ETV Bharat / bharat

ଆସ୍ଥାଭୋଟ ଜିତିଲେ ହରିୟାଣା ନୂତନ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି

author img

By ETV Bharat Odisha Team

Published : Mar 13, 2024, 4:21 PM IST

New Haryana Chief Minister Clears Floor Test Day: ଆସ୍ଥାଭୋଟରେ ଜିତିଲେ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସୈନି । ଭୋଟିଂରୁ ଜେଜେପି ବିଧାୟକ ବିରତ । ବାଚନିକ ଭୋଟିଂରେ ସରିଲା ପ୍ରକ୍ରିୟା । ଅଧିକ ପଢନ୍ତୁ

ଆସ୍ଥା ଭୋଟ ଜିତିଲେ ହରିୟାଣା ନୂତନ ମୁଖ୍ୟମନ୍ତ୍ରୀ ନ୍ୟାୟବ ସିଂ ସୈନି
ଆସ୍ଥା ଭୋଟ ଜିତିଲେ ହରିୟାଣା ନୂତନ ମୁଖ୍ୟମନ୍ତ୍ରୀ ନ୍ୟାୟବ ସିଂ ସୈନି

ଚଣ୍ଡିଗଡ: ଗତକାଲି ମନୋହରଲାଲ ଖଟ୍ଟରଙ୍କ ଇସ୍ତଫା ଓ ଶାସକ ମେଣ୍ଟରେ ପରିବର୍ତ୍ତନ ପରେ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନୟାବ ସିଂ ସୈନି ଆଜି ବିଧାନସଭାରେ ଆସ୍ଥାଭୋଟରେ ସଂଖ୍ୟା ବହୁମତ ପ୍ରମାଣ ଦେବାରେ ସଫଳ ହୋଇଛନ୍ତି । ଆଜି ବାଚନିକ ଭୋଟିଂରେ ଏହି ଆସ୍ଥାଭୋଟ ଶେଷ ହୋଇଛି । ଜେଜେପି ବିଧାୟକଙ୍କୁ ଗୃହକୁ ନଆସିବା ପାଇଁ ହ୍ବିପ ଜାରି କରିଥିଲା ଦଳ । 5 ସଦସ୍ୟ ଗୃହରେ ଅନୁପସ୍ଥିତ ରହିଥିବା ବେଳେ ଅବଶିଷ୍ଟ 5 ସଦସ୍ୟ ଗୃହକୁ ଆସି ଭୋଟିଂ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ଅନ୍ୟ ଜଣେ ସ୍ବାଧୀନ ବିଧାୟକ ମଧ୍ୟ ଭୋଟିଂ ସମୟରେ ଗୃହତ୍ୟାଗ କରିଥିଲେ ।

ତେଣୁ 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭା ଗୃହରେ 11ସଦସ୍ୟଙ୍କ ଅନୁପସ୍ଥିତି କାରଣରୁ ବହୁମତ ସଂଖ୍ୟା 79କୁ ଖସିଥିଲା । ଅନୁରୂପ ଭାବେ ଆନୁପାତିକ ବହୁମତ ସଂଖ୍ୟା ମଧ୍ୟ 40କୁ ହ୍ରାସ ପାଇଥିଲା । ବିଜେପି ନିକଟରେ ଏକାକୀ 41ବିଧାୟକ ଥିଲେ । ଅନ୍ୟ କିଛି ସ୍ବାଧୀନ ବିଧାୟକ ମଧ୍ୟ ଆସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦୋଇଥିଲେ । ତେଣୁ ବାଚନିକ ଭୋଟିଂ ଆସ୍ଥାଭୋଟ ଜିତିବାରେ ସୈନି ସରକାର ସଫଳ ହୋଇଛନ୍ତି । ଗୃହକୁ ପ୍ରଥମ ଥର ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସୈନି କହିଛନ୍ତି, ‘‘ମୁଁ ଏକ ସାଧାରଣ ପାରିବାରିକ ପୃଷ୍ଠଭୂମିରୁ ଆସିଛି, ମୋ ପରିବାରର କେହି ସଦସ୍ୟ ରାଜନୀତିରେ ନାହାଁନ୍ତି । ମୁଁ କେବଳ ବିଜେପିର ଜଣେ ଦଳୀୟ କର୍ମୀ ଏବଂ ଆଜି ମୋତେ ଏତେ ବଡ ସୁଯୋଗ ଓ ଦାୟିତ୍ବ ଦିଆଯାଇଛି । ମୁଁ ନିଶ୍ଚୟ କହିବି ଯେ, ଏହା କେବଳ ଏକ ଦଳର ନିଷ୍ପତ୍ତି କାରଣରୁ ସମ୍ଭବ ହୋଇପାରିଛି ।’’

ଗତକାଲି ଠାରୁ ଚର୍ଚ୍ଚାରେ ରହିଛି ହରିୟାଣାର କ୍ଷମତା ସମୀକରଣ ପରିବର୍ତ୍ତନ । ସାଧାରଣ ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ରାଜ୍ୟରେ ଶାସକ ମେଣ୍ଟ ଓ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଛନ୍ତି । ବିଜେପି-ଜେଜେପି ମେଣ୍ଟ ଭାଙ୍ଗି ଭାରତୀୟ ଜନତା ପାର୍ଟି କ୍ଷମତା ବଜାୟ ରଖିଛି ସତ, ମାତ୍ର ଅନୁଭବୀ ମନୋହରଲାଲ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଛି । ତାଙ୍କ ସ୍ଥାନରେ ଦଳର ଅନ୍ୟତମ ଆଗଧାଡିର ଓବିସି ନେତା ତଥା କୁରୁକ୍ଷେତ୍ର ସାଂସଦ ନାୟବ ସିଂ ସୈନିଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି । ସୈନି ଏବେ ରାଜ୍ୟରେ ଦଳର ସଭାପତି ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ଗତକାଲି ପୂର୍ବାହ୍ନରେ ମନୋହରଲାଲ ଖଟ୍ଟର ଇସ୍ତଫା ଦେବା ପରେ ଅପରାହ୍ନରେ ସୈନିଙ୍କୁ ମୁଖ୍ଯମନ୍ତ୍ରୀ ପଦର ଶପଥ ଦେଇଥିଲେ ରାଜ୍ୟପାଳ ବନ୍ଦୃ ଦତ୍ତାତ୍ରେୟ ଶପଥ ପାଠ କରାଇଥିଲେ । ଗତକାଲି ଦାୟିତ୍ବ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ସୈନି ଆଜି ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଆଜି ଗୃହରେ ସଂଖ୍ୟାବହୁମତର ପ୍ରମାଣ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.