ETV Bharat / sports

ହକି ମହାକୁମ୍ଭ, ଭାରତ ବନାମ ନେଦରଲ୍ୟାଣ୍ଡ ମ୍ୟାଚ, ଅଟକିବ କି ଭାରତର ପରାଜୟ ଧାରା ?

author img

By ETV Bharat Odisha Team

Published : Feb 14, 2024, 3:32 PM IST

India Vs Netherlands match: ଏଫଆଇଏଚ ହକି ପ୍ରୋ ଲିଗ । ଆଜି ଭାରତ ବନାମ ନେଦରଲ୍ୟାଣ୍ଡ ମ୍ୟାଚ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା 7.30ରୁ ଆରମ୍ଭ ହେବ ମ୍ୟାଚ । ପଢନ୍ତୁ ପୁରା ଖବର

India Vs Netherlands match
ହକି ମହାକୁମ୍ଭ

ହକି ମହାକୁମ୍ଭ

ରାଉରକେଲା: ଚାଲିଛି ହକି ମହାକୁମ୍ଭ । ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ବନାମ ନେଦରଲ୍ୟାଣ୍ଡ । ପୂର୍ବରୁ 5ଟି ମ୍ୟାଚ ଖେଳି 4 ମ୍ୟାଚରେ ଖରାପ ପ୍ରଦର୍ଶନ କରି ହାର ସ୍ୱୀକାର କରିଥିବା ଭାରତୀୟ ମହିଳା ହକି ଟିମକୁ ଆଜି ଶକ୍ତିଶାଳୀ ନେଦରଲ୍ୟାଣ୍ଡର ସାମ୍ନା କରିବାକୁ ପଡିବ । ଗତ ମ୍ୟାଚ ଗୁଡିକରେ ଭାରତୀୟ ମହିଳା ଟିମର ପ୍ରଦର୍ଶନ ନୈରାଶଜନକ ଥିବା ବେଳେ ଆଜିର ମ୍ୟାଚ ଉପରେ ଦର୍ଶକଙ୍କ ନଜର । ଭାରତର ପରାଜୟ ଧାରା ଅଟକିବ ନା ନେଦରଲ୍ୟାଣ୍ଡର ବିଜୟର ଧାରାରେ ବ୍ରେକ ଲାଗିବ ତାହା ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି ।

ଏଫଆଇଏଚ ହକି ପ୍ରୋ ଲିଗରେ ଆଜି(ବୁଧବାର) ଭାରତ ବନାମ ନେଦରଲ୍ୟାଣ୍ଡ ମହାଲଢେଇ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା 7ଟା 30ରେ ଆରମ୍ଭ ହେବ ମ୍ୟାଚ୍ । ଶକ୍ତିଶାଳୀ ନେଦରଲ୍ୟାଣ୍ଡ ସହ ଯୁବ ଭାରତୀୟ ମହିଳା ଦଳ ମଧ୍ୟରେ ହେବ ମୁହାଁମୁହିଁ ଟକ୍କର । କିଏ ଦବ କାହାକୁ ମାତ୍ ବର୍ତ୍ତମାନ ଦେଖିବା ବାକି ରହିଲା । ତେବେ ଆଜିର ମ୍ୟାଚ ଦୁଇ ପକ୍ଷଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ରହିବ ବୋଲି ଅନୁମାନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ପ୍ରଥମ ମ୍ୟାଚ୍‌ ଜିତିଲା ନେଦରଲ୍ୟାଣ୍ଡ, ଭାରତର ପରାଜୟ ଧାରା ଜାରି

ଏହାପୂର୍ବରୁ ଗତ ୧୨ ତାରିଖ ଦିନ ଭାରତ ବନାମ ଚୀନ ମଧ୍ୟରେ ହୋଇଥିବା ମ୍ୟାଚରେ ଭାରତ ମହିଳା ଦଳ ପରାସ୍ତ ହୋଇଛି । ଓଡ଼ିଶାରେ ଭାରତୀୟ ମହିଳା ଦଳର ପ୍ରଦର୍ଶନ ବେଶ ନୈରାଶଜନକ ରହିଛି । ଇଣ୍ଡିଆ ଟିମ୍ ଭୁବନେଶ୍ୱର ଏବଂ ରାଉରକେଲାରେ ହୋଇଥିବା ପାଞ୍ଚଟି ମ୍ୟାଚରେ ଚାରିଟି ମ୍ୟାଚ ପରାସ୍ତ ହୋଇଥିବା ବେଳେ କେବଳ ଗୋଟିଏରେ ବିଜୟୀ ହୋଇଛି ଏବଂ ଅନ୍ୟ ପକ୍ଷରେ ଶକ୍ତିଶାଳୀ ନେଦରଲ୍ୟାଣ୍ଡ ପାଞ୍ଚଟି ଯାକ ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ।

ଆଜି ନେଦରଲ୍ୟାଣ୍ଡ ସହ ମୈଦାନରେ ଲଢିବ ଇଣ୍ଡିଆ । ତେବେ ଆଜିର ମ୍ୟାଚରେ ମ୍ୟାଚ ଆରମ୍ଭରୁ ଭାରତୀୟ ମହିଳା ଟିମକୁ ଆଟାକିଂ ମୁଡରେ ଆରମ୍ଭ କରିବାକୁ ପଡିବ । ପ୍ରଥମ ଦୁଇ କ୍ୱାଟରରେ ଭାରତୀୟ ଦଳକୁ ଆକ୍ରାମକ ଗେମ ଖେଳି ଗୋଲ କରିବାକୁ ପଡିବ । ଭାରତୀୟ ଦଳରେ ଥିବା ଭୁଲକୁ ସୁଧାରିବା ଏବଂ ବିପକ୍ଷ ଦଳର ଗେମ ପ୍ଲାନକୁ ଭଲ ଭାବରେ ବୁଝି ତାଙ୍କର ଲୁଜ ପଏଣ୍ଟରେ ଆଟାକ୍‌ କରିବାକୁ ପଡିବ । ଯଦି ଭାରତୀୟ ଦଳର ଫରୱାର୍ଡ ଖେଳାଳିମାନଙ୍କ ସହ ଡିଫେନ୍ସ ଭଲ ଖେଳ ପ୍ରଦର୍ଶନ କରିବ ଏବଂ ନିଜେ ପେନାଲ୍ଟି କର୍ଣ୍ଣର କ୍ରିଏଟ କରି ଗୋଲରେ ପରିଣତ କରିବ ତାହାହେଲେ ଯାଇ ଭାରତ ଦଳ ବିଜୟ ଲାଭ କରିବ ବୋଲି ଆଶା କରାଯାଉଛି । ଅନ୍ୟପଟେ ପୂର୍ବ ମ୍ୟାଚ ଗୁଡିକରେ ଜିତିଥିବାରୁ ନେଦରଲ୍ୟାଣ୍ଡ ଟିମର ମନୋବଳ ବେଶ ଦୃଢ ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.