ETV Bharat / bharat

ହରିୟାଣା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: ମନ୍ତ୍ରୀ ହେଲେ 8 ବିଜେପି ବିଧାୟକ

author img

By ETV Bharat Odisha Team

Published : Mar 19, 2024, 10:37 PM IST

ହରିୟାଣା କ୍ୟାବିନଟ ସମ୍ପ୍ରସାରଣ: ମନ୍ତ୍ରୀ ହେଲେ 8 ବିଜେପି ବିଧାୟକ
ହରିୟାଣା କ୍ୟାବିନଟ ସମ୍ପ୍ରସାରଣ: ମନ୍ତ୍ରୀ ହେଲେ 8 ବିଜେପି ବିଧାୟକ

Haryana cabinet expansion: ହରିୟାଣାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ । 8 ବିଜେପି ବିଧାୟକ ନେଲେ ମନ୍ତ୍ରୀପଦର ଶପଥ । ଅଧିକ ପଢନ୍ତୁ

ଚଣ୍ଡିଗଡ: ଆଜି ହରିୟାଣା ସରକାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏଥିରେ 8ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ରାଜ୍ୟପାଳ ବନ୍ଦୃ ଦତ୍ତାତ୍ରେୟ ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ନୂତନ ମନ୍ତ୍ରୀ ଭାବେ କମଲ ଗୁପ୍ତା, ସୀମା ତ୍ରିଖା, ମହିଲପାଲ ଦଣ୍ଡା, ଅସୀମ ଗୋଏଲ, ଅଭେ ସିଂ, ସୁଭାଷ ସୁଧା, ବିଶମ୍ବର ସିଂ ଓ ସଞ୍ଜୟ ସିଂ ଶପଥ ଗ୍ରହଣ କରିଥିଲେ ।

ଚଳିତମାସ (ମାର୍ଚ୍ଚ) ନାୟବ ସିଂ ସୈନି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାର କିଛି ଘଣ୍ଟା ପୂର୍ବରୁ ବିଜେପି ଜେଜେପି ସହ ମେଣ୍ଟ ଭାଙ୍ଗିବା ସହ ମୁଖ୍ୟମନ୍ତ୍ରୀ ପଦରୁ ବରିଷ୍ଠ ନେତା ମନୋହରଲାଲ ଖଟ୍ଟର ମଧ୍ୟ ଇସ୍ତଫା ଦେଇଥିଲେ । ଏହା ପରେ ସୈନିଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ସେହିଦିନ ସଂଧ୍ୟାରେ ସୈନି ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଅନ୍ୟ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟରଙ୍କୁ ଦଳ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇଛି । ହରିୟାଣାରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ରହିଥିବା ବିଜେପିର ଏହି ବରିଷ୍ଠ ନେତା ଏଥର କେନ୍ଦ୍ର କ୍ୟାବିନେଟରେ ମଧ୍ୟ ନଜର ଆସିପାରନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ଦଳର ଅନ୍ୟତମ ହେଭିଓ୍ବେଟ ନେତା ଅନିଲ ବିଜଙ୍କୁ ନୂଆ କ୍ୟାବିନେଟରେ ମନ୍ତ୍ରୀ ପଦ ମିଳନି ।

ଏହା ମଧ୍ୟ ପଢନ୍ତୁ :- ଆସ୍ଥାଭୋଟ ଜିତିଲେ ହରିୟାଣା ନୂତନ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି

2019ରେ କ୍ଲିନସ୍ବିପ୍‌ କରିଥିଲା ବିଜେପି:-

2019 ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟର ସମସ୍ତ 10 ଲୋକସଭା ଆସନ ଦଖଲ କରି କ୍ଲିନସ୍ବିପ କରିବାରେ ସଫଳ ହୋଇଥିଲା । ପରେ ବିଜେପି ସହ କ୍ଷମତା ମେଣ୍ଟକୁ ଆସିଥିବା ଦୁଷ୍ୟନ୍ତ ଚୌଟାଲାଙ୍କ ଜେଜେପି-ଆମ ଆଦମୀ ପାର୍ଟି ସହ ମେଣ୍ଟରେ 7 ଲୋକସଭା ଆସନରେ ନିର୍ବାଚନ ଲଢିଥିଲା । ହେଲେ ଦଳ ସଂସଦୀୟ ଖାତା ଖୋଲିପାରିନଥିଲା । ଏଥର ବିଜେପିକୁ 2 ଆସନ ଛାଡିବା ପାଇଁ ଜେଜେପି କ୍ୟାମ୍ପରୁ ବାରମ୍ବାର ଚାପ ପଡିବା କାରଣରୁ ବିଜେପି ଏହି ମେଣ୍ଟ ଭାଙ୍ଗିବା ନିଷ୍ପତ୍ତି ନେଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ବିଜେପି ଗତଥର ପରି ଏଥର ମଧ୍ୟ ସମସ୍ତ ସଂସଦୀୟ ଆସନରେ ଜିତିବା ନେଇ ଆଶାବାଦୀ ଥିବା କାରଣରୁ ଜେଜେପି ସହ ଆସନ ବୁଝାମଣା କରିବାକୁ ଅନିଚ୍ଛା ପ୍ରକାଶ କରିଥିବା ଆକଳନ କରାଯାଉଛି । ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି । ଏହା ପରେ ମନୋହରଲାଲ ଖଟ୍ଟରଙ୍କ ଲୋକସଭା ନିର୍ବାଚନ ଲଢ଼ିବା ଚର୍ଚ୍ଚା ମଧ୍ୟ କ୍ରମଶଃ ସ୍ପଷ୍ଟ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.