ETV Bharat / politics

କଳାହାଣ୍ଡିରୁ ବିଜେଡିର ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ସମର୍ଥକଙ୍କ ସେଲିବ୍ରେସନ - Supporters Of Lamodar Celebrates

author img

By ETV Bharat Odisha Team

Published : Mar 28, 2024, 10:59 PM IST

Lamodar Nial
Lamodar Nial

Supporters Of Lamodar Nial Celebrates: କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଲମ୍ବୋଦର ନିଆଲ । ଯାହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Lamodar Nial

ନୂଆପଡ଼ା: କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଲମ୍ବୋଦର ନିଆଲ । ବିଜେଡି ନେତା ଲମ୍ବୋଦର ନିଆଲ ଟିକେଟ ପାଇବା ପରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଲମ୍ବୋଦର ସାଂସଦ ଟିକେଟ ପାଇବା ପରେ ଆଜି ଖଡ଼ିଆଳ ଥାନା ଛକଠାରେ ବିଜୁଜନତା ଦଳର ନେତା କର୍ମୀମାନେ ଖୁସି ମନାଇଛନ୍ତି । ନିଜ ପ୍ରିୟ ନେତା ଲମ୍ବୋଦର ନିଆଲ ସାଂସଦ ଟିକେଟ ପାଇଥିବାରୁ ଆଜି କର୍ମୀମାନେ ବେଶ ଖୁସି ଜାହିର କରିଛନ୍ତି । ଏନେଇ ଖଡ଼ିଆଳ ଥାନା ଛକଠାରେ ବାଣ ରୋଷଣୀ ସହକାରେ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ଦଳୀୟ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଗାମୀ ଦିନରେ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ବିପୁଳ ଭୋଟରେ ବିଜୟ କରାଇବା ପାଇଁ ସମସ୍ତ ପ୍ରଚେଷ୍ଟା କରିବା ନେଇ ସଂକଳ୍ପ ନେଇଛନ୍ତି ଦଳୀୟ ନେତା ଓ କର୍ମୀ । ଏହା ସହିତ ଆଜି ବୋଡେନ ଓ ସିନାପାଲିଠାରେ ମଧ୍ୟ ଦଳୀୟ ନେତା କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତେବେ ଲମ୍ବୋଦର ନିଆଲ ଗତ 2014 ଏବଂ 2019 ସାଧାରଣ ନିର୍ବାଚନରେ ଖଡ଼ିଆଳ ବିଧାୟକ ପ୍ରାର୍ଥୀ ଭାବରେ ବିଜୁଜନତା ଦଳ ଟିକଟରେ ନିର୍ବାଚନ ଲଢ଼ିଥିଲେ । ହେଲେ ବହୁତ କମ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀଙ୍କଠାରୁ ସେ ପରାଜୟ ହୋଇଥିଲେ।

ଏହା ମଧ୍ୟ ପଢନ୍ତୁ...ପ୍ରମୋଦ ଚତୁର୍ଥ ଥର ରିପିଟ, କର୍ମୀଙ୍କ ମହଲରେ ଖୁସି - Niali Assembly Constituency

ଏଥର ଲମ୍ବୋଦର ନିଆଲଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଟିକେଟ ପ୍ରଦାନ କରିଛି ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଆଲଙ୍କ ଉପରେ ଆସ୍ଥା ଭାଜନ କରି କଳାହାଣ୍ଡି ଲୋକସଭାରେ ସାଂସଦ ଟିକେଟ ପ୍ରଦାନ କରିଛନ୍ତି । ଯାହାକୁ ନେଇ ବେଶ ଖୁସି ଦଳୀୟ କର୍ମୀ । ଲମ୍ବୋଦର ନିଆଲ ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା । 2014/2019 ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବରେ ସେ ନିର୍ବାଚନ ହାରିଥିଲେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମ ନିୟମିତ ଜାରି ରଖିଥିଲେ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ସାଂସଦ ପ୍ରାର୍ଥୀ ଭାବରେ ତାଙ୍କୁ ଟିକେଟ ଦେଇଥିବା ଚର୍ଚ୍ଚା ହେଉଛି । ଏନେଇ ଆଜି ତାଙ୍କ ସମର୍ଥକମାନେ ବାଣ ଫୁଟାଇ ସେଲିବ୍ରେସନ କରିଥିବା ଦେଖିବାକୁ ମିଳିଛି । ଏହା ସହିତ ଲମ୍ବୋଦର ନିଆଲଙ୍କୁ ବିଜୟୀ କରିବେ ବୋଲି ସଂକଳ୍ପ ନେଇଛନ୍ତି ଦଳୀୟ ନେତା ଓ କର୍ମୀ ।



ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.