ETV Bharat / politics

ବିହାରରେ NDA ମେଣ୍ଟକୁ ଝଟକା: ମିଳିଲାନି ଲୋକସଭା ସିଟ୍, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ RLJP ମୁଖ୍ୟ ପଶୁପତି ପାରସ

author img

By ETV Bharat Odisha Team

Published : Mar 19, 2024, 12:48 PM IST

Updated : Mar 19, 2024, 1:18 PM IST

Pashupati Paras
Pashupati Paras

Pashupati Paras Resigns: ମୋଦିଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ । ଏନଡିଏ ଲୋକସଭା ଆସନ ଭାଗବଣ୍ଟାରେ ତାଙ୍କ ଦଳ ପ୍ରତି ଅନ୍ୟାୟ ହୋଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ସେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିହାର ଏନଡିଏ ମେଣ୍ଟକୁ ଝଟକା । ମୋଦିଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ । କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ସେ ଇସ୍ତଫା ଦେଇଥିବା ଏକ୍ସରେ ସୂଚନା ଦେଇଛନ୍ତି । ଲୋକସଭା ଆସନ ଭାଗବଣ୍ଟାରେ ଆମ ଦଳ ଅନ୍ୟାୟର ସାମ୍ନା କରିଛି ବୋଲି କହିଛନ୍ତି ପଶୁପତି । ସୋମବାର ବିହାରରେ ଏନଡିଏ ମେଣ୍ଟରେ ଆସନ ଭାଗବଣ୍ଟା ହୋଇଥିଲା । କିନ୍ତୁ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିକୁ ଲୋକସଭା ନିର୍ବାଚନ ଲଢିବାକୁ ଗୋଟିଏ ଆସନ ମଧ୍ୟ ମିଳିନଥିଲା । ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରି ମନ୍ତ୍ରୀ ପଦରୁ ଇସ୍ତାଫା ଦେଇଛନ୍ତି ପଶୁପତି ପାରସ । ସେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ (Food Processing Industries) ରହିଥିଲେ । ସେ ଏକ୍ସରେ ଟ୍ବିଟ କରି କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ପଦରୁ ମୁଁ ଇସ୍ତଫା ଦେଉଛି । ''ଲୋକସଭା ଆସନ ଭାଗବଣ୍ଟାରେ ଆମ ଦଳ ଅନ୍ୟାୟର ସମ୍ମୁଖୀନ ହୋଇଛି।"

ସେ ଆହୁରି ମଧ୍ୟ କହିଛନ୍ତି, '' ଛଅ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ମୁଁ କହିଥିଲି ସେତେବେଳ ପର୍ଯ୍ୟନ୍ତ ଅପେକ୍ଷା କରିବି ଯେତେବେଳ ପର୍ଯ୍ୟନ୍ତ ଏନଡିଏ ଆସନ ଘୋଷଣା ନକରିଛି । ମୁଁ ଅତି ସଚ୍ଚୋଟତାର ସହ ଏନଡିଏ ରେ ରହିଛି ଓ କାମ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜଣେ ବଡ ନେତା, କିନ୍ତୁ ଆମ ପାର୍ଟି ଓ ମୋ ପ୍ରତି ଅନ୍ୟାୟ କରାଯାଇଛି । ଏତି ପାଇଁ ମୁଁ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। "

ଏହା ମଧ୍ୟ ପଢନ୍ତୁ-ବିହାରରେ ଛିଡିଲା NDA ଅଙ୍କ: 17ରେ ବିଜେପି, ଜେଡିୟୁକୁ 16 ଓ ଚିରାଗଙ୍କୁ 5 ଆସନ

ସୋମବାର ବିହାର ଏନଡିଏ ମେଣ୍ଟରେ ଆସନ ଭାଗବଣ୍ଟା ହୋଇଥିଲା । ମୋଟ 40 ସଂସଦୀୟ ଆସନରେ ଆସନ ଭାଗବଣ୍ଟା ହୋଇଥିବା ବେଳେ ବିଜେପି ସର୍ବାଧିକ 17 ଆସନରେ ନିର୍ବାଚନ ଲଢିବ । ସେହିପରି ନୀତିଶଙ୍କ ଜେଡି-ୟୁ କୁ 16 ଆସନରେ ଲଢିବ ଓ ଚିରାଗ ପାସଓ୍ବାନଙ୍କ ଦଳ 5ଟି ଆସନରେ ପ୍ରାର୍ଥୀ ଦେବ । ଅବଶିଷ୍ଟ 2 ଆସନ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀଙ୍କ ‘ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା’ ଓ ଉପେନ୍ଦ୍ର କୁଶଓ୍ବାଙ୍କ ‘ଆରଏଲଏମ’ ଗୋଟିଏ ଲେଖାଏଁ ଆସନ ଲଢିବା ନେଇ ନିଷ୍ପତ୍ତି ହୋଇଥିଲା । ଚିରାଗଙ୍କ ପାର୍ଟିକୁ ବିଜେପି 5 ଆସନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ 3 ବର୍ଷ ପୂର୍ବେ ‘ଏନଡିଏ’ ମେଣ୍ଟରେ ସାମିଲ ହୋଇଥିବା ଚିରାଗଙ୍କ ଦାଦା ପଶୁପତି ପାରସଙ୍କ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିକୁ କୌଣସି ଗୋଟିଏବି ଆସନରେ ଲଢିବାକୁ ଦିଆୟାଇନଥିଲା । ଫଳରେ ଅନୌପଚାରିକ ଭାବେ ସେ ଏନଡିଏ ମେଣ୍ଟରୁ ପୃଥକ ହୋଇଥିଲେ । ଆସନ ଭାଗବଣ୍ଟାର ଦିନକ ପରେ ସେ ଆଜି କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

Last Updated :Mar 19, 2024, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.