂର୍ଣ୍ଣ ମ୍ୟାଚରେ ବିଜୟ ହୋଇଛି କଙ୍ଗାରୁ ଦଳ । ସେହିପରି ଦ୍ବିତୀୟ ମ୍ୟାଚ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇ ଥିବାବେଳେ ପୁଣି ଭାରତ ଧରାଶାୟୀ ହୋଇଛି ।

ପ୍ରଥମ ମ୍ୟାଚରେ ଧୁଆଁଧାର ପ୍ରଦର୍ଶନ କରିଥିଲା ଅଷ୍ଟ୍ରେଲିଆ । ନିଜର ଚିତାକର୍ଷକ ଖେଳ ଜାରି ରଖିଛି ଦଳ । ଆଜି ୨-୦ ଗୋଲରେ ଚାଇନାକୁ ଏକ ପାଖିଆ ପରାସ୍ତ କରିଥିଲା । ଅଷ୍ଟ୍ରେଲିଆକୁ ଟକ୍କର ଦେବାରେ ବିଫଳ ହୋଇଛି ଚାଇନା ଖେଳାଳି । ଅଷ୍ଟ୍ରେଲିଆ ଖେଳିଥିବା ପାଞ୍ଚଟି ମ୍ୟାଚରୁ 3ଟିରେ ବିଜୟୀ ହୋଇ ଥିବାବେଳେ ୨ଟି ହାରିଛି ଦଳ । ଆଜିର ମ୍ୟାଚର ଦ୍ୱିତୀୟ କ୍ୱାର୍ଟରରେ ଗୋଟିଏ ଗୋଲ କରି ଥିବାବେଳେ ଚତୁର୍ଥ କ୍ୱାର୍ଟରରେ ଆଉ ଏକ ଗୋଲ କରିଥିଲା । ଅଷ୍ଟ୍ରେଲିଆ କ୍ୟାପଟେନ କାଇଟିଲିଂ ନୋବ୍ସ କହିଛନ୍ତି ," ସମ୍ପୂର୍ଣ୍ଣ ଗସ୍ତ ବର୍ତ୍ତମାନ ଯାଏଁ ଭଲ ରହିଛି । ଆଗାମୀ ମ୍ୟାଚରେ ଆହୁରି ଭଲ କରିବାକୁ ଦଳ ଚେଷ୍ଟା ଜାରି ରଖିଛି । ଆମେ ବିଜୟୀ ହୋଇ ଖୁସି ଅଛୁ । ନିଜ ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବୁ । ପ୍ରଥମ ଥର ରାଉରକେଲାରେ ଖେଳି ବହୁତ ଖୁସି ଲାଗୁଛି ।"

ଏହା ମଧ୍ୟ ପଢନ୍ତୁ ....ହକି ମହାକୁମ୍ଭ, ଭାରତ ବନାମ ନେଦରଲ୍ୟାଣ୍ଡ ମ୍ୟାଚ, ଅଟକିବ କି ଭାରତର ପରାଜୟ ଧାରା ?



ସେହିପରି ଦ୍ୱିତୀୟ ମ୍ୟାଚରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଆଜି ମଧ୍ୟ ଭାରତୀୟ ମହିଳା ହକି ଦଳ ୧-୦ ଗୋଲରେ ପରାସ୍ତ ହୋଇଛି । ତେବେ ଭାରତର ପରାଜୟ ଧାରା ଜାରି ରହିଛି । ଆରମ୍ଭରୁ ହିଁ ପୂର୍ବ ମ୍ୟାଚ ଭଳି ଝୁଣ୍ଟିଥିଲା ଭାରତୀୟ ଦଳ । କିନ୍ତୁ ଏହାକୁ ସୁଧାରି ପ୍ରଥମ କ୍ୱାର୍ଟରରୁ ନିଜର ଆକ୍ରମକ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ କ୍ୱାର୍ଟରରେ ଭାରତ ଭଲ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ । ଉଭୟ ଦଳ କଡା ଟକ୍କର ସହ ଖେଳିଥିଲେ । ପ୍ରଥମରୁ ଭାରତ ଆକ୍ରମକ ଭାବରେ ଗୋଲ ସ୍କୋର ଉପରେ ଫୋକସ କରିଥିଲେ ମଧ୍ୟ ନେଦରଲ୍ୟାଣ୍ଡ ପେନଲଟି କର୍ଣ୍ଣର କରି ପ୍ରଥମ କ୍ୱାଟରରେ ହିଁ କାଉଣ୍ଟର ଆଟାକ କରିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଠିକ ଶେଷ ବେଳକୁ ନେଦରଲ୍ୟାଣ୍ଡର ପ୍ରଥମ ଗୋଲ କରିଥିଲା ।

ଭାରତକୁ ଲଗାତାର ୪ଟି ପେନଲଟି କର୍ଣ୍ଣର ପାଇଥିଲେ ମଧ୍ୟ ଏହାର ଫାଇଦା ନେଇପାରି ନଥିଲେ ଖେଳାଳି । ତେବେ ଭାରତୀୟ ଦଳର ଖେଳାଳି ଏବଂ କୋଚ୍ କହିଛନ୍ତି ଯେ, ଦଳ ଭଲ ଖେଳୁଛି କିନ୍ତୁ ଗୋଲରେ କନ୍‌ଭର୍ଟ କରି ପାରୁନାହିଁ । ଏହା ହିଁ ଆମର ଦୁର୍ବଳତା । ଏହାକୁ ଆମେ ସୁଧାରିବୁ । ପେନାଲଟିକୁ ଆମେ କନ୍‌ଭର୍ଟ କରି ପରିଲୁନାହିଁ, ତାହା ହିଁ ଅସୁବିଧା ସୃଷ୍ଟି କରିଲା ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.