ETV Bharat / sports

ଟି-20 ବିଶ୍ବକପ ପାଇଁ ମୁଁ ପ୍ରସ୍ତୁତ: ଦିନେଶ କାର୍ତ୍ତିକ - T20 World Cup

author img

By ETV Bharat Odisha Team

Published : Apr 21, 2024, 12:52 PM IST

Etv Bharat
Etv Bharat

ICC T20 World Cup: ଟି-20 ବିଶ୍ବକପକୁ ନେଇ ମୁହଁ ଖୋଲିଲେ ଦିନେଶ କାର୍ତ୍ତିକ । ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆସନ୍ତା ଜୁନରେ ଆରମ୍ଭ ହେବାକୁ ଯାଉଛି ଟି-20 ବିଶ୍ବକପ । ଆମେରିକା ଓ ୱେଷ୍ଟଇଣ୍ଡିଜରେ ସମସ୍ତ ମ୍ୟାଚ ଖେଳାଯିବ । ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳ ଘୋଷଣା କରାଯାଇନାହିଁ । ମେ' 1 ତାରିଖ ଦଳ ଘୋଷଣାର ଶେଷ ତାରିଖ ରହିଥିବା ବେଳେ ଆଇପିଏଲରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଚୟନ କର୍ତ୍ତା ଟିମ ନଜର ରଖିଛି । ଏହାପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଓ୍ବିକେଟ କିପର ଦିନେଶ କାର୍ତ୍ତିକ । ଟି-20 ବିଶ୍ବକପ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି । 2022 ମସିହାରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ T20 ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ ସେ ଶେଷ ଥର ଖେଳିଥିଲେ ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ''ଏହି ବୟସରେ ଭାରତକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠାରୁ ବଡ ଅନୁଭବ ହେବ । ମୁଁ ଏହା କରିବାକୁ ଆଗ୍ରହୀ ଅଟେ । ଟି-20 ବିଶ୍ୱକପରେ ଭାରତକୁ ପ୍ରତିନିଧିତ୍ୱ କରିବାଠୁ ମୋ ଜୀବନରେ ଆଉ କିଛି ବଡ ନାହିଁ । କୋଚ୍ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଯାହା ନିଷ୍ପତ୍ତି ନେବେ ମୁଁ ତାହାକୁ ସମ୍ମାନ କରିବି । ବିଶ୍ୱକପ ପାଇଁ ସର୍ବୋତ୍ତମ ଭାରତୀୟ ଦଳ କିପରି ହେବା ଉଚିତ ତାହା ଏହି ତିନି ଜଣ ସ୍ଥିର କରିବେ । ବିଶ୍ୱକପ ପାଇଁ ମୁଁ ପୁରା ପ୍ରସ୍ତୁତ । ଏଥିପାଇଁ ଯାହା କରିବାକୁ ପଡିବ ମୁଁ କରିବି ।''

ଏହା ମଧ୍ୟ ପଢନ୍ତୁ-ପାଓ୍ବାର ପ୍ଲେରେ ପାଓ୍ବାର ଦେଖାଇଲା ହାଇଦ୍ରାବାଦ, ଦେଖନ୍ତୁ ରେକର୍ଡ ତାଲିକା - IPL 2024

ଚଳିତ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳରେ ଖେଳୁଛନ୍ତି ଦିନେଶ କାର୍ତ୍ତିକ । ଶେଷ ମ୍ୟାଚରେ ତାଙ୍କର ପ୍ରଦର୍ଶନ ମଧ୍ୟ ବେଶ ଚମତ୍କାର ଥିଲା । ଏପ୍ରିଲ 15 ତାରିଖରେ ଆଇପିଏଲରେ ଦିଲ୍ଲୀ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚରେ ମିଡିଲ ଅର୍ଡରରେ ଦିନେଶ କାର୍ତ୍ତିକ ବ୍ୟାଟିଂ କରିବାକୁ ଆସି ଲଢୁଆ ପ୍ରଦର୍ଶନ କରିଥିଲେ । 35 ବଲରେ ସେ 83 ରନ କରିଥିଲେ । ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇ ପାରିନଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ଦର୍ଶକଙ୍କ ମନକୁ ଛୁଇଁଥିଲା । ଟି-20 ବିଶ୍ବକପ ପାଇଁ ଖୁବଶୀଘ୍ର ଖେଳାଳିଙ୍କ ନାମ ଘୋଷଣା କରିବ ବିସିସିଆଇ । ସ୍କ୍ବାର୍ଡ ଘୋଷଣାର ଶେଷ ତାରିଖ ଜୁନ 1 ରହିଛି । ବିରାଟ କୋହଲି ଓ ରୋହିତ ଶର୍ମା ଏହି ଟୁର୍ଣ୍ଣାମେଣ୍ଟରେ ଓପନିଂ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.