ETV Bharat / politics

ଶାହଙ୍କୁ ଭେଟିଲେ ରାଜ ଠାକରେ: ଉଦ୍ଧବ କହିଲେ ଜଣେ ଠାକେରଙ୍କୁ ଚୋରି କରିବାକୁ ଉଦ୍ୟମ ହେଉଛି

author img

By ETV Bharat Odisha Team

Published : Mar 20, 2024, 7:06 AM IST

ଶାହଙ୍କୁ ଭେଟିଲେ ରାଜ ଠାକରେ: ଉଦ୍ଧବ କହିଲେ ଜଣେ ଠାକେରଙ୍କୁ ଚୋରି କରିବାକୁ ଉଦ୍ୟମ ହେଉଛି
ଶାହଙ୍କୁ ଭେଟିଲେ ରାଜ ଠାକରେ: ଉଦ୍ଧବ କହିଲେ ଜଣେ ଠାକେରଙ୍କୁ ଚୋରି କରିବାକୁ ଉଦ୍ୟମ ହେଉଛି

Uddhav Thackeray targets BJP: ଶାହଙ୍କୁ ଭେଟିଲେ ରାଜ ଠାକରେ । ଉଦ୍ଧବ କହିଲେ ମହାରାଷ୍ଟ୍ର ମୋଦିଙ୍କ ନାମରେ ନାହିଁ ଭୋଟ । ଜଣେ ଠାକରେଙ୍କୁ ଚୋରି କରିବାକୁ କରାଯାଉଛି ଉଦ୍ୟମ । ଅଧିକ ପଢନ୍ତୁ

ମୁମ୍ବାଇ: ଗତକାଲି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଛନ୍ତି । ସେ ଏହି ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟରେ ସାମିଲ ହେବା ଓ ସେହି ସମ୍ପର୍କିତ ଆଲୋଚନା ପାଇଁ ଗୃହମନ୍ତ୍ରୀ ଶାହଙ୍କୁ ଭେଟିଥିବା ନେଇ ଚର୍ଚ୍ଚା ହେଉଛି । ଏହାକୁ ଭିନ୍ନଢଙ୍ଗରେ କାଉଣ୍ଟର କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ଜଣେ ଠାକରେଙ୍କୁ ଚୋରି କରିବାକୁ ପ୍ରୟାସ କରାଯାଉଛି ବୋଲି ଉଦ୍ଧବ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଉଦ୍ଧବ ଓ ରାଜ ଠାକରେ ହେଉଛନ୍ତି ଦୁଇ ସମ୍ପର୍କୀୟ ଭାଇ ।

ଏହି ଘଟଣାକ୍ରମ ସମ୍ପର୍କରେ ଗଣମାଧ୍ୟମରେ ଗତକାଲି ପ୍ରତିକ୍ରିୟା ଦେଇ ଉଦ୍ଧବ କହିଛନ୍ତି, ମହାରାଷ୍ଟ୍ରରେ ବିଜେପି ମୋଦିଙ୍କ ନାମରେ ଭୋଟ ପାଇବନାହିଁ । ଦଳ ଏକଥା ଜାଣିସାରିଛି, ମହାରାଷ୍ଟ୍ରବାସୀ କେବଳ ବାଲାସାହେବ ଠାକରେଙ୍କ ନାମରେ ଭୋଟ ଦିଅନ୍ତି । ବିଜେପି ଚଳିତ ନିର୍ବାଚନରେ ମଧ୍ୟ ଭୋଟ ପାଇବନାହିଁ । ସେଥିପାଇଁ ଜଣେ ଠାକରେଙ୍କୁ ଚୋରି କରିବାକୁ ଉଦ୍ୟମ କରାଯାଉଛି । ଉଦ୍ଧବଙ୍କ ସମ୍ପର୍କୀୟ ଭାଇ ରାଜ ଠାକରେ ପୂର୍ବରୁ ଶିବସେନାରେ ଥିବା ବେଳେ 2006ରେ ମହାରାଷ୍ଟ୍ର ନବନିର୍ମାଣ ସେନା ନାମରେ ଏକ ଦଳ ଗଠନ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । 2008 ରାଜ୍ୟ ବିଧାନସଭା ନିର୍ବାଚନରେ ରାଜଙ୍କ ଦଳ 13 ଆସନରେ ଜିତିଥିଲା । ମାତ୍ର ଗତ ନିର୍ବାଚନ 2019ରେ ଏହି ସଂଖ୍ୟା ମାତ୍ର ଗୋଟିଏରେ ସୀମିତ ରହିଥିଲା ।

ଏହା ମଧ୍ୟ ପଢନ୍ତୁ:-ହରିୟାଣା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: ମନ୍ତ୍ରୀ ହେଲେ 8 ବିଜେପି ବିଧାୟକ

ତେବେ ଚଳିତବର୍ଷ ଶେଷ ଭାଗରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିରେ ରାଜଙ୍କ ଦଳ ଉଦ୍ଧବଙ୍କ ଗୋଷ୍ଠୀ ସହ ମିଳିତ ଭାବେ ନିର୍ବାଚନ ଲଢିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଉଦ୍ଧବ ଠାକରେଙ୍କ ଦଳ ଶିବସେନା ଦୁଇ ଭାଗରେ ବିଭାଜିତ ହୋଇଥିବା ବେଳେ ନିଜର ଅସ୍ଥିତ୍ବ ପାଇଁ ଉଦ୍ଧବ ସଂଘର୍ଷ କରୁଛନ୍ତି । ରାଜ୍ୟରେ ଏନସିପି ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇସାରିଛି । ଏହାରି ମଧ୍ୟରେ ‘ଏନଡିଏ’ ଆଡକୁ ରାଜ ଠାକରେ ଆକର୍ଷିତ ହେବା ପରି ଦୃଶ୍ୟମାନ ହେଉଛି । ଗତକାଲି (ମଙ୍ଗଳବାର) ଅମିତ ଶାହଙ୍କ ସହ ରାଜ ଠାକରେଙ୍କ ଆଲୋଚନା ହୋଇଥିଲା ବେଳେ ଆସନ୍ତା ଦିନେ କିମ୍ବା ଦୁଇଦିନ ମଧ୍ୟରେ ଏହି ପ୍ରସଙ୍ଗରେ ସ୍ପଷ୍ଟତା ଆସିପାରେ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.