ETV Bharat / sports

ପୁରୁଷ ହକି ପ୍ରୋ-ଲିଗ୍: ଅଷ୍ଟ୍ରେଲିଆ ଏବଂ ନେଦରଲ୍ୟାଣ୍ଡସ ବିଜୟୀ

author img

By ETV Bharat Odisha Team

Published : Feb 23, 2024, 9:25 AM IST

FIH Pro League
FIH Pro League

FIH Pro League: ପୁରୁଷ ହକି ପ୍ରୋ ଲିଗରେ ତୃତୀୟ ଦିନରେ ପ୍ରଥମ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ । ସେହିପରି ଦ୍ୱିତୀୟ ମ୍ୟାଚ୍ ଜିତିଛି ନେଦରଲ୍ୟାଣ୍ଡସ। ଅଧିକ ପଢନ୍ତୁ

ରାଉରକେଲା: ପୁରୁଷ ହକି ପ୍ରୋ ଲିଗରେ ତୃତୀୟ ଦିନରେ ପ୍ରଥମ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ । ଦ୍ୱିତୀୟ ମ୍ୟାଚ୍ ଜିତିଛି ନେଦରଲ୍ୟାଣ୍ଡସ। ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ପୁରୁଷ ହକି ପ୍ରୋ ଲିଗରେ ବିଦେଶୀ ଦଳର ମ୍ୟାଚ୍ ଖେଳାଯାଇଥିଲା । ତୃତୀୟ ଦିନରେ 2 ଟି ହାଇଭୋଲ୍ଟେଜ ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡସ ଏବଂ ସ୍ପେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆରମ୍ଭରୁ ଅଷ୍ଟ୍ରେଲିଆ ଦଳ ଆୟରଲ୍ୟାଣ୍ଡ ଉପରେ ଆକ୍ରମକ ଖେଳ ପ୍ରଦର୍ଶନ କରିଥିଲା ଏବଂ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବାରେ ସଫଳ ହୋଇଥିଲା । ପ୍ରଥମ କ୍ୱାଟରର ଦୁଇ ଦଳ କେହି ସ୍କୋର କରିପାରି ନଥିଲେ।

ମ୍ୟାଚର ତୃତୀୟ କ୍ୱାଟର ବେଳକୁ ଅଷ୍ଟ୍ରେଲିଆ ଦଳ ପେନାଲଟି କର୍ଣ୍ଣର କ୍ରିଏଟ କରି ପ୍ରଥମ ଗୋଲ ସ୍କୋର କରିଥିଲା । ତୃତୀୟ କ୍ୱାଟରରେ ପୁଣି ଥରେ ପେନାଲଟି କର୍ଣ୍ଣରର ଲାଭ ଉଠାଇ ନାଥନ ଏଫର୍ମୁସଙ୍କ ଚିତାକର୍ଷକ ଗୋଲ ଦ୍ୱାରା ଅଷ୍ଟ୍ରେଲିଆ ୨-୦ ରେ ଆଗୁଆ ରଖିଥିଲା । ତୃତୀୟ କ୍ୱାଟର ଶେଷ ବେଳକୁ ଆୟରଲ୍ୟାଣ୍ଡ ଦଳ କମ୍ ବ୍ୟାକ କରିଥିଲା। ତେବେ ଅଷ୍ଟ୍ରେଲିଆ ଦଳ ଚତୁର୍ଥ କ୍ୱାଟରରେ ପୁଣି ଆଗୁଆ ରହିଥିଲା। ପୁଣି ଚତୁର୍ଥ କ୍ୱାଟରରେ ଜ୍ୟାକ ବେଲଚଙ୍କ ଦ୍ୱାରା ପେନାଲଟିରେ ଗୋଲ ହୋଇଥିଲା ଏବଂ ଅଷ୍ଟ୍ରେଲିଆ ୪-୧ ରେ ବିଜୟୀ ହେଲା । ଆୟରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ଦଳ ଦୁହେଁ ଭଲ ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚରେ ବିଜୟୀ ହୋଇଥିବାରୁ ଅଷ୍ଟ୍ରେଲିଆ ଖୁସି ଥିବା କହିଛନ୍ତି ଅଷ୍ଟ୍ରେଲିଆ କ୍ୟାପଟେନ ଡାନିଏଲ ବିଏଲ।


ସେହିପରି ଦ୍ୱିତୀୟ ମ୍ୟାଚରେ ସ୍ପେନ ବନାମ ନେଦରଲ୍ୟାଣ୍ଡସ ମଧ୍ୟରେ ହୋଇଥିଲା ଦମଦାର ଫାଇଟ୍ । ତେବେ ନେଦରଲ୍ୟାଣ୍ଡସ ବିପକ୍ଷରେ ମଧ୍ୟ ସ୍ପେନ ଦଳ ଭଲ ପ୍ରଦର୍ଶନ କରିଛି। ନେଦରଲ୍ୟାଣ୍ଡସ ଏବଂ ସ୍ପେନ ମଧ୍ୟରେ ଆକ୍ରମକ ଖେଳ ଦେଖିବାକୁ ମିଳିଥିଲା । ପ୍ରଥମ କ୍ୱାଟର ଆରମ୍ଭ ସମୟରେ ସ୍ପେନ ଦଳ ପକ୍ଷରୁ ଫ୍ଲୋରିସ ବୋରେଜାଙ୍କ ଆକର୍ଷଣୀୟ ଗୋଲ ସାହାଯ୍ୟରେ ସ୍ପେନ ୧-୦ ଗୋଲରେ ଆଗୁଆ ରହିଥିଲା । ତେବେ ନେଦରଲ୍ୟାଣ୍ଡ ମଧ୍ୟ ପାଲଟା ଜବାବ ଦେଇ ପ୍ରଥମ କ୍ୱାଟରରେ ଜିପ ୟେନସେନଙ୍କ ପେନାଲଟି ଷ୍ଟ୍ରୋକରେ ଗୋଲ କରି ନେଦରଲ୍ୟାଣ୍ଡକୁ ସମାନ ଅବସ୍ଥାକୁ ଆଣିଥିଲେ ।

ଏହା ମଧ୍ୟ ପଢନ୍ତୁ...ସ୍ପେନକୁ ମାତ ଦେଲା ଅଷ୍ଟ୍ରେଲିଆ, ପେନାଲ୍‌ଟି ଶୁଟ୍‌ ଆଉଟ୍‌ରେ ଭାରତକୁ ହରାଇଲା ନେଦରଲ୍ୟାଣ୍ଡ


ଦ୍ୱିତୀୟ କ୍ୱାଟରରେ ନେଦରଲ୍ୟାଣ୍ଡସ ପୁଣି ଏକ ଗୋଲ କରିଥିଲା ଏବଂ କ୍ୟାପଟେନ ଥେରି ବ୍ରିଙ୍କମ୍ୟାନଙ୍କ ଗୋଲ ନେଦରଲ୍ୟାଣ୍ଡସକୁ ୨-୧ରେ ଆଗୁଆ ରଖିଥିଲା। ତୃତୀୟ କ୍ୱାଟର ବେଳକୁ ପୁଣି ଜିପ ୟେନସେନଙ୍କ ଗୋଲ ସ୍କୋର ହେବରୁ ୩-୧ ଗୋଲରେ ଆଗୁଆ ରହିଥିଲା ନେଦରଲ୍ୟାଣ୍ଡସ। ଶେଷ କ୍ୱାଟରରେ ପୋଲ କବରେଙ୍କ ଫିଲଡ଼ ଗୋଲ ଦ୍ୱାରା ସ୍ପେନ ଦଳ ଦୁଇ ଗୋଲ କରିବାରେ ସଫଳ ହୋଇଥିଲା। ହେଲେ ମ୍ୟାଚକୁ ୪-୩ ଗୋଲରେ ନେଦରଲ୍ୟାଣ୍ଡସ ଜିତି ନେଇଛି। ବର୍ତ୍ତମାନ ରାଉରକେଲାରେ ଅଷ୍ଟ୍ରେଲିଆ 2 ଟି ମ୍ୟାଚରେ ବିଜୟୀ ହୋଇଛି ଏବଂ ନେଦରଲ୍ୟାଣ୍ଡସ ହକି ଦଳ ନିଜର ବିଜୟ ଧାରା ଜାରି ରଖି 3 ଟି ମ୍ୟାଚ ଜିତିଛି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.